ଆଦିତ୍ୟଙ୍କ CCTV ଫୁଟେଜ ଭାଇରାଲ ହେବା ପରେ ମୁହଁ ଖୋଲିଲେ ବିଦ୍ୟାଶ୍ରୀ, କହିଲେ ମୋ ସହିତ…

ମାନବପ୍ରେମୀ ଆଦିତ୍ୟଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଫୁଟେଜ, ଯେଉଁ ଫୁଟେଜ ରେ ଆଦିତ୍ୟ ନିଜ ଘରୁ ବାହାରି ରେଳ ଷ୍ଟେସନ ଆଡକୁ ଯାଉଛନ୍ତି, ସେହି ସମୟରେ ଏକ ଘରୋଇ CCTV ରେ ଏହା ରେକର୍ଡ ହୋଇଛି । ସେଦିନ ସନ୍ଧ୍ୟା ୭.୨୩ ରେ ସେ ରେଳ ଷ୍ଟେସନ ଆଡକୁ ଯାଉଥିବାର ଫୁଟେଜ ଜିଆରପି ହାତରେ ହସ୍ତଗତ ହୋଇଥିଲେ ମଧ୍ୟ ସେ ସାର୍ବଜନୀନ କରିନଥିଲେ ମଧ୍ୟ ଏହି ଫୁଟେଜ କୌଣସି ସୂତ୍ରରୁ ମିଳିଛି । ଯେଉଁଥିରେ ଆଦିତ୍ୟ ଦାଶ ଘରୁ ବାହାରି ରେଳ ଷ୍ଟେସନ ଆଡକୁ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ଜିଆରପି ପୋଲିସ ସ୍ପଷ୍ଟ କରିଛି ଯେ ଏ ହେଉଛନ୍ତି ଆଦିତ୍ୟ ।

ସେଦିନ ଜୁଲାଇ ୬ ତାରିଖ ୨୦୨୦ ରେ ଆଦିତ୍ୟ ରେଳ ଷ୍ଟେସନ ଆଡକୁ ୭.୨୩ ରେ ଚାଲି ଚାଲି ଯାଉଥିବାର ଏବେ CCTV ଫୁଟେଜ ରେ କଏଦ ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏ ନେଇ CCTV ଫୁଟେଜ ବାହାରିବା ପରେ ବିଦ୍ୟାଶ୍ରୀ ମାନେ ଆଦିତ୍ୟଙ୍କ ପତ୍ନୀ ଏବେ ନିଜର ସ୍ଵର ଉତ୍ତୋଳନ କରିଛନ୍ତି ଏବଂ ଆଗକୁ ଆସି ନିଜର ସତ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି ।

ସେ ମିଡିଆରେ କହିଛନ୍ତି କି ତାଙ୍କ ସହିତ ପପୁ ଓ ବିକାଶଙ୍କର ଲାଏ ଡିଟେକ୍ସନ କରାଯାଉ । ଯାହା ଫଳରେ କିଏ ସତ କହୁଛି, କିଏ ମିଛ କହୁଛି , କିଏ ଦୋଷୀ ବାହାରକୁ ଆସିଯିବ । ଆଟଲିଷ୍ଟ ଲୋକମାନେ ତାଙ୍କୁ ଯେଉଁ ସନ୍ଦେହରେ ରଖିଛନ୍ତି ତାଙ୍କୁ ଆଉ ସନ୍ଦେହ କରିବେ ନାହିଁ ବୋଲି ବିଦ୍ୟାଶ୍ରୀ କହିଛନ୍ତି । ଆପଣଙ୍କୁ କହି ଦେଉଛୁ କି ଲାଏ ଡିଟେକ୍ସନ ଏକ ମେସିନ ଦ୍ଵାରା ହୋଇଥାଏ ଯିଏ ଆପଣଙ୍କ ହୃଦୟର ସ୍ପନ୍ଦନ କୁ ମାପି କିଏ ସତ କହୁଛି ଆଉ କିଏ ମିଛ କହୁଛି ଡିଟେକ୍ଟ କରିଥାଏ ।

ବିଦ୍ୟାଶ୍ରୀ ଏକଥା ମଧ୍ୟ କହିଛନ୍ତି କି ତାଙ୍କୁ ଲୋକମାନେ ବିନା କାରଣରେ ଦୋଷ ଦେଉଛନ୍ତି, ଯେଉଁ ଦୋଷରେ ସେ ସାମିଲ ନାହାନ୍ତି । ତେଣୁ ଲାଏ ଡିଟେକ୍ସନ ହେଲେ ଜଣା ପଡିଯିବ ଯେ କିଏ ପ୍ରକୃତ ଦୋଷୀ । ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଯେ ଆଦିତ୍ୟଙ୍କ ମୃତ୍ୟୁ ର CBI ଇନକ୍ଵାରୀ କରାଯାଉ । କାରଣ ଜିଆରପି ପୋଲିସ ୧୭ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସଠିକ ତଥ୍ୟ ଦେଇ ପାରିଲେ ନାହିଁ ଓ ଦୋଷୀକୁ ଧରି ପାରିଲେ ନାହିଁ । ଆଉ ମଧ୍ୟ ବିଦ୍ୟାଶ୍ରୀ ଏ କଥା ମଧ୍ୟ କହିଛନ୍ତି ଯେ ସୁସାଇଡ ନୋଟ ର ଶେଷ ଦୁଇ ପ୍ରୁଷ୍ଠା ମୁଁ ଲେଖିଛି ବୋଲି ଯେଉଁ ଭାଇରାଲ ହେଉଛି ତାହାକୁ ମୁଁ ଲେଖି ନାହିଁ । ତାହାକୁ ମିଛରେ ଭାଇରାଲ କରାଯାଉଛି ।

 

ମୁଁ ଚାହୁଁଛି ସମସ୍ତଙ୍କର ଲାଏ ଡିଟେକ୍ସନ ହେଲେ ଆଦିତ୍ୟଙ୍କ ମୃତ୍ୟୁ ର କାରଣ ଜଣା ପଡିବ । ତେବେ ଦେଖାଯାଉ ଆଦିତ୍ୟଙ୍କୁ କେବେ ନ୍ୟାୟ ମିଳୁଛି ଏବଂ ଆଦିତ୍ୟଙ୍କ ଆତ୍ମା କୁ କେବେ ଶାନ୍ତି ମିଳୁଛି । ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *