Anubhav ତୁମେ କଣ କଲ ? ଆଜି ସମସ୍ତେ ଚୁପ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଯେଉଁ ମାନେ କହୁଥିଲେ ଅନୁଭବ ଙ୍କ କ୍ୟାରିୟର ସଫା ତଥା ତାଙ୍କ ପଲିଟିକାଲ କ୍ୟାରିୟର ସଂପୂର୍ଣ୍ଣ ଭାବରେ ଶେଷ । ତେବେ ସେହି ମାନଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଦେଖାଇ ଦେଇଛନ୍ତି ଯେ ସେ ନାୟକ । ତେବେ ନିଜ ବାପା ଙ୍କ ପାଇଁ ସେ ସବୁକିଛି କରି ପାରନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ହୃଦୟକୁ ତରଳାଇ ଦେଇଛି ।

ସମସ୍ତଙ୍କୁ ବାପା ଶବ୍ଦ ର ଅର୍ଥ ବୁଝାଇ ଦେଇଛି । ବାପା ଙ୍କ ପ୍ରତି ଥିବା କର୍ତ୍ତବ୍ୟ କୁ କିଭଳି ନିଭାଇବେ ତାହା ମଧ୍ୟ ପଢାଇ ଦେଇଛି । ତେବେ ଅନୁଭବ ମହାନ୍ତି ଜଣେ ସାଂସଦ ହେଲା ପରେ ମଧ୍ୟ ବାପା ଙ୍କ ପ୍ରତି ଥିବା ତାଙ୍କ ସ୍ନେହ, ପ୍ରେମ, ମମତା ଏବଂ ଭଲ ପାଇବାକୁ ସମସ୍ତେ ଜଳଜଳ କରି ଦେଖିପାରୁଛନ୍ତି ।

ଅନୁଭବ ମହାନ୍ତି ତାଙ୍କ ବାପା ଙ୍କୁ ଭିଡିଓ କଲରେ ମା’ ଙ୍କ ଦର୍ଶନ କରାଇ କହୁଛନ୍ତି ଯେ ବାପା ଏଠାରେ ସମସ୍ତେ ତୁମ ପାଇଁ ମା’ ଙ୍କ ପାଖରେ ନନା ମାନେ ପ୍ରାର୍ଥନା କରୁଛନ୍ତି । ମା’ ଯଦି ସୀମାହୀନ ମମତା ର ସାଗର ହୁଏ ତେବେ ବାପା ଅନୁଶାସନ ତଥା କର୍ତବ୍ୟରେ କଠୋର । ତଥାପି ବାପା କେବଳ ଗୋଟିଏ ଶବ୍ଦ ନୁହେଁ । ଭଗବାନ ଙ୍କ ମଥାରୁ ଖସି ପଡିଥିବା ଆଶୀର୍ବାଦ ର ଫୁଲ ହେଉଛନ୍ତି ବାପା ।

ଆଉ ସେହି ବାପା ଙ୍କ ଦେହ ଖରାପ ହେଲେ ପୁଅ କିଭଳି ସହିବ ? ସେଥିପାଇଁ ସେ ଧାଇଁ ଆସିଛନ୍ତି ମା’ ଚର୍ଚ୍ଚିକା ଙ୍କ ପିଠ କୁ । ମା’ ଚର୍ଚ୍ଚିକା ଙ୍କୁ ଅନୁଭବ ଙ୍କ ବାପା ଦର୍ଶନ କରିବା ନିମନ୍ତେ ଭିଡିଓ କଲ ର ସାହାରା ନେଇଥିଲେ ଅନୁଭବ ମହାନ୍ତି । ଆଉ ତାଙ୍କ ବାପା ଙ୍କୁ ସେ କହୁଛନ୍ତି ଯେ ବାପା ଟିକିଏ ଆଖି ଖୋଲି ମା’ ଙ୍କୁ ଦର୍ଶନ କରିନିଅ ।

ବ୍ରାହ୍ମଣ ମାନେ ସମସ୍ତେ ଆପଣଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଆପଣ ଯଥା ଶୀଘ୍ର ଭଲ ହୋଇଯିବେ । ଅନୁଭବ ଙ୍କ ପାରିବାରିକ କଳହ କୁ ନେଇ ଆଙ୍ଗୁଠି ଉଠାଉ ଥିବା ଲୋକଙ୍କୁ ଅନୁଭବ ମହାନ୍ତି ନିଜେ ଦେଖାଇ ଦେଇଛନ୍ତି । ତେବେ ଏ ଦୁନିଆ ପଛେ ଯାହା ହେଇଯାଉ ଅନୁଭବ ଙ୍କ ପାଇଁ ତାଙ୍କ ବାପା ମହାନ ବୋଲି ସେ ପ୍ରମାଣ କରିଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *