ମୁଁ ତାଙ୍କୁ ଛାଡି ବଞ୍ଚିପାରିବି ନାହିଁ…ମୋ ମଥାରୁ ପୋଛନି ସିନ୍ଦୁର ! ମତେ ତାଙ୍କ ସହ ଯିବାକୁ ଦିଅ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ମଥାରୁ ସିନ୍ଦୁର ପୋଛନ୍ତୁ ନାହିଁ ! ମୁଁ ତାଙ୍କୁ ଛାଡି ବଞ୍ଚିପାରିବି ନାହିଁ । ତେବେ ଏପରି କହି କହି ସହିଦ ସ୍ଵାମୀର ପାର୍ଥିବ ଶରୀର ପାଖରେ ମୁଣ୍ଡ ପିଟି ପିଟି କାନ୍ଦିକି କହୁଛି ସ୍ତ୍ରୀ ! ଘଟିଯାଇଥିବା ଏପରି ଏକ ହୃଦୟ ବିଦାରକ ଘଟଣା ବିଷୟରେ ଯିଏ ଜାଣୁଛି । ସେ ନିଜର କୋହକୁ ସମ୍ଭାଳି ନପାରି କାନ୍ଦି ପକାଉଛି । ଆଉ ଯିଏ ନିଜର ସ୍ଵାମୀଙ୍କୁ ହରାଇଛି । ସେହି ବିଚାରୀ ସ୍ତ୍ରୀ ର ମନର ଅବସ୍ଥା ଏପରି ପାଲଟି ଯାଇଛି ।

ଯେ ସେ ନିଜ ସ୍ଵାମୀର ପାର୍ଥିବ ଶରୀର ପାଖରୁ ଉଠିକି ଆସୁନାହିଁ । ସେହିଠାରେ ହିଁ କାନ୍ଦି କାନ୍ଦି ମନେ ମନେ କହିହେଉଛି । ତମେ ସିନା ମୋତେ ଛାଡି ଅଫେରା ରାଇଜକୁ ଛାଡି ଚାଲିଗଲ । ଯେଉଁଠାରୁ ଆଉ କେବେବି ତୁମେ ମୋ ପାଖକୁ ଆସିବ ନାହିଁ । ହେଲେ ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ । ତୁମେ ସିନା ଛାଡି ଦେଇ ଏତେ ବଡ ଦୁନିଆରେ ମୋତେ ଏକେଲା କରିଦେଇଛ ।

ହେଲେ ମୁଁ କିପରି ତୁମକୁ ଛାଡି ଜୀବନ ବିତେଇବି ଏପରି କିଛି କଥା ମନ ମନରେ ଭାଳି ହୋଇ ହୋଇ ସହିଦ ଦେବାଶିଷ ବିଶ୍ଵାଳଙ୍କ ଧର୍ମପତ୍ନୀ ବୁକୁ ଫଟାଇ କାନ୍ଦୁଛନ୍ତି । ମାଓବାଦୀଙ୍କ ଆକ୍ରମଣ କାରଣରୁ ତଥା ବୋମା ବିସ୍ଫୋରଣ କାରଣରୁ ପୁଞ୍ଝ ଠାରେ ଘଟିଥିବା ଏପରି ଏକ ଘଟଣାରେ ସହିଦ ହୋଇଥିବା ଆମ ଓଡିଶା ମାଟିର ପୁଅ ହେଉଛନ୍ତି ସହିଦ ଦେବାଶିଷ ବିଶ୍ଵାଳ । ଯାହାଙ୍କ ବିୟୋଗରେ ସାରା ଗ୍ରାମ ତଥା ଦେବାଶିଷଙ୍କ ଜନ୍ମ ମାଟି ଆଜି ଦୁଃଖରେ ମ୍ରିୟମାଣ ହୋଇପଡିଛି ।

ତେବେ ସୂଚନା ମୁତାବିକ ଗତ କାଲି ନିଜର ଜନ୍ମ ମାଟିକୁ ସହିଦ ଯବାନଙ୍କର ପାର୍ଥିବ ଶରୀରକୁ ଅଣାଯାଇଥିଲା । ତାପରେ ସେଠାରେ ସହିଦ ଦେବାଶିଷ ବିଶ୍ଵାଳଙ୍କ ଅନ୍ତିମ ଦର୍ଶନ ପାଇଁ ସାରା ଗ୍ରାମବାସୀଙ୍କର ସୁଅ ଛୁଟିଥିଲା । ଏହା ସହିତ ଅନେକ ନେତା ନେତା ମନ୍ତ୍ରୀ ମାନେ ମଧ୍ୟ ସହିଦଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।

ଏହା ସହ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ସହିଦ ଦେବାଶିଷ ବିଶ୍ଵାଳଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ତାଙ୍କର ଅନ୍ତିମ ଦର୍ଶନ ପାଇଁ ତାଙ୍କ ଗ୍ରାମ ମାଟିକୁ ମଧ୍ୟ ଆସିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *