TV ର ଏହି 4 ଜଣ ହିରୋଇନ ନିଜର ରିଲ ଲାଇଫ ସ୍ଵାମୀଙ୍କୁ ହିଁ ବନାଇଲେ ନିଜର ରିଅଲ ଲାଫ ସ୍ଵାମୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦେଖିଥିବେ ପ୍ରାୟତଃ ବଲିଉଡ କଳାକାର ଓ ଟିଭି କଳାକାର ମାନେ ନିଜ କୋ ଷ୍ଟାର ସହ ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଇଥାନ୍ତି । ଏହି କଳାକାର ମାନେ ନିଜ କୋଷ୍ଟାରଙ୍କୁ ପ୍ରେମ କରି ବିବାହ ମଧ୍ୟ କରିଛନ୍ତି । କେତେ ଜଣ ନିଜ ପ୍ରେମରେ ସଫଳ ହୋଇଛନ୍ତି ତ ଅନ୍ୟ କେତେଜଣ ବିଫଳ ହୋଇ ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜର କୋଷ୍ଟାରଙ୍କ ସହ ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଓ ତାଙ୍କ ପାର୍ଟନରଙ୍କ ବିଷୟରେ ।

ଦିବ୍ୟଙ୍କା ତ୍ରିପାଠୀ ଓ ବିବେକ ଧାୟା- ଦିବ୍ୟଙ୍କା ଓ ବିବେକ ଏକା ସହ ‘ୟେ ହେ ମହବତେ’ ସିରିଏଲରେ କାମ କରିଥିଲେ । ଏହି ସିରିଏଲରେ ଏକା ସହ କାମ କରି ଏମାନେ ପରସ୍ପର ସହ ପ୍ରେମ କରି ବସିଥିଲେ । ଏମାନେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ ଓ ୨୦୧୭ରେ ଏମାନେ ପରସ୍ପର ସହ ବିବାହ କରିଥିଲେ ।

ଶକ୍ତି ଆନନ୍ଦ ଓ ସାଇ ଦେବୋଧର- ‘ସାରା ଆକାଶ’ ସିରିଏଲରେ କାମ କରୁଥିବା କଳାକାର ସାଇ ଦେବୋଧର ଓ ଶକ୍ତି ଆନନ୍ଦ ପରସ୍ପରକୁ ପ୍ରେମ କରିଥିଲେ । ସାଇ ଯେତେବେଳେ ଶକ୍ତି ସହ ସାକ୍ଷାତ କରିଥିଲେ ସେ ସେତେବେଳେ ଏକ ରିଲେସନସିପରେ ରହିଥିଲେ ଓ ସେମାନଙ୍କର ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା । ହେଲେ ସେ ଶକ୍ତିଙ୍କ ପ୍ରେମରେ ପଡି ନିଜର ନିର୍ବନ୍ଧକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏହା ପରେ ଶକ୍ତି ଓ ସାଇ ୨୦୦୫ରେ ପରସ୍ପର ସହ ବିବାହ କରିଥିଲେ ।

ନନ୍ଦେଶ ସନ୍ଧୁ ଓ ରଶ୍ମୀ ଦେସାଇ- ନନ୍ଦେଶ ଓ ରଶ୍ମୀଙ୍କର ସାକ୍ଷାତ ‘ଉତରନ’ ସିରିଏଲରେ ହୋଇଥିଲା । ଏହି ସିରିଏଲରେ କାମ କରିବା ସମୟରେ ଏହି ଦୁଇଜଣ ପରସ୍ପର ସହ ପ୍ରେମ କରି ବସିଥିଲେ । ଏମାନେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ ଓ ୨୦୧୪ରେ ଏମାନେ ପରସ୍ପର ସହ ପ୍ରେମ ବିବାହ କରିଥିଲେ, ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା । ଏମାନଙ୍କ ମଧ୍ୟରେ ହୋଇଥିବା ବାଦବିବାଦ ହେତୁ ଏମାନଙ୍କ ମଧ୍ୟରେ ତଲାକ ହୋଇଥିଲା ।

ଅଭିନାଶ ସଚଦେବ ଓ ସାଲମଲି ଦେସାଇ- ସିରିଏଲ ‘ଇସ ପ୍ୟାର କୋ କ୍ୟା ନାମ ଦୂ’ରେ ଏହି ଦୁଇଜଣ କଳାକାର ପରସ୍ପର ସହ ସାକ୍ଷାତ କରିଥିଲେ । ଏହି ଦୁଇଜଣ ଦିଅର ଓ ଭାଉଜର ଭୂମିକାରେ ଏହି ସିରିଏଲରେ ନଜର ଆସିଥିଲେ । ଦର୍ଶକ ମାନେ ଏହି ଯୋଡିକୁ ବହୁତ ପସନ୍ଦ କରିଥିଲେ ।

ଏହି ସିରିଏଲ କରିବା ସମୟରେ ଏମାନେ ପରସ୍ପରକୁ ପ୍ରେମ କରିଥିଲେ ଓ ୨୦୧୫ରେ ଏମାନେ ବିବାହ କରିଥିଲେ । ଦର୍ଶକ ମାନେ ଏହି ଯୋଡିକୁ ବହୁତ ପସନ୍ଦ କରିଛନ୍ତି । ବର୍ତ୍ତମାନ ଏମାନେ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ଯୋଡି ମଧ୍ୟରୁ ସବୁଠୁ ଅଧିକ କାହା ଯୋଡି ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *