“ମା’ ମୋତେ କାହିଁକି ଏତେ ହଇରାଣ କରୁଛୁ.. ମୁଁ ବହୁତ କଷ୍ଟ ପାଉଛି ମାଆ…” ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସାରା ଓଡିଶାରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ଏହି ଖବରଟି ହେଉଛି ରାଜବୀର ରାଣା । ବନ୍ଧୁଗଣ ଆପଣ ମାନେ କେବଳ ଏହି ନାଁଟି ଶୁଣିବା ପରେ ଏହି ଖବର ବିଷୟରେ ଜାଣି ପାରିଥିବେ । ଦୀର୍ଘ ମାସ ଧରି ଏହି ଖବରଟି ସୋସିଆଲ ମିଡିଆରେ ଘୁରି ବୁଲୁଛି । କୁନି ପୁଅ ରାଜବୀରଙ୍କୁ ଏକ ବିରଳ ରୋଗ ହୋଇଛି ଓ ଏହି ରୋଗର ଚିକିତ୍ସା ପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି ।

ତେବେ ବାପା ମା ଅସମର୍ଥ ଥିବାରୁ ପ୍ରଥମେ ଓଡିଶା ମୁଖ୍ୟମନ୍ତ୍ରୀ ଓ ପରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଖକୁ ସହାୟତା ମାଗିବାକୁ ଯାଇଥିଲେ । ଏହା ପରେ ବାପା ମା ନିଜ ପୁଅର ଚିକିତ୍ସା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ତେବେ ରାଜବୀରଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ଅନେକ ଲୋକ ଆର୍ଥିକ ସହାୟତା କରୁଛନ୍ତି ।

କିଏ ୧୦ ଟଙ୍କା ତ କିଏ ୧୦୦୦ ଟଙ୍କା ଯାହାର ଯେତିକି ସାମର୍ଥ୍ୟ ରହିଛି ସେ ସେତିକି ଟଙ୍କା ପ୍ରଦାନ କରୁଛି । ଏମିତି କି ଓଡିଆ ଅଭିନେତା ପ୍ରଜ୍ଞାନ ଖଟୁଆ ଓ ତାଙ୍କ ପତ୍ନୀ ସୁନନ୍ଦା ମଧ୍ୟ ରାଜବୀରଙ୍କ ପାଇଁ ଜନସାଧାରଣଙ୍କୁ ସୋସିଆଲ ମିଡିଆ ଜରିଆରେ ଆର୍ଥିକ ସହାୟତା ମାଗିଥିଲେ । ବନ୍ଧୁଗଣ ବର୍ତ୍ତମାନ ରାଜବୀରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସେହି ଭିଡିଓରେ ରାଜବୀର କହୁଛନ୍ତି-‘ମୁ ରାଜବୀର କହୁଛି ତୁମ ମାନଙ୍କ ସ୍ନେହର ରାଜବୀର । ମୋ ଦେହ ଭଲ ନାହିଁ । ମୋତେ ଏକ ବିରଳ ରୋଗ ହୋଇଛି ଯାହାକୁ ଭଲ କରିବାକୁ ହେଲେ ୧୬ କୋଟି ଟଙ୍କା ଦରକାର । ଆଉ ଏହି ଟଙ୍କା ପାଇଁ ମୋ ବାପା ମା ସମସ୍ତଙ୍କ ସାହାର୍ଯ୍ୟ ଲୋଡି ଛନ୍ତି । ସମସ୍ତଙ୍କ ଭଲ ପାଇବା ମୋତେ ମିଳିଲା ଯାହାକୁ ଦେଖି ମୁ ଖୁସିରେ ଥିଲି । ହେଲେ ବାପା ତମେ କାହିଁକି ଏ ବିଶ ପିଉଛ’ ।

ଆଗକୁ ସେ କହୁଛନ୍ତି-‘ମା ତୁ କାହିଁକି ମୋତେ ବାର ଦୁଆର ଶୁଣ୍ଢୀ ପିଣ୍ଢା କରୁଛୁ । ଆଜି ମୋତେ ବେଙ୍ଗାଲୋର ତ କାଲି ଭୁବନେଶ୍ବର ନେଇ ଯାଉଛୁ ମୁ ବହୁତ କଷ୍ଟରେ ଅଛି ମା । ଏମିତି କଲେ ମୋ ଜୀବନ ପ୍ରତି ବିପଦ ଅଛି ମା । ଏମିତି କରିଲେ ଏ ସମାଜ ତତେ ସନ୍ଦେହ ଦ୍ରୁଷ୍ଟିରୁ ଦେଖୁଛି ଆଉ ସମସ୍ତେ ଭାବୁ ଛନ୍ତି ମୁ ପଇସା ଗୋଟେଇବାର ଏକ ମାଧ୍ୟମ ପାଲଟି ଯାଇଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *