ନବରାତ୍ରୀର ୯ ଦିନରେ ଯଦି ଗୃହରେ ଦେଖୁଛନ୍ତି ଏହି ୮ ଟି ଜିନିଷ ତେବେ ବଦଳିଯିବ ଆପଣଙ୍କ ଭାଗ୍ୟ- Durga puja 2020

ସାଧାରଣତଃ ବିଶ୍ଵାସ ରହିଛି ଯେ ଘରେ ଦେବୀ ଲକ୍ଷ୍ମୀ ଙ୍କର ଆଗମନ ହେଲେ ବ୍ୟକ୍ତି ର ଭାଗ୍ୟ ବଦଳିଯାଇଥାଏ । ଏହା ମଧ୍ୟ କୁହା ଯାଇଛି କି ମାତା ଲକ୍ଷ୍ମୀ କୌଣସି ବ୍ୟକ୍ତି ଙ୍କ ପାଖରେ ଅଧିକ ଦିନ ରୁହନ୍ତି ନାହିଁ । ମାତା ଲକ୍ଷ୍ମୀ ଚଞ୍ଚଳ ସ୍ଵଭାବର ହୋଇଥିବାରୁ ବିଧି ବିଧାନ ସହିତ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରାଇବା ଆବଶ୍ୟକ ଅଟେ । ଭୁଲରେ ବି କେବେ ବି ମାତା ଲକ୍ଷ୍ମୀ ଙ୍କୁ ଅଣଦେଖା କରି ପୂଜା ପାଠ କରନ୍ତୁ ନାହିଁ । ତେବେ ଆଜିର ଏହି ଲେଖା ମାଧ୍ୟମରେ ଆମେ ଜାଣିବା କି

ଏହି ପବିତ୍ର ନବରାତ୍ରି ପର୍ବର ଶୁଭ ଅବସରରେ 9 ଦିନ ମଧ୍ୟରୁ ଯଦି କୌଣସି ଦିନ ତାହା ଦିନ ହେଉ ବା ରାତି ଘରେ ଯଦି ଆପଣଙ୍କୁ ଏମିତି କିଛି ସଙ୍କେତ ଦେଖାଦିଏ ତେବେ ଜାଣି ନିଅନ୍ତୁ ଯ ଏବେ ଆପଣଙ୍କର ଭାଗ୍ୟ ବଦଳିବାର ଅଛି । ମା ଦୂର୍ଗା ଓ ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଘରେ ଧନର ବର୍ଷା ହେବ । ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ଶୁଭ ସଙ୍କେତ ଅଟେ ।

୧. ଯଦି କୌଣସି ବ୍ୟକ୍ତି ଏହି ୯ ଦିନରେ କୌଣସି ଏକ ଦିନ ସ୍ଵପ୍ନରେ ଧଳା ବା ସୁନେଲି ରଙ୍ଗର ସାପ ଦେଖନ୍ତି ତେବେ ବୁଝିଯିବେ କି ଏହା ଶୁଭ ସଙ୍କେତ ଅଟେ । କାରଣ ସାପ କୁଣ୍ଡଳୀ ମାରି ବସିବା ଧନ ଦେବତା କୁବେର ଓ ମାତା ଲକ୍ଷ୍ମୀ ଙ୍କୁ ଦର୍ଶାଇ ଥାଏ ।

୨. ଏହି ୯ ଦିନ ମଧ୍ୟରେ ଯଦି ଆପଣଙ୍କ ପାଖରେ ଅଜଣାତରେ କିଛି ହଳଦିଆ ଜିନିଷ ଦେଖାଯାଏ ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଓ ଦେବୀ ଦୂର୍ଗା ଙ୍କର କୃପା ପଡି ସାରିଛି ଓ ଆପଣଙ୍କ ପୂଜାରେ ମାତା ଲକ୍ଷ୍ମୀ ଓ ଦେବୀ ଦୂର୍ଗା ସନ୍ତୁଷ୍ଟ ଅଟନ୍ତି । ଏମିତି ହେଲେ ଆପଣଙ୍କୁ ବହୁତ ଶୀଘ୍ର ସଫଳତା ମିଳିଥାଏ ।

୩. ପୁରାଣ ଅନୁସାରେ ଝାଡୁ ଏବଂ ମାତା ଲକ୍ଷ୍ମୀ ଙ୍କର ସମ୍ପର୍କ ଗମ୍ଭୀର ଅଟେ । ଆପଣ ଯଦି ଏହି ୯ ଦିନର କୌଣସି ଏକ ଦିନରେ ସକାଳୁ ସକାଳୁ ଯଦି କୌଣସି ବ୍ୟକ୍ତି ଙ୍କୁ ଝାଡୁ କରୁଥିବାର ଦେଖନ୍ତି ତେବେ ଆପଣ ଶୀଘ୍ର ଧନବାନ ହେବାର ସମ୍ଭାବନା ରହିଛି ।

୪. ଯଦି ଏହି ୯ ଦିନରେ ଘରେ ଶଙ୍ଖ ର ଆବାଜ ଶୁଣାଯାଏ ତେବେ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ । ଏହା ସହିତ ସକାଳୁ ସକାଳୁ ଯଦି କୌଣସି ଗୃହପାଳିତ ପଶୁ ବା ପକ୍ଷୀ ଆପଣଙ୍କ ଘରର ପାଖା ପାଖି ଦେଖା ଯାଆନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ । ଆପଣ ତାକୁ କିଛି ଖାଦ୍ଯ ନିଶ୍ଚୟ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଫଳ ଦୁଇ ଗୁଣ ମିଳିଥାଏ ।

୫. ଖାସ କରି ପବିତ୍ର ଦଶହରା ଦିନ ଯଦି ଆପଣ ଆପଣଙ୍କ ଘରେ ପେଚା ଦେଖୁଛନ୍ତି ତେବେ ଏହି ସଙ୍କେତ ମାତା ଲକ୍ଷ୍ମୀ ଙ୍କର ଆଗମନର ସୂଚନା ଦେଇଥାଏ ,

୬. ଏହା ସହିତ ଆପଣ ମାତା ଲକ୍ଷ୍ମୀ ଓ ଦେବୀ ଦୂର୍ଗା ଙ୍କର କୃପା ପାଇବାକୁ ଚାହୁଁଥିଲେ ଏହି ଶୁଭ ଅବସରରେ କୌଣସି ଜୀବଜନ୍ତୁ ମାନଙ୍କୁ ଆଘାତ କରନ୍ତୁ ନାହିଁ ଏବଂ ନାରୀ ମାନଙ୍କୁ ଅସମ୍ମାନ ମଧ୍ୟ କରନ୍ତୁ ନାହିଁ ।

୭. ଆପଣ ଯଦି ନବରାତ୍ରି ସମୟରେ ସ୍ଵପ୍ନରେ ଫୁଲ ଦେଖନ୍ତି ତେବେ ବୁଝିଯିବେ କି ଦେବୀ ମା ଙ୍କ କୃପା ଆପଣଙ୍କ ଉପରେ ପଡି ସାରିଛି ଓ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ନିଶ୍ଚିତ ରହିବ ।

୮. ଏହି ୯ ଦିନରେ ଯଦି ଆପଣଙ୍କୁ ସ୍ଵପ୍ନରେ ନଡିଆ, ଫୁଲ ଓ ଶଙ୍ଖ ଦେଖାଦିଏ ତେବେ ଏହାକୁ ଶୁଭ ମନାଯାଏ କାରଣ ଏହା ସୌଭାଗ୍ୟର ପ୍ରତୀକ ହୋଇଥାଏ । ଏହି ସ୍ଵପ୍ନ ଦ୍ଵାରା ଆପଣଙ୍କ ଜୀବନରେ ଉନ୍ନତି ର ମାର୍ଗ ଖୋଲି ଯାଇଥାଏ ।

ତେବେ ବନ୍ଧୁଗଣ ଆପଣ ଯଦି ଏହି ନବରାତ୍ରି ର ଶୁଭ ସମୟରେ ଏହି ସବୁ ସଙ୍କେତ ପାଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ବହୁତ ଶୀଘ୍ର ବଦଳିଯିବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *