Jyotish Sastra- ନବରାତ୍ରି ପୂର୍ବରୁ ମାତା ରାଣୀ ଚମକେଇବେ ଏହି ରାଶିର ଭାଗ୍ୟ, ମିଳିବ ସଫଳତା

ନବରାତ୍ରି ପର୍ବ ହିନ୍ଦୁ ମାନଙ୍କର ଏକ ପ୍ରମୁଖ ପରମ୍ପରା ହୋଇଥାଏ । ଏହି ପର୍ବକୁ ସମଗ୍ର ଭାରତ ଦେଶ ବହୁତ ଉତ୍ସାହ ର ସହ ପାଳନ କରିଥାଏ । ଭାଗବତ ପୁରାଣ ଅନୁସାରେ ଗୋଟେ ବର୍ଷରେ ୪ଟି ନବରାତ୍ରି ଆସିଥାଏ । ଦୁଇଟି ଗୁପ୍ତ ନବରାତ୍ରି, ତୃତୀୟରେ ରହିଛି ଶାରଦୀୟ ନବରାତ୍ରି ଓ ଚତୁର୍ଥରେ ଚୈତ୍ର ନବରାତ୍ରି ରହିଛି । ନବରାତ୍ରି ଏକ ସଂସ୍କୃତ ଶବ୍ଦ ଅଟେ ଯାହାର ଅର୍ଥ ହେଉଛି ୯ଟି ରାତ୍ରି । ଏହି ୯ ଦିନରେ ତିନୋଟି ଦେବୀଙ୍କର ମୁଖ୍ୟ ସ୍ୱରୂପକୁ ପୂଜା କରାଯାଇଥାଏ ।

ଏହି ତିନୋଟି ଦେବୀ ହେଉଛନ୍ତି ମା ଲକ୍ଷ୍ମୀ, ମା ସରସ୍ଵତୀ ଏବଂ ମା ଦୂର୍ଗା । ମା ଦୂର୍ଗାଙ୍କର ନାମର ଅର୍ଥ ହେଉଛି ଜୀବନର ସମସ୍ତ ଦୁଃଖକୁ ଦୂର କରୁଥିବା ମା । ଏହି ନବରାତ୍ରିର ୯ ରାତି ବହୁତ ଶୁଭ ହୋଇଥାଏ । ଏହି ଦିନରେ କୌଣସି ବିଚାର ନକରି ଆପଣମାନେ ଯେକୌଣସି କାର୍ଯ୍ୟର ଶୁଭ ଆରମ୍ଭ କରିପାରିବେ ।

ଏହି ଅବସରରେ ବହୁତ ଶୁଭ ସଂଯୋଗ ମଧ୍ୟ ହେବାକୁ ଯାଉଛି । ଯାହା ଫଳରେ କିଛି ରାଶି ମାନଙ୍କ ଉପରେ ବହୁତ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶି ମାନଙ୍କ ଉପରେ ମା ଦୂର୍ଗାଙ୍କର ବିଶେଷ ଆଶୀର୍ବାଦ ରହିବ ।

ଯାହାଫଳରେ ଏମାନଙ୍କ ଆସୁଥିବା ସମୟ ବହୁତ ଶୁଭ ହେବାକୁ ଯାଉଛି ଏବଂ ଏମାନଙ୍କ ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ସବୁ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେହି ସମସ୍ତ ରାଶି ନବରାତ୍ରି ପରେ ବହୁତ ଭାଗ୍ୟଶାଳୀ ରହିବେ । ଏହି ଲୋକମାନଙ୍କର ସମସ୍ତ କାର୍ଯ୍ୟରେ ସେମାନଙ୍କର ଭାଗ୍ୟର ବିଶେଷ ସହଯୋଗ ମିଳିବ ।

ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜର ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣ କରିବେ । ଏମାନେ ନିଜ କଷ୍ଟରେ ସଫଳତା ମଧ୍ୟ ପାଇବେ । ସେହି ସମୟରେ ଆପଣ ନିଜ ବନ୍ଧୁ ମାନଙ୍କ ସହ ସାକ୍ଷାତ କରିବେ । ମା ସରସ୍ଵତୀଙ୍କ ଆଶୀର୍ବାଦରେ ଆପଣଙ୍କୁ ବୌଦ୍ଧିକତା ହାସିଲ ହେବ । ଆପଣଙ୍କ ପରିବାରରେ ସୁଖ ସୁବିଧାର ବୃଦ୍ଧି ମା ଲକ୍ଷ୍ମୀ କରେଇବେ । ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ବର୍ତ୍ତମାନ ଦୂର ହେବାକୁ ଯାଉଛି ।

ଆପଣଙ୍କ ଅଟକି ରହିଥିବା ଟଙ୍କା ଆପଣ ଫେରି ପାଇବେ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ମଝବୁତ ହୋଇଯିବ । ଆପଣ ନିଜ ସମସ୍ତ ପ୍ରୟାସରେ ସଫଳ ହେବେ । ବେରୋଜଗାର ବ୍ୟକ୍ତିମାନଙ୍କୁ ଚାକିରି ମିଳିବ । ସରକାରୀ କ୍ଷେତ୍ରରେ ଥିବା ଲୋକମାନଙ୍କୁ ପ୍ରମୋଶନ ମିଳିବ ଏବଂ ବ୍ୟାପାର କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବାକୁ ଯାଉଛି । ଆପଣଙ୍କ ପରିବାରରେ ସୁଖ ଓ ସମୃଦ୍ଧିର ଆଗମନ ହେବ ।

ନିଜ ପତ୍ନୀ ସହ ଆପଣ କିଛି ମୂଲ୍ଯବାନ ସମୟ ଅତିବାହିତ କରିବେ । ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ଉପରେ ଆପଣଙ୍କ ପିତା ମାତାଙ୍କର ବିଶେଷ ଆଶୀର୍ବାଦ ରହିବା ସହ ମା ଦୂର୍ଗାଙ୍କର କୃପାଦ୍ରୁଷ୍ଟି ରହିବ । ସେହି ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ଧନୁ ରାଶି, ମିଥୁନ ରାଶି ଏବଂ କୁମ୍ଭ ରାଶି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *