ମୂଷା ଆପଣଙ୍କ ଘରର ରାସ୍ତା ଭୁଲିଯିବେ, କରନ୍ତୁ ଏହି ଉପାୟ, ୧୦୦ % ଫଳପ୍ରଦ

 

ସାଧାରଣତଃ ମୂଷା ମାନଙ୍କୁ ନକରାତ୍ମକ ଶକ୍ତି ରୂପେ ମାନି ଥାନ୍ତି । ଯେଉଁ ଘରେ ମୂଷା ମାନେ ଥାନ୍ତି ସେହି ଘରର ସଦସ୍ୟ ମାନଙ୍କ ଭୌତିକ ବିକାଶ ସଠିକ ଭାବରେ ହୋଇନଥାଏ । ମୂଷା ମାନେ ଘରକୁ ଅପରିଷ୍କାର ଓ ଦରିଦ୍ରତାର ଦିଗକୁ ନେଇଯାନ୍ତି । ଏମାନଙ୍କ ପାଇଁ ଘରେ ଥିବା ସଦସ୍ୟ ମାନଙ୍କୁ ବହୁତ ପ୍ରକାରର ରୋଗ ହୋଇଥାଏ । ଏହା ସହିତ ମୂଷା ମାନେ ଆମ ଘରର ଖାଦ୍ୟ ଜିନିଷକୁ ନଷ୍ଟ କରିଥାନ୍ତି ।

ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଆୟୁର୍ବେଦିକ ଘରୋଇ ଉପାୟ ଆଣିଛୁ । ଯାହା ଦ୍ୱାରା ଆପଣ ବହୁତ ସହଜରେ ମୂଷା ମାନଙ୍କୁ ନିଜ ଘରୁ ଦୂର କରିପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ସର୍ବ ପ୍ରଥମ ଉପାୟ ହେଉଛି ପିପରମିଣ୍ଟ ଅଏଲ । ପିପରମିଣ୍ଟ ଅଏଲ ଦ୍ଵାରା ଆପଣ ନିଜ ଘରୁ ମୂଷା ମାନଙ୍କୁ ଦୂର କରିପାରିବେ । କାରଣ ପିପରମିଣ୍ଟ ଅଏଲର ଗନ୍ଧ ବହୁତ କଡା ହୋଇଥାଏ । ଏହାର ଗନ୍ଧ ମୂଷା ମାନଙ୍କୁ ପସନ୍ଦ ହୋଇନଥାଏ । ମୂଷା ମାନଙ୍କୁ ଦୂର କରିବା ପାଇଁ ଆପଣ କିଛି ତୁଳା ଆଣନ୍ତୁ ଓ ଏହି ତୁଳାକୁ ଛୋଟ ଛୋଟ ପିସ କରି ଦିଅନ୍ତୁ । ଏହାପରେ ଏହି ତୁଳାରେ ପେପରମିଣ୍ଟ ଅଏଲ ପକେଇ ଦିଅନ୍ତୁ । ପକାଇବା ପରେ ସମସ୍ତ ତୁଳାକୁ ଘରର ସମସ୍ତ କୋଣରେ ରାଖୀ ଦିଅନ୍ତୁ । ଦେଖିବେ ଆପଣଙ୍କ ଘରେ ଥିବା ସମସ୍ତ ମୂଷା ଆପଣଙ୍କ ଘର ମଧ୍ୟରୁ ଦୂର ହୋଇଯିବେ । ଏହା ହେଉଛି ବହୁତ ସହଜ ସରଳ ଉପାୟ ଆପଣ ଏହି ଉପାୟକୁ ନିଜ ଘରେ କରିପାରିବେ ।


୨. ମୂଷାକୁ ଦୂର କରିବାର ଦୁତୀୟ ଉପାୟ ହେଉଛି ନାଲି ଲଙ୍କାର ପାଉଡର । ଘର ମଧ୍ୟରୁ ମୂଷା ମାନଙ୍କୁ ଦୂର କରିବା ପାଇଁ ନାଲି ଲଙ୍କାର ପାଉଡର ବହୁତ ଭଲ ଉପାୟ ହୋଇଥାଏ । ଏହି ଉପାୟ ଦ୍ଵାରା ବହୁତ ସହଜରେ ମୂଷା ମାନଙ୍କୁ ଘର ମଧ୍ୟରୁ ବାହାର କରା ଯାଇପାରିବ । ଏହି ଉପାୟ ପାଇଁ ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ, ଏଥିରେ ଅଳ୍ପ ନାଲି ଲଙ୍କା ପାଉଡର ଓ ଅଳ୍ପ ଅଟା ମିଶାଇ ଦିଅନ୍ତୁ । ଅଟା ମିଶାଇବା ପରେ ଆପଣ ଏହାର ଛୋଟ ଛୋଟ ଗୁଳା କରି ଦିଅନ୍ତୁ । ଏହି ଗୁଳାକୁ ମୂଷା ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ । ମୂଷା ମାନଙ୍କ ନାକ ବହୁତ ସଂବେଦନ ଶୀଳ ହୋଇଥାଏ । ମୂଷା ମାନେ କେବେ ବି ଏହି ମିଶ୍ରଣ ପାଖକୁ ଯିବେ ନାହିଁ । ଏହି ମିଶ୍ରଣ ଦ୍ଵାରା ମୂଷା ମାନେ ଆପଣଙ୍କ ଘରୁ ଦୂର ହୋଇଯିବା ପାଇଁ ବାଧ୍ୟ ହୋଇଯିବେ ।


୩. ବନ୍ଧୁଗଣ ଆମର ତୃତୀୟ ଉପାୟ ହେଉଛି ତେଜପତ୍ର । ତେଜପତ୍ରକୁ ଆମେମାନେ ଖାଦ୍ଯରେ ବ୍ୟବହାର କରିଥାଉ । ହେଲେ ବନ୍ଧୁଗଣ ମୂଷା ମାନଙ୍କୁ ଦୂର କରିବା ପାଇଁ ମଧ୍ୟ ତେଜପତ୍ରର ବ୍ୟବହାର କରାଯାଇଥାଏ । ଏହି କଥା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏହି ଉପାୟ ପାଇଁ ଆପଣ ୪ ରୁ ୫ ଟି ତେଜପତ୍ର ନିଅନ୍ତୁ, ରାତିରେ ଶୋଇବା ପୂର୍ବରୁ ଏହି ତେଜପତ୍ରକୁ ଆପଣ ନିଜ ଘର ମଧ୍ୟରେ ଜଳେଇ ଦିଅନ୍ତୁ । ଏହା ପରେ ଆପଣ ନିଜ ଘର ର ସବୁ ଝରକା ଓ କବାଟକୁ ବନ୍ଦ କରି ଦିଅନ୍ତୁ । ତେଜପତ୍ରର ଧୂଆଁରେ ମୂଷା ମାନେ ଆପଣଙ୍କ ଘରୁ ଦୂର ହୋଇଯିବେ । ଏହା ସହିତ ତେଜପତ୍ରର ଧୂଆଁରେ ଆପଣଙ୍କ ଘର ମଧ୍ୟରୁ ମଶା ମାନେ ମଧ୍ୟ ଦୂର ହୋଇଯିବେ ।

ଯଦି ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥାଏ ତେବେ ଏହାକୁ ଲାଇକ କରିବେ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରିବେ । ଏମିତି ହିଁ ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *