ରାଜ୍ୟରେ ୨୦ କୁ ବୃଦ୍ଧି ପାଇଲା କରୋନା ସଙ୍କ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଅଞ୍ଚଳରୁ କେତୋଟି

ଦେଶରେ କରୋନାର ଆତଙ୍କ ତାଣ୍ଡବ ରଚୁଥିବାବେଳେ ରାଜ୍ୟରେ ମଧ୍ୟ ଏହା କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ଶୁକ୍ରବାର ଦିନ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୨୦ ଛୁଇଞ୍ଚି । ପୂର୍ବରୁ ରାଜ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୫ ଥିବାବେଳେ କାଲି ସକାଳେ କଟକର ବକ୍ସି ବଜାରରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଭୁବନେଶ୍ଵର ବର୍ମିଖାଲରୁ ଆଉ ୩ ଟି ପଜିଟିଭ ମାମଲା ଆସିଥିଲା । ଏହା ସହିତ କାଲି ସନ୍ଧ୍ୟା ସମୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଞ୍ଚିଥିଲା । ଗତକାଲି ରାତିରେ ପୁଣି ଏହା ବୃଦ୍ଧି ପାଇ ୨୦ ରେ ପହଞ୍ଚିଛ ।

ମାନେ କାଲି ଗୋଟିଏ ଦିନରେ ୧୫ ଟି କରୋନା ପଜିଟିଭ ଚିହ୍ନଟ ହୋଇଛି, ଯେଉଁଥି ପାଇଁ ସମସ୍ତଙ୍କର ଚିନ୍ତା ବଢି ଯାଇଛି । ରାଜ୍ୟରେ ହା ହା କାର ଭଳି ପରିସ୍ଥିଟି ସୃଷ୍ଟି ହେଇଛି । ସେଥିପାଇଁ କାଲି ରାତି ୮ ଟା ରୁ ରବିବାର ରାତି ୮ ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଭୁବନେଶ୍ଵର, ଭଦ୍ରକ ଓ କଟକକୁ ସଂପୂର୍ଣ୍ଣ ଲକ ଡାଉନ ଘୋଷଣା କରା ଯାଇଛି ।

ଆସନ୍ତୁ ଜାଣିବା କେଉଁ ଅଞ୍ଚଳରୁ କେତୋଟି ପଜିଟିଭ ମାମଲା ଆସିଛି

କାଲି ସକାଳେ କଟକର ବକ୍ସି ବଜାରରୁ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ କାଲି ସନ୍ଧ୍ୟାରେ ଭୁବନେଶ୍ବରର ବର୍ମିଖାଲରୁ ୩ ଟି ପଜିଟିଭ ମାମଲା ଆସିଛି । ଏହା ପରେ ସୂର୍ଯ୍ୟ ନଗରରୁ ପଞ୍ଚମ ସଙ୍କ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣ ବ୍ୟକ୍ତିଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି । ସେଥିରେ ସୂର୍ଯ୍ୟନଗର ସଙ୍କ୍ରମିତଙ୍କ ପତ୍ନୀ, ପଡୋଶୀ ଓ ଝିଅ ସାମିଲ ଅଟନ୍ତି । ଏହା ପରେ ଯାଜପୁର ରୁ ଜଣେ, ପୁରୀରୁ ଜଣେ ଓ ଭଦ୍ରକରୁ ୨ ଜଣଙ୍କର ଟେଷ୍ଟ ପଜିଟିଭ ଆସିବା ପରେ ରାଜ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୨୦ ରେ ପହଞ୍ଚିଛି । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *