କେବଳ ମୁଠାଏ ଲୁଣ ଆପଣଙ୍କ ଘରକୁ ଆଣିବ ଗଦା ଗଦା ଟଙ୍କା, କେବଳ କରନ୍ତୁ ଏହି ଉପାୟ- Vastu Tips

ଲୁଣ ଖାଲି ଖାଦ୍ୟକୁ ସ୍ଵାଦିଷ୍ଟ କରି ନଥାଏ ବରଂ ଏହା ମଣିଷର ଭାଗ୍ୟକୁ ମଧ୍ୟ ବଦଳେଇ ଦେଇଥାଏ । ତେବେ ଆଜି ଆମେ ଜାଣିବା ଲୁଣ କିପରି ଘରର ବାସ୍ତୁ ଦୋଷ ଦୂର କରିବା ସହିତ ମଣିଷର ଆୟ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ବନ୍ଧୁଗଣ ଲୁଣର ଜନ୍ମ ସମୁଦ୍ରରୁ ହୋଇଥାଏ । ଅର୍ଥାତ ସମୁଦ୍ରରୁ ଲୁଣ ପ୍ରସ୍ତୁତ କରାଯାଇଥାଏ । ସମୁଦ୍ର ହେଉଛି ମା ଲକ୍ଷ୍ମୀ ଙ୍କର ବାପଘର । କେଉଁ ଝିଅ ଅବା ନିଜର ବାପଘରକୁ ପସନ୍ଦ ନ କରେ । ସବୁ ଝିଅମାନେ ବାପଘରକୁ ପସନ୍ଦ କରିବା ସହିତ ବାପଘରର ସମସ୍ତ ଜିନିଷକୁ ମଧ୍ୟ ପସନ୍ଦ କରିଥାନ୍ତି । ଏବଂ ବହୁତ ଭଲ ପାଇଥାନ୍ତି ।

ଯେହେତୁ ଲୁଣ ସମୁଦ୍ରରୁ ଜାତ ହୋଇଥାଏ ତେଣୁ ଏହା ମାତା ଲକ୍ଷ୍ମୀଙ୍କର ମଧ୍ୟ ପ୍ରିୟ ହୋଇଥାଏ । ଲୁଣକୁ ରୋଷେଇ ରେ ବ୍ୟବହାର କରିବା ସହିତ ଲୁଣକୁ ଘରର ବାସ୍ତୁଦୋଷ ନଜର ଦୋଷ ଓ ସମସ୍ତ ନକରାତ୍ମକ ଶକ୍ତି କୁ ଦୂର କରିବା ପାଇଁ ବ୍ୟବହାର କରାଯାଏ । ତେବେ ଆଜି ଆମେ ଜାଣିବା ଲୁଣର ଏପରି 2 ଟି ଉପାୟ ବିଷୟରେ ଯାହା ଦ୍ଵାରା ଆପଣଙ୍କ ଘରୁ ବାସ୍ତୁ ଦୋଷ ଦୂର ହେବା ସହିତ ଆପଣଙ୍କର ଆୟରେ ମଧ୍ୟ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ।

ପ୍ରଥମ ଉପାୟ :-

ଆପଣଙ୍କ ଗୃହକୁ ସପ୍ତାହରେ ଥରେ ଯେଉଁ ପାଣିରେ ସଫା କରୁଛନ୍ତି , ସେହି ପାଣିରେ ଟିକେ ଲୁଣ ପକାନ୍ତୁ । ଆପଣ ଲୁଣ ପାଣିରେ ଘରକୁ କପଡା ଦ୍ୱାରା ପୋଛିଲେ ଘରୁ କଳି ଝଗଡା ଦୁରେଇ ଯାଏ ଓ ଗୃହକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ଯେ ପର୍ଯ୍ୟନ୍ତ ଆପଣଙ୍କ ସମସ୍ୟା ଦୂର ନ ହୋଈଛି, ସପ୍ତାହକୁ ଥରେ ଏହି ଉପାୟ କରନ୍ତୁ ଏହା ଭଲ କାମ କରିବ । ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ ।

ଦ୍ୱିତୀୟ ଉପାୟ :- ଲୁଣକୁ କାଚର ପାତ୍ରରେ ପୁରାଇ ଚାରି ପାଞ୍ଚଟି ଲବଙ୍ଗ ସେଥିରେ ରଖି ଦିଅନ୍ତୁ । ଏମିତି କରିବା ଦ୍ଵାରା ଧନର ପ୍ରାପ୍ତି ସବୁବେଳେ ଲାଗି ଥାଏ ଏବଂ ମା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରୁହନ୍ତି।

ତୃତୀୟ ଉପାୟ :- ବ୍ୟକ୍ତିକୁ ଲାଭ ସେତେବେଳେ ହୁଏ ଯେତେବେଳେ ସେ ଏହି ଉପାୟ କରେ । ପ୍ରତ୍ୟେକ ଶନିବାର ଅଳ୍ପ ଲୁଣ, ୨୦୦ଗ୍ରାମ୍ ବିରି, ୫୦୦ଗ୍ରାମ୍ ଚାଉଳ ଏବଂ ଶୁଖିଲା ଲଙ୍କା ଏହାକୁ ଦାନ କଲେ ବ୍ୟକ୍ତିଙ୍କ ଭାଗ୍ୟ ଚମକି ଥାଏ । ସମ୍ପତ୍ତି ବାଡ଼ି ଓ ଧନର ବୃଦ୍ଧି ହୋଇଥାଏ । ଏମିତି କରିବା ଦ୍ଵାରା ଶନିଙ୍କ କୋପ ଦୃଷ୍ଟି ବି ସମାପ୍ତ ହୋଇଯାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

ଚତୁର୍ଥ ଉପାୟ :- ଲୁଣ ଏବଂ କାଚ ଏହି ଦୁଇଟା ରାହୁର କାରକ ଅଟନ୍ତି । ସେଥିପାଇଁ ଜଦି ଆପଣ ଲୁଣକୁ ଗୋଟିଏ କାଚ ପାତ୍ର ଭିତରେ ରଖି ଗାଧୋଇବା ଘରେ ରଖିବେ ତେବେ ସେଠାରୁ ନକରାତ୍ମକ ଶକ୍ତିର ପ୍ରଭାବ ସମାପ୍ତ ହୁଏ ତା ସହିତ ଜୀବାଣୁ ମଧ୍ୟ ନଷ୍ଟ ହୁଅନ୍ତି । ଶୌଚାଳୟ କୁ ଜୀବାଣୁ ମୁକ୍ତ କରିଥାଏ, ଏମିତିରେ ଏହି ଉପାୟ ତାକୁ ଦୂର କରିଦେବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *