ମୃତ୍ୟୁ ଶଯ୍ୟାରେ ଝିଅ, ବାହୁନି ବାହୁନି କାନ୍ଦୁଛନ୍ତି ବାପା-ମା’, ଝିଅ ପାଇଁ କରୁଛନ୍ତି ଆକୁଳ ନିବେଦନ, ସେ କଣ କହୁଛନ୍ତି ଥରେ ଶୁଣିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଝିଅ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲା ପରେ ଆପଣ ମାନେ କାନ୍ଦି ପକାଇବେ । ଦିନ ଥିଲା ଏହି ଝିଅ ନାଚି ନାଚି ଘର କମ୍ପେଇ ଦେଉଥିଲା, ହସ ଖୁସିରେ ଗାଁ ଦାଣ୍ଡରେ ବୁଲୁଥିଲା, ଆଜି କିନ୍ତୁ ରୋଗଶର୍ଯ୍ୟାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି। ଭଲ ପାଠ ବି ପଢୁଥିଲା । କିନ୍ତୁ ଆଜି ସେ ଶଯ୍ୟାଶାୟୀ । କହିଲା ଭଳି କୁନି ଝିଅଟିର  ହସ ଖୁସିରେ କାହାର ନଜର ଲାଗିଗଲା ବୋଧେ, ଅବେଳରେ ଝିଅ ପ୍ରତୀକ୍ଷା ଜୀବନରେ ମାଡି ଆସିଲା  କଳାର ବାଦଲ  ।

ଝିଅର ଏହି ଅବସ୍ଥାକୁ ଦେଖି ବାପା ମାଙ୍କ ଆଖିରୁ ଲୁହ ବନ୍ଦ ହେଉ ନାହିଁ । ଝିଅ ପାଖରେ ବସି ଝିଅକୁ ଆଉଁସି ଦେଉଛନ୍ତି ମା । ଝିଅର ଅବସ୍ଥା ଦେଖି ମାର ମନ ଜମାରୁ ବୁଝୁ ନାହିଁ । ମୋବାଇଲରେ ଥିବା ପୁରୁଣା ଭିଡିଓ ଓ ଫଟୋକୁ ଦେଖି ମା ବାପାଙ୍କ ଆଖିରୁ ଲୁହ ଝରି ଆସୁଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଝିଅ ମାଙ୍କ ମତରେ, ପ୍ରଥମେ ଝିଅର ଛାତି ଯନ୍ତ୍ରଣା ହୋଇଥିଲା ଏହା ପରେ ମା ବାପା ଉଭୟ ଝିଅକୁ ନେଇ ଶିଶୁ ଭବନ ଯାଇଥିଲେ । ଶିଶୁ ଭବନରେ କହିଲେ ନିମୋନିଆ ହେଇଯାଇଛି । ନିମୋନିଆ ହେବା ଦ୍ଵାରା ଝିଅ ନିଶ୍ଵାସ ନେଇ ପାରିଲା ନାହିଁ । ନିଶ୍ଵାସ ବନ୍ଦ ହେବାରୁ ସେ ଭେଣ୍ଟଲେଟରରେ ୨୭ ଦିନ ରହିଲା ।

୨୭ ଦିନ ଭିତରେ ତାର ଡାଇଲିସିସ ଓ ବେଡସୋ ହେଇଗଲା । ଝିଅର ତିନି ଥର ହାର୍ଟ ବନ୍ଦ ହେଇଗଲା ଯାହାଫଳରେ ତାର ମେମୋରି ଲସ୍ ହେଇଯାଇଛି । ହେଲେ ଏବେ ଏହି ମାସ ଦେଢ ମାସ ହେବ ତାକୁ ଡାକିଲେ ସେ ଶୁଣୁଛି । ସେ ଦେଖି ପାରୁଛି ନା ନାହିଁ ତାହା ବି ବାପା ମା ଜାଣି ପାରୁ ନାହାନ୍ତି କାରଣ ଝିଅ ଶେଷ ଥର ଯେତେବେଳେ ବେହୋସ ହୋଇଥିଲା ସେତେବେଳେ ସେ ନିଜ ମାକୁ କହିଥିଲା ଯେ, ତାକୁ କିଛି ଦେଖା ଯାଉ ନାହିଁ ।

ଅନ୍ୟ ପକ୍ଷରେ ଝିଅର ବାପା ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛନ୍ତି । କେବଳ ଗୋଟିଏ ପରିବାର ଦୋକାନୀରେ ସେ କେତେ ଟଙ୍କା ବା ପାଇବେ ଓ ଝିଅର ଚିକିତ୍ସା ଭଲ ମେଡିକାଲରେ କରିବେ ତାକୁ ନେଇ ସେ ଚିନ୍ତିତ ଅଛନ୍ତି । ଅର୍ଥ ଅଭାବ ଥିବାରୁ ଝିଅଙ୍କ ବାପା ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସେ ସହାୟତା ମାଗୁଛନ୍ତି । ଦୟାକରି ଏହି ଝିଅଟିକୁ ବଞ୍ଚେଇବା ପାଇଁ ସାହାର୍ଯ୍ୟର ହାତ ବଢାନ୍ତୁ ଓ ଏହାକୁ ଅଧିକ ମାତ୍ରାରେ ସେୟାର କରି ସମସ୍ତଙ୍କୁ ସାହାର୍ଯ୍ୟ କରିବାକୁ କୁହନ୍ତୁ ଯାହା ଦ୍ଵାରା ଝିଅତିର ଜୀବନ ବଞ୍ଚିଯିବ ।

Leave a Reply

Your email address will not be published. Required fields are marked *