କରନ୍ତୁ ଏହି ସହଜ ଘରୋଇ ଉପାୟ, ସବୁ ମୂଷା ଘରୁ ପୁରା ଗାୟବ ହେଇଯିବେ – Home Remedies

ବନ୍ଧୁଗଣ ଯେଉଁ ଘରେ ମୂଷା ଥାଏ ସେହି ଘରେ ଲୋକମାନଙ୍କର ଭୌତିକ ବିକାଶ ଠିକ ସେ ହୋଇପାରେ ନାହିଁ । ମୂଷା ଘରେ ମଇଳା ଓ ଦରିଦ୍ରତାକୁ ଜନ୍ମ ଦେଇଥାନ୍ତି । ଜେଉଁ କାରଣରୁ ଘରେ ଅନେକ ପ୍ରକାରର ରୋଗ ଆସିଥାଏ । ସେମାନେ ଆମ ଘରର ସବୁ ଖାଦ୍ଯ ଓ ଜିନିଷ ପତ୍ରକୁ ନଷ୍ଟ କରି ଦିଅନ୍ତି । ଏହା ବ୍ଯତୀତ ଘରେ ମୂଷା ରହିବା ଦ୍ଵାରା ପିଲାମାନେ ମଧ୍ୟ ସବୁବେଳେ ରୋଗରେ ପଡନ୍ତି । ଏଥିପାଇଁ ଲୋକମାନେ ମୂଷାକୁ ଘରୁ ବାହାର କରିବା ପାଇଁ ବହୁତ କିଛି ଉପାୟ କରିଥାନ୍ତି ।

ବଜାରରେ ବି ଅନେକ ପ୍ରକାରର ଔଷଧ ମିଳିଥାଏ । ତଥାପି ମୂଷା କମନ୍ତି ନାହିଁ । ଆଜି ମୁଁ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ମୁଶାଙ୍କ ଠାରୁ ମୁକ୍ତି ପାଇବାର ଆୟୁର୍ବେଦିକ ଉପାୟ କହିବି । ଯାହା ସୁରକ୍ଷିତ ମଧ୍ୟ ଅଟେ ଓ ଏହା ଦ୍ଵାରା ମୂଷା ମଧ୍ୟ କମିଯିବେ । ଏହି ଜିନିଷ ସହଜରେ ଆପଣଙ୍କ କିଚେନ ରେ ମିଳିଯିବ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ ।

୧. ପିପରମିଣ୍ଟ ଅଏଲ

ପିପରମିଣ୍ଟ ଅଏଲ ର ବ୍ୟବହାର କରି ଆମେ ମୁଶାଙ୍କୁ ଘରୁ ଅତି ସହଜରେ ବାହାର କରି ପାରିବା । କାରଣ ଏହି ତେଲର ଗନ୍ଧ ବହୁତ ହାର୍ଡ ହୋଇଥାଏ । ଏହାକୁ ମୂଷାମାନେ ସହନ କରି ପାରନ୍ତି ନାହିଁ । କଟନ ବା ତୁଳାରେ ଛୋଟ ଛୋଟ ଗୁଳା କରି ସେଥିରେ ପିପରମିଣ୍ଟ ଅଏଲ କୁ ଲଗାଇ ଦିଅନ୍ତୁ । ଏହାକୁ ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠି ମୂଷାମାନେ ଅଛନ୍ତି । ଏହାର ଗନ୍ଧ ଯିବା ମାତ୍ରେ ମୂଷାମାନେ ସେଠାରୁ ବାହାରିଯିବେ ।

୨. ଲଙ୍କା ଗୁଣ୍ଡ

ଏଥିପାଇଁ ଆପଣ କିଛି ଲାଲ ଲଙ୍କା ଗୁଣ୍ଡା ନିଅନ୍ତୁ ଓ ଏହାକୁ ଶୁଖିଲା ଅଟାରେ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାକୁ ମୂଷା ରହୁଥିବା ସ୍ଥାନରେ ରଖି ଦିଅନ୍ତୁ । ମୁଶାଙ୍କ ନାକ ସମ୍ବେଦନଶୀଳ ହୋଇଥାଏ । ଯେମିତି ହିଁ ସେମାନେ ଏହି ମିଶ୍ରଣକୁ ଖାଇବାକୁ ଚେଷ୍ଟା କରିବେ କିମ୍ବା ଏହାର ପାଖକୁ ଯିବେ ତେବେ ଏହି ଲାଲ ଲଙ୍କା ଗୁଣ୍ଡ ସେମାନଙ୍କୁ ସେଠାରୁ ଘଉଡାଇ ଦେବ ଓ ମୂଷା ଘରୁ ବାହାରି ପଳାଇବେ । ଧ୍ୟାନ ରଖିବେ ଏହି ମିଶ୍ରଣ ପାଖରୁ ପିଲାମାନଙ୍କୁ ଦୂରେଇ ରଖିବେ ।

୩. ତେଜ ପତ୍ର

ତେଜ ପତ୍ରକୁ ଆମେ ଘରେ ଖାଇବା ରେ ବ୍ୟବହାର କରିଥାଉ । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି କି ମୁଶାଙ୍କୁ ଘରୁ ବାହାର କରିବା ପାଇଁ ତେଜ ପତ୍ରର ବି ବ୍ୟବହାର କରାଯାଏ । ଏଥିପାଇଁ ଆପଣ ୪-୫ ଟି ତେଜ ପତ୍ର ନିଅନ୍ତୁ ।

ରାତିରେ ଶୋଇବା ସମୟରେ ଏହାକୁ ଜଳେଇ ଦିଅନ୍ତୁ । କିଛି ସମୟ ପର୍ଯ୍ୟନ୍ତ ଝରକା ବନ୍ଦ କରି ଦିଅନ୍ତୁ । ତେଜ ପତ୍ରର ଗନ୍ଧରେ ମୂଷାମାନେ ଘରୁ ବାହାରି ପଳାଇବେ । ତେଜ ପତ୍ର ଦ୍ଵାରା କେବଳ ମୂଷା ନୁହେଁ ମଶା ମାଛି ବି ଘରୁ ବାହାରି ପଳାଇବେ । ଘର ଏକଦମ ସଫା ସୁତୁରା ରହିବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *