Vastu Shastra – ନବରାତ୍ରିରେ ଲବଙ୍ଗ ର ପ୍ରୟୋଗ ଦ୍ଵାରା ଖୋଲିଯିବ ଭାଗ୍ୟ, ଦାରିଦ୍ରତା ହେବ ଦୂର, ହେଇଯିବେ କୋଟିପତି

ବନ୍ଧୁଗଣ ନବରାତ୍ରିକୁ ହିନ୍ଦୁଧର୍ମର ଏକ ବହୁତ ବଡ ପର୍ବ ଭାବରେ ପାଳନ କରା ଯାଇଥାଏ । ସାଧାରଣତଃ ଲୋକମାନେ ଏହି ସମୟରେ ମା ଦୂର୍ଗାଙ୍କର ପୂଜା ଅର୍ଚନା କରି ଆଶୀର୍ବାଦ ପାଇବା ପାଇଁ ଚାହିଁଥାନ୍ତି । ଏହି ନବରାତ୍ରି ସମୟରେ ବହୁତ ଲୋକ ନିଜ ଆର୍ଥିକ ସ୍ଥିତିକୁ ମଝବୁତ କରିବା ପାଇଁ ତାନ୍ତ୍ରିକ ପ୍ରକ୍ରିୟା ଓ ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜର ଦରିଦ୍ରତାକୁ ଦୂର କରିବା ସହ ମା ଦୂର୍ଗାଙ୍କର ବିଶେଷ କୃପାଦ୍ରୁଷ୍ଟି ପାଇ ପାରିବେ ।

ଏହି ବର୍ଷ ମା ଦୁର୍ଗା ଘୋଡାରେ ସବାର ହୋଇ ଆସୁଛନ୍ତି ଓ ଏହି ଅବସରରେ ଆପଣ ଲବଙ୍ଗର ପ୍ରୟୋଗରେ ଆପଣଙ୍କ ଦରିଦ୍ରତାକୁ ଦୂର କରିପାରିବେ । ଏହା ବ୍ଯତୀତ ଏହି ନବରାତ୍ରିରେ ବହୁତ ଭଲ ଯୋଗ ହେବାକୁ ମଧ୍ୟ ଯାଉଛି । ଯାହା ଫଳରେ ବହୁତ ଲୋକଙ୍କର ଭାଗ୍ୟ ବଦଳି ଯିବ । ବନ୍ଧୁଗଣ ନବରାତ୍ରିର ପ୍ରତ୍ୟକ ଦିନରେ ଅଲଗା ଅଲଗା ଭୋଗ ସହିତ ଅଲଗା ଅଲଗା ବସ୍ତ୍ର ମା ଦୂର୍ଗାଙ୍କୁ ଅର୍ପଣ କରାଯାଇଥାଏ ।

ଆଜିଆମେ ଆପଣ ମାନଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ଆପଣ ନବରାତ୍ରିର ଯେକୌଣସି ଦିନରେ ଏହି ଉପାୟକୁ ପ୍ରୟୋଗ କରିପାରିବେ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଚନ୍ଦ୍ରମା, ସୂର୍ଯ୍ୟ, ମଙ୍ଗଳ ଓ ବୁଧ ଗ୍ରହକୁ ମଝବୁତ କରିପାରିବେ । ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କିଛି ଖାସ କଥାର ଧ୍ୟାନ ନିଶ୍ଚୟ ରଖିବାକୁ ପଡିବ ।


ଏହି ନବରାତ୍ରି ସମୟରେ ଆପଣ ନିଜ ଶରୀରର କୌଣସି ଚୁଟିକୁ କାଟିବେ ନାହିଁ ଓ ନଖକୁ ମଧ୍ୟ କାଟିବେ ନାହିଁ । ଏହା ବ୍ଯତୀତ ଆପଣ ନିଜ ଘର ମଧ୍ୟରେ କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ଯେପରି ନ ହେଉ, ଏହି ସବୁ କଥାର ବିଶେଷ ଧ୍ୟାନ ରଖିବେ । ବନ୍ଧୁଗଣ ଆସନ୍ତୁ ଜାଣିବା ଲବଙ୍ଗର ପ୍ରୟୋଗ କରି ଆପଣ କିପରି ମା ଦୂର୍ଗାଙ୍କର ଆଶୀର୍ବାଦ ପାଇପାରିବେ ।

ସାଧାରଣତଃ ସମସ୍ତ ଘରେ ଲବଙ୍ଗ ନିଶ୍ଚୟ ଥାଏ । ଏହାକୁ ଖାଦ୍ୟ ଓ ମସଲା ଆଦିରେ ବ୍ୟବହାର କରାଯାଇଥାଏ । ହେଲେ ଏହି ନବରାତ୍ରି ସମୟରେ ଆପଣ ୨୭ଟି ଗୋଟା ଲବଙ୍ଗ ନିଅନ୍ତୁ । ଏହା ପରେ ଆପଣ ଏକ ନାଲି ସୂତା ଆଣି ଏହି ସମସ୍ତ ଲବଙ୍ଗକୁ ସୂତା ଦ୍ଵାରା ବାନ୍ଧି ହାର ବନେଇ ଦିଅନ୍ତୁ । ଏହି ମାଳ ବନେଇବା ସମୟରେ ଆପଣ ମା ଦୂର୍ଗାଙ୍କର ଆରାଧନା ନିଶ୍ଚୟ କରନ୍ତୁ ଓ ଆପଣଙ୍କ ସମସ୍ତ ମନୋକାମନା ବିଷୟରେ ମା ଦୂର୍ଗାଙ୍କୁ ପାର୍ଥନା କରି କୁହନ୍ତୁ ।


ଏହି ମାଳଟି ପ୍ରସ୍ତୁତ ହେବା ପରେ ପୁରୁଷ ମାନେ ମା ଦୂର୍ଗାଙ୍କ ପୂଜା କରି ମା ଦୂର୍ଗାଙ୍କ ଚରଣ ତଳେ ଅର୍ପିତ କରି ଦିଅନ୍ତୁ ଓ ମହିଳା ମାନେ ମା ଦୂର୍ଗାଙ୍କୁ ପିନ୍ଧାଇ ଦିଅନ୍ତୁ । ନବରାତ୍ରି ପର୍ଯ୍ୟନ୍ତ ଆପଣ ଏହି ମାଳକୁ ମା ଦୂର୍ଗାଙ୍କ ପାଖରେ ରଖିଥିବେ ଓ ନବରାତ୍ରି ସରିବା ପରେ ଆପଣ ଏହି ମାଳକୁ ନିଜ ପାଖରେ ରଖିଦିଅନ୍ତୁ । ଏହି ଗୋଟିଏ ଉପାୟ ଦ୍ଵାରା ଆପଣଙ୍କ ଦାରିଦ୍ରତା ଦୂର ହେବା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ ଓ ଆପଣଙ୍କ ଉପରେ ମା ଦୂର୍ଗାଙ୍କର ବିଶେଷ ଆଶୀର୍ବାଦ ରହିବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *