ଦେଖନ୍ତୁ Video: ‘ବଦଳିଲା ସୁମିତଙ୍କ ମନ ! ଯଦି ମୋ ସ୍ବାମୀ ଚାହୁଁଛନ୍ତି ତାହେଲେ…’ ଦେଖନ୍ତୁ Sumit ଙ୍କ ବିଷୟରେ ମିଡିଆ ଆଗରେ କଣ କହିଲେ Tapaswini…

ବନ୍ଧୁଗଣ ଓଡିଶାର ବହୁତ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାରେ ଏବେ ଏକ ବଡ ଟୁଇସ୍ଟ ଦେଖିବାକୁ ମିଳିଛି । ତେବେ ଜିଲ୍ଲା କୋର୍ଟଙ୍କ ରାୟ ଅନୁଯାଇ ତପସ୍ଵିନୀ ଏବେ ନିଜ ଶଶୁର ଘରେ ରହୁଛନ୍ତି । ଆଉ ଏହି ମାମଲାଟି ଏବେ ହାଇକୋର୍ଟରେ ବିଚାରଧିନ ରହିଛି । ତେବେ ବନ୍ଧୁଗଣ ଜିଲ୍ଲାକୋର୍ଟ ପୂର୍ବ ଶୁଣାଣିରେ ସୁମିତ ନିଜ ପତ୍ନୀଙ୍କୁ ତାଙ୍କ ଘରେ ରଖିବେ ଓ ମାସିକ ୧୭ ହଜାର ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ଏମିତି କି ଗତ କାଲି ସୁମିତ ୧୭ ଯାହାର ଟଙ୍କା ଏସଡିଜିଏମଙ୍କୁ ଦେଇଥିଲେ ଓ ତପସ୍ଵିନୀ ଟଙ୍କା ଆଣିଥିଲେ । ହେଲେ ବର୍ତ୍ତମାନ ଏହା ଖବର ଆସୁଛି ଯେ, ସୁମିତ ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି । ସୁମିତ ହାଇକୋର୍ଟଙ୍କୁ ଏକ ଅପିଲ କରିଥିଲେ ଓ ହାଇକୋର୍ଟ ଏହି ଅପିଲକୁ ଗ୍ରହଣ କରିଛି । ତେବେ ବର୍ତ୍ତମାନ ଏନେଇ ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତପସ୍ଵିନୀଙ୍କ ମତରେ-‘୧୭ ହଜାରରୁ ଯେଉଁ ୧୦ ହଜାର ହେଲା ମୁ ଆଗରୁ ବି କହିଛି ପଇସା ମୋ ପାଇଁ ବିଲକୁଲ ମ୍ୟାଟର କରେ ନାହିଁ । ମୁ ଫ୍ରାଙ୍କଲି କହୁଛି ମୋତେ ଟଙ୍କା ଉପରେ କୌଣସି କଥା କହିବାର ନାହିଁ । ଆଉ ଗୋଟେ ଶୁଭ ଖବର ଆସିଲା କହିଲେ ଚଳେ କାହିଁକି ନା ସୁମିତ ତାଙ୍କ ଆଡୁ ପ୍ରାର୍ଥନା କରି କହିଛନ୍ତି ଯେ, ସୁମିତ ତାଙ୍କ କାର୍ଯ୍ୟସ୍ଥଳୀ ଯାହା ଅଛି ଆସ୍କାରେ ସେଠାରେ ମୋତେ ନେଇ ରହିବେ’ ।

ଆଗକୁ ସେ କହିଛନ୍ତି-‘ସେ ଭଡା ଘର ନେଇ ମୋ ସହ ରହିବେ ବୋଲି କହିଛନ୍ତି । ଏଇଟା କେତେ ଆଡୁ ଯୁକ୍ତିଯୁକ୍ତ ସେଇଟା ତ ମୁ ଜାଣି ନାହିଁ । କାରଣ ଆଗରୁ ମଧ୍ୟ କୋର୍ଟ ୭ ଦିନ ମିସିକି ରହିବା ପାଇଁ କହିଥିଲେ ହେଲେ ସେ ଚମ୍ପଟ ମାରିଲେ । କିନ୍ତୁ ଏଇଟା ହାଇକୋର୍ଟ ଅର୍ଡର ଦେଇଛନ୍ତି ମୁ ଭାବୁଛି ସେ ନିଶ୍ଚୟ ମାନିବେ । କାରଣ ସେ ତାଙ୍କ ଆଡୁ ପ୍ରାର୍ଥନା କରିଛନ୍ତି ଯେ, ସେ ମୋ ସହ ଆସ୍କାରେ ଏକ ଭଡା ଘର ନେଇ ରହିବେ’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ଆଉ ମୁ ସ୍ଵାଗତ ଜଣାଉଛି ହାଇକୋର୍ଟଙ୍କ ଅର୍ଡରକୁ ମୋର ସୁରକ୍ଷା ଦାୟିତ୍ଵ ମୁ ନ୍ୟାୟଳୟ ଉପରେ ଛାଡି ଦେଇଛି । ସେ ଯାହା ବି କରିବେ ମୋ ପାଇଁ ବି ଭଲ ଥିବ ବୋଲି ମୁ ଆଶା କରୁଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *