କାହିଁକି ଏମିତି ଖୁସିରେ ନାଚିଲେ ତାରା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦେଶ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ । ଏହା ପୂର୍ବରୁ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ‘ଆଜାଦିକା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜିଠାରୁ ଦେଶରେ ଆରମ୍ଭ ହୋଇଛି ‘ହର ଘର ତ୍ରିରଙ୍ଗା’ ଅଭିଯାନ । ଆଜିଠାରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ୟ୍ୟନ୍ତ ଏହି ଅଭିଯାନ ଜାରି ରହିବ । ଏହି ତିନି ଦିନ ପ୍ରତିଟି ଭାରତୀୟଙ୍କ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ।


ଦେଶରେ ପ୍ରାୟ ୨୦ କୋଟିରୁ ଅଧିକ ଘର ଉପରେ ତ୍ରିରଙ୍ଗା ଉଡ଼ିବା ନେଇ ‘ମନ କି ବାତ’ରେ କହିଥିଲେ ମୋଦି । ତେବେ ଏହି ଅଭିଯାନରେ ଉଭୟ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସାମିଲ ହୋଇଥିବା ବେଳେ ପ୍ରତିଟି ସ୍ଥାନରେ ଆଜି ତ୍ରିରଙ୍ଗା ଉଡିବ । ପ୍ରଧାନମନ୍ତ୍ରୀଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଘୋଷଣା ପରେ ପ୍ରଶାସନ ପକ୍ଷରୁ ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଏହି ଅଭିଯାନରେ ସାମିଲ ହେବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଅନଲାଇନ ଓ ଅଫଲାଇନରେ ଜାତୀୟ ପତାକା ବିକ୍ରି ଆରମ୍ଭ ହୋଇଥିଲା । ପ୍ରାୟ ୧୦ ଦିନ ମଧ୍ୟରେ ଏକ କୋଟିରୁ ଉର୍ଦ୍ଧ୍ବ ଜାତୀୟ ପତାକା ବିକ୍ରି ହୋଇଥିବା ନେଇ ରାଷ୍ଟ୍ରୀୟ ଡାକ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ଅଭିଯାନରେ ସାରା ଦେଶରେ ୪.୨ ଲକ୍ଷ ଡାକ କର୍ମଚାରୀ ସାମିଲ୍ ହୋଇ ନିଜର ଦାୟିତ୍ବ ତୁଲାଉଛନ୍ତି ।

ଗାଁ, ସହର, ସୀମାରୁ ନେଇ ଆଦିବାସୀ ଆଦି ସମସ୍ତ ଅଞ୍ଚଳରେ ପତାକା ପହଞ୍ଚାଉଛି ଭାରତୀୟ ଡାକ । ପ୍ରତିଟି ନାଗରିକଙ୍କ ହୃଦୟରେ ଦେଶଭକ୍ତି ଜାଗୃତ କରିବା ଏହି ଅଭିଯାନର ଲକ୍ଷ୍ୟ । ପ୍ରତିଟି ଭାରତୀୟଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ଲାଗି ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।

ତେବେ କଂଗ୍ରେସ ଦଳ ର ବିଧାୟକ ତାରା ପ୍ରସାଦ ବାହୀନିପତି ମଧ୍ୟ ଏହି ଶୋଭା ଯାତ୍ରା ରେ ସାମିଲ ହୋଇଛନ୍ତି ଏବଂ ସେ ଆମ ଦେଶରେ ସହିଦ ଯବାନ ଏବଂ ସଂଗ୍ରାମୀ ଙ୍କୁ ସମ୍ମାନ ଜଣାଇଛନ୍ତି ଏବଂ ଏହି ଶୋଭାଯାତ୍ରା ରେ ସେ ଯୋଗ ଦାନ ଦେଇ ଗର୍ବିତ ଵୋଲି ସେ କହିଛନ୍ତି ଏବଂ ନାଚିକରି ସେ ଏହି ଅମୃତ ମହୋତ୍ସବ କୁ ପାଳିତ କରିଛନ୍ତି । ତେବେ ତାରା ପ୍ରସାଦ ବାହିନିପତି ଙ୍କୁ ଆପଣ ମାନେ ଜାଣିଥିବେ ତେବେ ସେ ଜଣେ ଓଡ଼ିଆ ରାଜନୀତିଜ୍ଞ ।


ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ଓ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ତାରା ପ୍ରସାଦ ବାହିନିପତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *