Vastu Tips- ମା’ ଲକ୍ଷ୍ମୀ କୁହନ୍ତି ଏହି ୩ ଟି ଅଭ୍ୟାସ ହୋଇଥାଏ ଭୟଙ୍କର ଦରିଦ୍ରତାର କାରଣ, ମାଡିଆସେ ସଙ୍କଟ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖମୟ ଜୀବନ ଯାପନ କରିବା ପାଇଁ ଦିନ ରାତି ବହୁତ କଷ୍ଟ କରିଥାନ୍ତି । ହେଲେ ବହୁତ କଷ୍ଟ କରିବା ପରେ ମଧ୍ୟ ସେମାନେ ଧନ ଅର୍ଜନ କରିପାରନ୍ତି ନାହିଁ । ମା ଲକ୍ଷ୍ମୀଙ୍କ ମତରେ ମଣିଷର କିଛି ଖରାପ ଅଭ୍ଯାସ ପାଇଁ ସେ ଦରିଦ୍ରତା ଭୋଗ କରିଥାଏ । ଏହି ଭୁଲ ପାଇଁ ମଣିଷକୁ ନିଜ ଭାଗ୍ୟର ସହାୟତା ମିଳିନଥାଏ । ଆଜି ଆମେ ଆପଣ ମାନଙ୍କୁ ମଣିଷର ଏହି ଭୁଲ ବା ଖରାପ ଅଭ୍ଯାସ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଗୀତାରେ କୁହାଯାଇଛି ଯେଉଁ ଲୋକମାନେ ଭଗବାନଙ୍କୁ ଭୋଗ ନଚଢାଇ ନିଜେ ପ୍ରଥମେ ଭୋଜନ ପ୍ରାପ୍ତି କରିଥାନ୍ତି ସେହି ଲୋକମାନେ ବହୁତ ବଡ ଭୁଲ କରିଥାନ୍ତି । ସେମାନଙ୍କୁ ଲୋକ ଓ ପରଲୋକରେ ଏହାର ଦଣ୍ଡ ସହିବାକୁ ପଡିଥାଏ ।

ଯେଉଁ ଲୋକମାନଙ୍କ ଘରେ ସକାଳ ଓ ସନ୍ଧ୍ୟା ସମୟରେ ଭଗବାନଙ୍କ ପୂଜା କରାଯାଉ ନାହିଁ ଓ ଯେଉଁ ଲୋକମାନଙ୍କ ଘରେ ଭଗବାନଙ୍କ ସମ୍ମୁଖରେ ଦୀପ ଲଗାଯାଉ ନାହିଁ, ସେମାନଙ୍କୁ ଦରିଦ୍ରତା ଭୋଗ କରିବାକୁ ହେବ । ସେଥିପାଇଁ ଆପଣ ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ ଭଗବାନଙ୍କର ପୂଜା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଊର୍ଜା ଶେଷ ହେବ ଓ ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ରହିବ ।

୨. ଯେଉଁ ଘରେ ସ୍ତ୍ରୀ ମାନଙ୍କ ସହ ବହୁତ ଖରାପ ବ୍ୟବହାର ପଦର୍ଶନ କରାଯାଉଛି ଓ ସ୍ଵାମୀ ମାନେ ସ୍ତ୍ରୀ ମାନଙ୍କୁ ମାରପିଟ ଆଦି ବ୍ୟବହାର କରୁଛନ୍ତି, ସେହି ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ରହିବ ନାହିଁ । ହିନ୍ଦୁଧର୍ମ ଅନୁସାରେ ନାରୀ ମାନଙ୍କୁ ଲକ୍ଷ୍ମୀଙ୍କର ସ୍ୱରୂପ ରୂପେ ମନା ଯାଇଥାଏ । ନାରୀ ଉପରେ ସଂସାର ନିର୍ଭର ହୋଇ ରହିଥାଏ । ଯଦି କୌଣସି ପରିବାରରେ ନାରୀ ମାନଙ୍କର ଅସମ୍ମାନ କରାଯାଇଥାଏ ତା ହେଲେ ଏଥିପାଇଁ ସେହି ପରିବାରକୁ ଦରିଦ୍ରତା ସହ ବହୁତ ଦୁଃଖ କଷ୍ଟ ଭୋଗ କରିବାକୁ ପଡିପାରେ । ତେଣୁ ସର୍ବଦା ନାରୀ ମାନଙ୍କର ସମ୍ମାନ କରନ୍ତୁ ଓ ସେମାନଙ୍କୁ ଖୁସିରେ ରଖନ୍ତୁ ।

୩. ଜୀବନରେ କେବେହେଲେ ଭୁଲ ସେ ମଧ୍ୟ କୌଣସି ଲୋକକୁ ଠକିବା ଉଚିତ ନୁହେଁ । କାରଣ ଏହା ଏକ ପ୍ରକାରର ଚୋରୀ ହୋଇଥାଏ । ଯଦି ଆପଣ କୌଣସି ଲୋକଙ୍କୁ ଠକୁଥିବେ ତାହାଲେ ଆପଣ ଚୋରୀ କରୁଛନ୍ତି । ଯେଉଁ ଲୋକ ଚୋରୀ କରିଥାଏ ସେହି ଲୋକଙ୍କୁ ନର୍କ ଯିବାକୁ ପଡିଥାଏ ।

ଏହା ସହିତ ସେହି ଲୋକଙ୍କ ଉପରେ କେବେହେଲେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିନଥାଏ । ବନ୍ଧୁଗଣ ଚୋରୀ ମଧ୍ୟ ବହୁତ ବଡ ପାପ ଅଟେ । ଏହି ପାପ ପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିଥାଏ । ତେଣୁ ନିଜ ଜୀବନରେ ସବୁବେଳେ ଅନ୍ୟ ମଣିଷ ମାନଙ୍କର ସହାୟତା କରନ୍ତୁ ଓ କେବେହେଲେ କାହାକୁ ଠକନ୍ତୁ ନାହିଁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *