ମଣିଷର ଅସଲ ବନ୍ଧୁ କୁକୁର, ମାଲିକ ବିପଦରେ ଥିବା ଦେଖି ଉଦ୍ଧାର ପାଇଁ କୁକୁରଟି ଯାହା କଲା ନା…ଦେଖିଲେ ଆପଣ ବି ଭାବୁକ ହେଇଯିବେ

ବନ୍ଧୁଗଣ ନମସ୍କାର, ତେବେ ବୁଡ଼ି ଯାଉଥିଲେ ମାଲିକ । ପାଣିକୁ ଡେଇଁ ପଡ଼ିଲା କୁକୁର । ନିଜ ମାଲିକ କୁ ବଞ୍ଚାଇବାର ଚେଷ୍ଟା କରିଛି କୁକୁର । ଭାଇରାଲ ହେଲା ଏହି ଭିଡିଓ । କୁକୁର ମାନେ ମନୁଷ୍ୟ ର ଅତି ବିଶ୍ଵସ୍ତ ଏବଂ ଘନିଷ୍ଠ ଅଟନ୍ତି । ମାଲିକ ର ସୁରକ୍ଷା ପାଇଁ ସେ ଯେ କୌଣସି ସମସ୍ୟା କୁ ସାମ୍ନା କରିପାରେ । ଯାହାର ଝଲକ ଅନେକ ଥର ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ।

ଯେଉଁଥିରେ ଦେଖିବାକୁ ମିଳିଛି ମାଲିକ କୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁ ପଡୁଛି କୁକୁର । ଲୋକମାନେ ଏହି ଭିଡିଓ କୁ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି । ଟ୍ୱିଟର ରେ ଏହି ଭିଡିଓ ଟି ସେୟାର କରାଯାଇଛି । ଭିଡିଓ ରେ ଦେଖିବାକୁ ମିଳିଛି ଯେ, ପୋଷା କୁକୁର ଟି ତା’ର ମାଲିକ ର ଜୀବନ ବଞ୍ଚାଇଛି ।

ଯଦିଓ ମାଲିକ ବିପଦ ରେ ନାହାନ୍ତି ତଥାପି ସେ ନିଜର କୁକୁର ର ପ୍ରତିକ୍ରିୟା ଦେଖିବା ପାଇଁ ପାଣି ଭିତରକୁ ଡେଇଁ ପଡ଼ନ୍ତି । କିନ୍ତୁ କୁକୁର ଟି ଭାବେ ଯେ ମାଲିକ ବିପଦ ରେ ଅଛନ୍ତି ଏବଂ ତାଙ୍କର ଉଦ୍ଧାର କରାଯିବା ଆବଶ୍ୟକ । କିଛି ନଭାବି କୁକୁର ଟି ମଧ୍ୟ ପାଣିକୁ ଡେଇଁ ପଡ଼େ । ମାଲିକ ପାଣିରେ ଡେଇଁ ପହଁରିବା କୁ ଚେଷ୍ଟା କରୁଥିବା ବେଳେ କୁକୁର କିନ୍ତୁ ସେ ଆଉ ଫେରିବନି ବୋଲି ଭାବି ନେଇଛି ।

ଏହି ଭିଡିଓ କୁ ଦେଖିବା ପରେ ଲୋକମାନେ ସୋସିଆଲ ମିଡିଆ ରେ ଅନେକ କମେଣ୍ଟ କରିଛନ୍ତି । ଜଣେ ୟୁଜର ସେହି ଭିଡିଓ ରେ କମେଣ୍ଟ ଦେଇ ଲେଖିଛନ୍ତି, କୁକୁର ମାନେ ପ୍ରକୃତ ରେ ବହୁତ ବିଶ୍ଵସ୍ତ, ଏହା ତା’ର ଜ୍ଵଳନ୍ତ ଉଦାହରଣ । ଆଉ କିଛି ଲୋକ ଲେଖିଛନ୍ତି କୁକୁର ଓ ମାଲିକ ର ସମ୍ପର୍କ ବେଶ ସୁନ୍ଦର ରହିଛି ।

ତେବେ ଏଭଳି ସୁନ୍ଦର ଦୃଶ୍ୟ ଦେଖିଲେ ସତରେ ମନ ଭିତରେ ପ୍ରଶ୍ନ ଉଠୁଛି ଯେ, କୁକୁର ବଦଳରେ କଣ ସେହି ସ୍ଥାନରେ ମଣିଷ ଥିଲେ ଏଭଳି କରିଥାନ୍ତା? କୁକୁର ହିଁ ମନୁଷ୍ୟ ର ପ୍ରକୃତ ମିତ୍ର ଅଟେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *