କଣ୍ଡୋମ ବାଣ୍ଟିବେ ସରକାର…ଆସିଲା ସରକାରଙ୍କ ନୂଆ ନିୟମ  

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି  । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ରାଜ୍ୟ ସରକାରଙ୍କ ବଡ ଘୋଷଣା। ଏଣିକି ମାଗଣାରେ କଣ୍ଡୋମ ବାଣ୍ଟିବେ ସରକାର । ନବ ବିବାହିତଙ୍କୁ ରାଜ୍ୟ ସରକାର ଏଭଳି ଏକ ଉପହାର ଦେବାକୁ ନିଷ୍ପତ୍ତି ହୋଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଏଭଳି ସ୍ୱତନ୍ତ୍ର ଉପହାର ଦିଆଯିବ । ଦେଶର ପ୍ରଥମ ରାଜ୍ୟ ଭାବେ ଏହି ଯୋଜନାକୁ ଆରମ୍ଭ କରିବାକୁ ଯାଉଛି ଓଡିଶା । ଗିଫ୍ଟ ପ୍ୟାକେଟରେ କଣ୍ଡୋମ, ପ୍ରେଗ୍ନେନ୍ସି ଟେଷ୍ଟିଙ୍ଗ କିଟ ସହ ପରିବାର ନିୟୋଜନ ସମ୍ପର୍କରେ ସୂଚନା ଥିବା ପୁସ୍ତକ ରହିବ । ତା ସହ ବିବାହ ପଞ୍ଜୀକରଣ ଫର୍ମ, ଟାୱେଲ ଓ ପାନିଆ  ଭଳି ଜିନିଷ ବି ରହିବ ।

ଆସନ୍ତା ସେପ୍ଟେମ୍ବରରୁ ଏହି ଯୋଜନା ଆରମ୍ଭ ହେବ । ନାସନାଲ ରୁରାଲ ହେଲ୍ଥ ମିସନ ଜରିଆରେ ଏହାକୁ ନବ ଦମ୍ପତ୍ତିଙ୍କ ପାଖକୁ ପଠା ଯିବ । ତେବେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଜିଲ୍ଲା ଓ ବ୍ଲକ ସ୍ତରରେ ଏହାକୁ ବାଣ୍ଟିବା ପାଇଁ ନିଷ୍ପତ୍ତି ହୋଇଛି । ବନ୍ଧୁଗଣ ପପୁଲେସନ କଣ୍ଟ୍ରୋଲ କରିବା ପାଇଁ ଏହା ହେଉଛି ଏକ ସଠିକ ଯୋଜନା ।

ଏ ଦୁନିଆରେ ଥିବା ସମସ୍ତ ଲୋକ କଣ୍ଡୋମର ବ୍ୟବହାର କରିଥାନ୍ତି ହେଲେ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁ ମାନେ କଣ୍ଡୋମ ବ୍ୟବହାର କରନ୍ତି ନାହିଁ ଯାହାଫଳରେ ଅଧିକ ପପୁଲେସନ ଦେଖା ଦେଉଛି । ତେଣୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଜନ କଲ୍ୟାଣ ପାଇଁ ହୋଇଛି । ନବ ବିବାହିତ ଦମ୍ପତ୍ତି ମାନଙ୍କୁ ଏବେ ରାଜ୍ୟ ସରକାର କଣ୍ଡୋମ ଗିଫ୍ଟ କରିବାକୁ ଯାଉଛନ୍ତି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *