‘ମୁଁ ବି ତାଲା ପକେଇ କି ରଖିବି, କେମିତି ଘରକୁ ଯିବେ ମୁଁ ଦେଖିବି, ମତେ ଯେମିତି ସେମାନେ…’ ଶାଶୁଘର ଲୋକଙ୍କୁ ତାଲା ମାରିଦେଲେ ଦୀପିକା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା ଙ୍କ ଧାରଣା କୁ ଦୀର୍ଘ ୬୫ ଦିନ ବୀତିଯାଇଅଛି ତଥାପି କୌଣସି ସମାଧାନ ର ବାଟ ବାହାରି ନଥିଲା । ତାଲା ପକାଇ ଶାଶୁ ଶଶୁର ତଥା ଜେଜେ ଶାଶୁ ଶାଶୁର ବାହାରକୁ ଯାଇଥିଲେ । ସେମାନେ ଆସିଲା ପରେ ତାଲା ଖୋଲିଛନ୍ତି ମାତ୍ର ଦୀପିକା ଙ୍କ ପାଲ କୁ ଜେଜେ ମା’ ଚିରି ଦେଇଛନ୍ତି । ଏବଂ ପଚାରିଲା ଠାରୁ ଜେଜେ ମା’ ଉତ୍ତର ଦେଉଛନ୍ତି ଯେ ଆମେ ବାହାରେ ଭଡାଘର କରି ଥିଲୁ ଏବେ ଆସିଲୁ ଘରକୁ ଆମେ ଭିତକୁ କିଭଳି ଯିବୁ ସେଥିଲାଗି ପାଲ ଟି ଚିରିଦେଲୁ ।

ମାତ୍ର ୩ ଦିନ ଧରି ଲଗାଣ ବର୍ଷା ହେଉଛି । ବର୍ତ୍ତମାନ ଦୀପିକା ରହିବେ କିଭଳି ? ଦୀପିକା ଏହି ବାବଦରେ କହିଛନ୍ତି ଯେ ସେ ଗାଧୋଇବା ନିମନ୍ତେ ଶୌଚାଳୟ ଯାଇଥିଲେ । ମାତ୍ର ସେଠାକୁ ଯାଇ ଆସିଲା ଭିତରେ ତାଲା ପଡିଛି କଣ ହୋଇଛି କଣ ନାହିଁ ସେ କିଛି ଜାଣି ନଥିଲେ କିନ୍ତୁ ପୋଲିସ ବାବୁ ମାନେ ତ ଅଛନ୍ତି ନା ? ଦୀପିକା କହିଛନ୍ତି ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଧର୍ଯ୍ୟର ସହିତ ସବୁ ସାହି ଆସିଥିଲେ କିନ୍ତୁ ଆଉ ନୁହେଁ ।

ଯେମିତି ତାଙ୍କ ଶାଶୁ ଘର ଲୋକେ ପାଲ ଭଙ୍ଗା ଭାଙ୍ଗି କରିଛନ୍ତି ସେ ମଧ୍ୟ ବାହାର ଗେଟରୁ ତାଲା ପକାଇ ବସିବେ  ବୋଲି କହିଛନ୍ତି । ଅପର ପାର୍ଶ୍ଵ ରେ ଶାଶୁ କହିଛନ୍ତି ଯେ ଦୀପିକା ଦାଣ୍ଡରେ ବସି ବହୁତ ହଇରାଣ କରିଲା । କେତେବେଳେ ଗରମ ପାଣି ପକାଇଲାଣି ତ ଆଉ କେତେବେଳେ ନିଆଁ । ଏ ସବୁ ଦେଖି ସେମାନେ ବିରକ୍ତ ହୋଇଯାଇଥିଲେ ।

ଗଣେଶ ପୂଜା ଦିନ ସମସ୍ତେ କବାଟ ଦେଇ ସୋଇଥିବା ସମୟରେ ଦୀପିକା କୁଆଡେ ତାଙ୍କ କବାଟ ବାଡେଇ ତାଙ୍କୁ ୨ କିଲୋ ଲଡୁ ଜାଚୁଥିଲେ । ଏ ସବୁ ଦେଖି ଦିନେଶ ଙ୍କ ବାପା ମା’ ବିରକ୍ତ ହୋଇଗଲେ ଏବଂ ସେମାନେ ଜେଜେ ମା’ ଜେଜେ ବାପା ଙ୍କ ସହିତ ଅନ୍ୟ ଘରକୁ ଚାଲିଯାଇଥିଲେ । ଦିନେଶ ଙ୍କ ମା’ କହିଛନ୍ତି ଯେ ସମାଧାନ ର ବାଟ ନିଶ୍ଚିତ ହେବ ଏବଂ ତାହା କୋର୍ଟ ରେ ହେବ ।

ମୁଁ ତାକୁ ବୋହୁ କରି ଆଣି ନଥିଲି ଯେ ଏମିତି ତାକୁ ଘରେ ପୁରେଇବି ସେ ହଠାତ ଆସିଲା ହଟାତ କେସ ଦେଲା । ତେବେ ଏଭଳି କହିଛନ୍ତି ଦିନେଶ ଙ୍କ ମା’ । ଦେଖାଯାଉ ଏହି କାହାଣୀ ର ଅନ୍ତ କେବେ ହେଉଛି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *