ମୂଳା ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 2 ଟି ଜିନିଷ, ମୂଳା ଖାଉଥିଲେ ନିଶ୍ଚୟ ଜାଣି ରଖନ୍ତୁ (Health Tips)

ନମସ୍କାର ବନ୍ଧୁଗଣ ତେବେ ଶୀତ ଦିନରେ ମୂଳା ପରଠାର ମଜା ଅଲଗା ପ୍ରକାର । ମୂଳା ପରଠା ଖାଇବାକୁ ଯେତେ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ମୂଳାରେ ତିଆରି ବ୍ୟଞ୍ଜନ ମଧ୍ୟ ବହୁତ ହିତକର । ଏହାକୁ ସାଲାଡ଼ ଭାବେ କଞ୍ଚା ମଧ୍ୟ ଖିଆଯାଏ । କିଛି ଲୋକ ମୂଳାରେ ଆଚାର ମଧ୍ୟ ପ୍ରସ୍ତୁତ କରିଥାନ୍ତି । କିନ୍ତୁ କିଛି ଲୋକଙ୍କୁ ମୂଳା ଆଦୌ ପସନ୍ଦ ନଥାଏ । କିଛି ଲୋକ ମୂଳା ଖାଇବାକୁ ଆଦୌ ପସନ୍ଦ କରନ୍ତିନି । ଯଦି ଆପଣଙ୍କୁ ବି ମୂଳା ପସନ୍ଦ ନୁହେଁ ତାହେଲେ ମୂଳାର ଫାଇଦା ସମ୍ପର୍କରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ।


ତେବେ ଯଦି ଆପଣଙ୍କ ପେଟ ଓଜନ ଲାଗୁଛି ତାହେଲେ ମୂଳା ରସରେ ଲୁଣ ପକାଇ ସେବନ କରନ୍ତୁ, ଆରାମ ମିଳିବ । ଯେଉଁମାନଙ୍କ ଲିଭର ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ମୂଳା ନିଶ୍ଚୟ ଖାଇବା ଉଚିତ । ଏହା ଲିଭରକୁ ସୁସ୍ଥ ରଖିଥାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ମୂଳା ବହୁତ ହିତକର । ଏନ୍ଟି ହାଇପାରଟେନସିଭ ଗୁଣରେ ଭରପୁର ମୂଳା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ମୂଳାରେ ପର୍ଯ୍ୟାପ୍ତ ପରିମାଣରେ ପୋଟାସିୟମ ମଧ୍ୟ ରହିଛି ଯାହା ଶରୀରରେ ସୋଡିୟମ-ପୋଟାସିୟମ ଅନୁପାତକୁ ବାଲାନ୍ସ କରି ରକ୍ତଚାପ ନିୟନ୍ତ୍ରଣ କରିଥାଏ । ତେବେ ପୋଷାକ ତତ୍ତ୍ୱରେ ଭରପୁର ମୂଳା କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ମୂଳାକୁ ପ୍ରାକୃତିକ ପରିଷ୍କାରକ ବୋଲି ମଧ୍ୟ କୁହାଯାଏ ।


ଏହା ଆମର ଅନ୍ତନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ମୂଳା ବହୁ ମାତ୍ରାରେ ଫାଇବର ଥିବାରୁ କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ରାମବାଣ ଭଳି କାମ କରିଥାଏ । ଜଣ୍ଡିସ୍ ରୋଗୀଙ୍କ ପାଇଁ ମୂଳା ରାମବାଣ ଭଳି କାମ କରିଥାଏ । ଜଣ୍ଡିସ ରୋଗୀ ତାଜା ମୂଳା ଖାଇବା ଉଚିତ । ନିୟମିତ ସକାଳୁ ଗୋଟିଏ କଞ୍ଚା ମୂଳା ଖାଇଲେ ଜଣ୍ଡିସ ରୋଗ ଭଲ ହୋଇଯାଇଥାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଲାଭଦାୟକ ।


ମୂଳାରେ ଥିବା ପୋଷାକ ତତ୍ତ୍ୱ ଇନ୍ସୁଲିନକୁ ନିୟନ୍ତ୍ରଣ କରିଥାଏ । ତେବେ ମୂଳା ଖାଇବା ପରେ କିଛି ଜିନିଷ ଅଛି ଯାହା ଖାଇବା ଉଚିତ ନୁହେଁ । ସେଗୁଡିକ ହେଉଛି କ୍ଷୀର, ମଖାନେ, କାକୁଡି ଏବଂ କମଳା । ଏହା ଦ୍ୱାରା ଆପଣଙ୍କ ଶରୀରରେ ଧଳା ଦାଗ ହୋଇ ପାରେ କିମ୍ବା ପେଟ ମଧ୍ୟ ଖରାପ ହୋଇ ପାରେ ଏହା ସହ ତ୍ୱଚା ରେ ସଂକ୍ରମଣ ମଧ୍ୟ ହୋଇ ଥାଏ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *