ବିଶ୍ଵ ଇତିହାସରେ ଗୋଟିଏ ରୁ ବଳି ଗୋଟିଏ ଯୁଦ୍ଧ ହୋଇଛି, ଯେଉଁଥିରେ ବନ୍ଧୁକ ଠାରୁ ନେଇ ବଡ ବଡ ତୋପ ବି ବ୍ୟବହାର କରା ଯାଇଛି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏସିଆର ସବୁଠୁ ବଡ ତୋପ ବିଷୟରେ କହିବାକୁ ଯାଉଛୁ, ଯାହା ଭାରତରେ ହିଁ ଅଛି । ଏଥିରେ ସବୁଠୁ ଆଶ୍ଚର୍ଯ୍ୟ କରିଦେବା କଥା ଏହା ଅଟେ କି ଏହି ତୋପକୁ ମୁଖ୍ୟ ରୂପରେ ଯୁଦ୍ଧ ପାଇଁ ହିଁ ତିଆରି କରାଯାଇଥିଲା । କିନ୍ତୁ ଏହାର ବ୍ୟବହାର କେବେ ବି ଯୁଦ୍ଧ ପାଇଁ ହୋଇ ନାହିଁ ।
ଏହି ତୋପକୁ ‘ଜୟବାଣ ତୋପ’ ନାମରେ ଜଣା ଯାଇଥାଏ । ଏହାକୁ ଆମେର ମହଲ ପାଖରେ ସ୍ଥିତ ଜୟଗଢ କିଲ୍ଲାରେ ରଖା ଯାଇଛି ଓ ସବୁଠୁ ଖାସ କଥା ଏହା ଅଟେ କି ଯେଉଁ ଦିନ ଠାରୁ ଏହା ତିଆରି ହୋଇଛି ସେହି ଦିନ ଠାରୁ ଏହା ସେହି କିଲ୍ଲାରେ ହିଁ ଅଛି । ବର୍ଷ ୧୭୨୦ରେ ଜୟପୁର କିଲ୍ଲାର ପ୍ରଶାସକ ଜୟସିଂହ ଦ୍ଵିତୀୟ ଏହି ତୋପକୁ ଜୟଗଢ କିଲ୍ଲାରେ ଖାସକରି ତିଆଋ କରିଥିଲେ । ସେ ନିଜର ରାଜ୍ୟର ସୁରକ୍ଷା ପାଇଁ ଏହାକୁ ତିଆରି କରିଥିଲେ ।
ଏହି ତୋପର ନଲୀରୁ ନେୟ ଶେଷ ପର୍ଯ୍ୟନ୍ତ ଏହାର ଲମ୍ବା ୩୧ ଫୁଟ ଅଟେ । ଏହା ଏକ ବିଶାଳକାୟ ତୋପ ଅଟେ, ଯାହାର ଓଜନ ପାଖାପାଖି ୫୦ ଟନ ବୋଲି କୁହାଯାଉଛି । କୁହନ୍ତି କି ଏହି ତୋପର ମାରକ କ୍ଷମତା ପାଖପାଖି ୩୦ ରୁ ୩୫ କିଲୋମିଟର ଅଟେ ଓ ଏହାକୁ ଥରେ ଚଳାଇବା ପାଇଁ ପାଖାପାଖି ୧୦୦ କିଲୋ ଗନ ପାଉଡର ଦରକାର ପଡୁଥିଲା ।
ଏହି ତୋପରୁ କେବଳ ଗୋଟିଏ ଥର ହିଁ ବ୍ୟବହାର କରା ଯାଇଥିଲା ଓ ତାହା ପୁଣି ପରୀକ୍ଷଣ ସମୟରେ । କୁହଯାଏ କି ଯେତେବେଳେ ଏଥିରୁ ବିସ୍ପୋଟ କରାଗଲା ତ ତେବେ ତାହା କିଲ୍ଲା ଠାରୁ ପାଖପାଖି ୩୫ କିଲୋମିଟର ଦୂରରେ ଯାଇ ପଡିଥିଲା ଓ ଯେଉଁଠି ପଡିଥିଲା ସେଠି ଏକ ବଡ ପୋଖରୀ ହୋଇ ଯାଇଥିଲା ଓ ସେହି ପୋଖରୀ ଆଜି ବି ଅଛି । ଯାହା ପାଣିରେ ଭରପୁର ଅଟେ ।
କୁହନ୍ତୁ କି ଯେତେବେଳେ ଏହି ତୋପରୁ ବିସ୍ପୋଟ କରା ଯାଇଥିଲା ତେବେ ସେହି ସମୟରେ ତାକୁ ପାଣିର ଟ୍ୟାଙ୍କ ପାଖରେ ରଖା ଯାଇଥିଲା, ଯାହା ଦ୍ଵାରା ଏଥିରୁ ବାହାରୁଥିବା ଭୟଙ୍କର ତରଙ୍ଗରୁ ବଞ୍ଚି ହେବ । ଏହା ସତ୍ତ୍ୱେ ବି କେତେକ ସୈନିକ ଓ ଗୋଟିଏ ହାତୀର ମୃତ୍ୟୁ ବି ହୋଇ ଯାଇଥିଲା । ଏହା ଛଡା ଆଖପାଖର ଘର ବି ଭାଙ୍ଗି ଯାଇଥିଲା । କିନ୍ତୁ ଏହି କଥାର କୌଣସି ସଠିକ ପ୍ରମାଣ ନାହିଁ । କିନ୍ତୁ ଏହି କାହାଣୀ ଏଠିକାର ଲୋକମାନଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ ।