ନିଜାମୁଦ୍ଦିନ ଫେରନ୍ତା ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ଅନୁରୋଧ…

ଭାରତ ପାଇଁ କରୋନା ସମସ୍ଯା ବଢୁଥିବାବେଳେ ଦିଲ୍ଲୀର ନିଜାମୁଦ୍ଦିନ ଧାର୍ମିକ ସମାବେଶ ସମସ୍ତଙ୍କର ନିଦ ହଜାଇ ଦେଇଛି । ଏମିତିରେ ଓଡିଶା ପାଇଁ ମଧ୍ୟ ସଙ୍କଟ ବଢିବାରେ ଲାଗିଛି । କାଲି ଗୋଟିଏ ଦିନରେ ରାଜ୍ୟରେ ୧୫ ଟି ନମୁନା କରୋନା ପଜିଟିଭ ବାହାରିଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି କି ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ଓଡିଶାବାସୀ ୨୪ ଘଣ୍ଟା ମଧ୍ୟରେ ଟୋଲ ଫ୍ରୀ ନମ୍ବର ୧୦୪ କୁ ଫୋନ କରି ତୁରନ୍ତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ତରଫରୁ ଜାରି କରାଯାଇଥିବା ପତ୍ରରେ ସେ କହିଛନ୍ତି କି କରୋନାକୁ ଡରିବାର କିଛି କଥା ନାହିଁ, କିନ୍ତୁ ଆମକୁ ସାବଧାନ ରହିବା ଆବଶ୍ୟକ । କାରଣ କେବଳ ସଚେତନତା ଦ୍ଵାରା ହିଁ ଆମେ କରୋନା ସଂକ୍ରମଣକୁ ଅଟକାଇ ପାରିବା ।

ସେ ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଫେରିଥିବା ଓଡିଆଙ୍କୁ ବିଶେଷଭାବେ ଅନୁରୋଧ କରି କହିଛନ୍ତି କି ଆପଣ ୨୪ ଘଣ୍ଟା ମଧ୍ୟରେ ତୁରନ୍ତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆଗକୁ ଆସନ୍ତୁ ଓ ଡାକ୍ତରଙ୍କ ପରାମର୍ଶକୁ ମାନନ୍ତୁ । ଏଥିପାଇଁ ଆପଣ ଟୋଲ ଫ୍ରୀ ନମ୍ବର ୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ ଓ ସଚେତନ ହୁଅନ୍ତୁ । ଡରିବାର କୌଣସି କଥା ନାହିଁ । ବିଳମ୍ବ କରନ୍ତୁ ନାହିଁ । ଟେଷ୍ଟ ପାଇଁ ୨୪ ଘଣ୍ଟା ମଧ୍ୟରେ ଆଗକୁ ଆସନ୍ତୁ , ବିଳମ୍ବ କରିବା ଦ୍ଵାରା ଏହା ଆପଣଙ୍କ ପରିବାରକୁ ମଧ୍ୟ ଭାରି ପଡିପାରେ । ସରକାର ଆପଣଙ୍କ ସହିତ ଅଛି । ମା’ ମାନଙ୍କୁ ମଧ୍ୟ ଅନୁରୋଧ କରୁଛି କି ନିଜ ପରିବାରର ସୁରକ୍ଷା ପାଇଁ ଆମକୁ ସହଯୋଗ କରନ୍ତୁ ।

ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ଏ ପର୍ଯ୍ୟନ୍ତ ୨୮ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରା ଯାଇଛି ବୋଲି ରାଜ୍ୟ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ସୂଚନା ଦେଇଛି । ଯାହା ପରେ ତାଙ୍କର ସ୍ଵାବ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା ଯେଉଁଥିରୁ ୨୫ ଟି ନମୁନା ନେଗେଟିଭ ଆସିଥିବାବେଳେ ୩ ଟି ପଜିଟିଭ ଆସିଛି । ସେହି ୩ ଟି ପଜିଟିଭ ବ୍ୟକ୍ତି ପୁରୀ, ଯାଜପୁର ଓ କଟକର ବୋଲି ଚିହ୍ନଟ କରା ଯାଇଛି । ଏହା ସହିତ ପରିବାର ସ୍ଵାସ୍ଥ୍ଯ୍ଯ କଲ୍ୟାଣ ବିଭାଗ ମଧ୍ୟ ଅନୁରୋଧ କରି କହିଛନ୍ତି କି ଭୟ କରିବାର କୌଣସି ଆବଶ୍ୟକ ନାହିଁ । ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତି ୧୦୪ କୁ ଫୋନ କରି ନିଜର ଠିକଣା ଜଣାନ୍ତୁ । ଅନ୍ୟ କୌଣସି ବ୍ୟକ୍ତିଙ୍କ ପାଖରେ ଯଦି ନିଜାମୁଦ୍ଦିନ ଫେରନ୍ତାଙ୍କ ବିଷୟରେ କୌଣସି ସୂଚନା ଥାଏ ସେମାନେ ମଧ୍ୟ ୧୦୪ କୁ ଫୋନ କରି ଜଣାଇ ପାରିବେ ।

Leave a Reply

Your email address will not be published. Required fields are marked *