ମୁଁ ଆଉ କାହା ପାଇଁ ନାଚିବି, ସ୍ୱପ ମୋର ରହିଲା ସ୍ୱପରେ, ସୁକାନ୍ତ ଭାଇ ପୁଅ ତ ଆରପାରିରେ, ଏବେ ମୁଁ…

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ତଳେ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ଙ୍କ କାର ଆକ୍ସିଡେଣ୍ଟରେ ଯାଜପୁର ବାସିନ୍ଦା ସୁକାନ୍ତ ଙ୍କ ଜୀବନ ଚାଲିଯାଇଥିଲା । ତେବେ ପରିବାର ନିମନ୍ତେ ଗୋଟିଏ ଦୁଃଖ ସରି ନଥିବା ବେଳେ ଆଉ ଏକ ଦୁଃଖ ଘଟଣା ଘଟିଯାଇଛି । ବର୍ତ୍ତମାନ ସୁକାନ୍ତ ଙ୍କ ପୁଅଙ୍କର ଜୀବନ ପେଜର ପଡି ଚାଲିଯାଇଛି । ଏହି ଘଟଣା ପରେ ଅଭିନେତ୍ରୀ ରାନୀପଣ୍ଡା ନିଶ୍ଚିତ ଭାବରେ କିଛି ଏଭଳି ଚିନ୍ତା କରୁଥିବେ ।

ରାଣୀ ପଣ୍ଡା କହିଥିବେ ସତରେ ଭଗବାନ ତୁମେ କାହାରି ନୁହେଁ, ଏହି ସମାଜ ଆଗରେ ତାଙ୍କୁ ଗୋଟିଏ ହତ୍ୟାକାରୀ ଭାବରେ ସଜାଇ ଦିଆଯାଇଥିଲା । ସେ ସବୁଆଡୁ ବିଶ୍ଵାସ ହରାଇ ଦେଇଥିଲେ । କିନ୍ତୁ ଭଗବାନ ଙ୍କ ପାଖରେ ରାଣୀ ଙ୍କ ବିଶ୍ଵାସ ଅଟକି ଯାଇଥିଲା, ଏହା ସହିତ ରାଣୀ କହିଥିଲେ ଯେ ସୁକାନ୍ତ ପରିବାରର ଦାଇତ୍ଵ ତାଙ୍କର ବୋଲି । ସେ ଷ୍ଟେଜରେ ନାଚି ସୁକାନ୍ତ ପୁଅକୁ ପାଠ ପଢାଇବେ ।

ବଡ ମଣିଷ କରାଇବେ କିନ୍ତୁ ଏହା କ’ଣ ହେଲା ? ସୁକାନ୍ତ ଙ୍କ ଜୀବନ ଯିବାକୁ ମାସେ ପୁରି ନାହିଁ  ସୁକାନ୍ତ ଙ୍କ ତିନି ବର୍ଷର ପୁଅର ଜୀବନ ଚାଲିଗଲା । ରାନୀ ପଣ୍ଡା ଅନେକ ଦୁଃଖୀ ରଙ୍କି ଙ୍କୁ ସାହାର୍ଯ୍ୟ କରିଥିବା କଥା ସମସ୍ତେ ଜାଣିଥିବେ । ଅନେକ ଲୋକଙ୍କର ଯେଉଁ ଅସୁବିଧା ରହିଛି, ସେ ସବୁକୁ ସୁଧାରୀ ଆଣିଥିଲେ ତଥା ସମସ୍ତ ସମସ୍ୟା କୁ ସମାଧାନ କରିବାକୁ ମଧ୍ୟ ରାନୀ ସବୁବେଳେ ଅଣ୍ଟା ଭିଡିଥାନ୍ତି ।

ଅସମୟରେ ଅବଳରେ ଯିଏ ଯେଉଁଠି ଯେମିତି ଡାକିଛନ୍ତି ସେଠାରେ ରାଣୀ ପଣ୍ଡା ଯାଇ ଛିଡା ହୋଇଛନ୍ତି । ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ସାହାର୍ଯ୍ୟ କରିବା ପାଇଁ, ଆଉ ରାନୀ ଏଭଳି ଏକ ମଣିଷ ଯେ କି ନୀତି ଜଳି ଜଳି ବଞ୍ଚୁଛନ୍ତି ତାହା ପୁଣି ଅଜଣାତରେ କରିଥିବା ଗୋଟିଏ ଭୁଲ ପାଇଁ ।

ରାଣୀ ସୁକାନ୍ତ ଙ୍କ ମୃ-ତ୍ୟୁର ପ୍ରାୟଶ୍ଚିତ ତାଙ୍କ ପୁଅ କୁ ପାଠ ପଢାଇ ମଣିଷ କରି କରିଥାନ୍ତେ । ମାତ୍ର ଭଗବାନ ତାହା ମଧ୍ୟ ହେବାକୁ ଦେଲେ ନାହିଁ, ଏବଂ ସୁକାନ୍ତ ଙ୍କ ପଛେ ପଛେ ତାଙ୍କ ପୁଅ ଙ୍କ ଜୀବନ ମଧ୍ୟ ଚାଲିଗଲା । ଏହିଭଳି କିଛି କଥା ଭାବି ରାନୀପଣ୍ଡା ଅନୁତପ୍ତ କରିଛନ୍ତି । ସୁକାନ୍ତ ଏବଂ ତାଙ୍କ ପୁଅ କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *