ବିମାନ ସହ ଖସିପଡିଥାନ୍ତେ ମୁଖ୍ୟମନ୍ତ୍ରୀ ! ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଲୋଖ୍ନୌ ଯିବା ପାଇଁ ପ୍ରସ୍ତୁତ ହେଲା ହେଲିକପ୍ଟର । ବିମାନ ରେ ବସିଥାନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ହେଲିକପ୍ଟର ଆରମ୍ଭ ହେବା କ୍ଷଣି ହଠାତ ଦେଖାଦେଲା ବିପଦ । ବିମାନ ଟି ଏତେ ଜୋର ସେ ଦୋହଲିଲା ଯେ ତଳକୁ ଖସି ପଡିବାର ବିପଦ ସୃଷ୍ଟି ହେଲା । ତେଣୁ ତତକ୍ଷଣତା ହେଲିକପ୍ଟର କୁ ଏମର୍ଜନ୍ସି ଲ୍ୟାଣ୍ଡିଂ କରାଇଲେ ପାଇଲଟ । ଆଉ ବଞ୍ଚିଗଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଙ୍କ ଜୀବନ ।

ଶନିବାର ବାରଣାସୀ ରେ କାଶୀ ବିଶ୍ଵନାଥ ଙ୍କୁ ଦର୍ଶନ ସାରି ଲକ୍ଷ୍ନୌ ଗସ୍ତ ରେ ବାହାରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହେଲିକପ୍ଟର ଯୋଗେ ଲକ୍ଷ୍ନୌ ଯିବାର ପ୍ରସ୍ତୁତି ମଧ୍ୟ ସରିଥିଲା ବିମାନ ଉଡିବା ଆରମ୍ଭ ହେବା କ୍ଷଣି ଏକ ପକ୍ଷୀ ଆସି ବିମାନ ରେ ବାଡେଇ ହୋଇଗଲା । ଏହାପରେ ହେଲିକପ୍ଟର ଟି ଜୋରରେ ଦୋହଲିବା ସହିତ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଖସି ପଡିବାର ବିପଦ ଦେଖାଗଲା ।

ଯେଉଁଥିପାଇଁ ହେଲିକପ୍ଟରଟିକୁ ଏମରଜନସିଙ୍ଗ ଲ୍ୟାଣ୍ଡିଂ କରାଇବାକୁ ପଡିଲା । ଏହି ଘଟଣା ଟି ସାମ୍ନା କୁ ଆସିବା ପରେ ସୋସିଆଲ ମିଡିଆ ରେ ୟୁପି CM ଯୋଗୀ ଆଦିତ୍ୟନାଥ ଙ୍କୁ ନେଇ ବେସ ସହାନୁଭୁତି ପୋଷ୍ଟ କରୁଛନ୍ତି ୟୁଜର୍ସ । ସକାଳ ପ୍ରାୟ ୯.୩୦ ରେ ଲକ୍ଷ୍ନୌ ହେଲିକପ୍ଟର ରୁ ହେଲିକପ୍ଟର ଟି ଉଡାଣ ଭରିଥିଲା ।

ମାତ୍ର କେହି କେହି କହୁଛନ୍ତି ଯେ ହେଲିକପ୍ଟର ରେ ପକ୍ଷୀ ବାଡେଇ ହେବା କାରଣରୁ ଜରୁରୀ ଅବତରଣ କରିବାକୁ ପଡିଥିଲା ବାରଣାସୀ ପୋଲିସ ଲାଇନ ଗ୍ରାଉଣ୍ଡ ରେ । ତେବେ ଯୋଗୀ ଆଦିତ୍ୟନାଥ ସୁରକ୍ଷିତ ଥିବା କୁହାଯାଇଅଛି । ପରେ ସେ ସର୍କିଟ ହାଉସ ରେ କିଛି ସମୟ ବିତାଇବା ପରେ ରାଜ୍ୟ ସରକାର ଙ୍କ ହେଲିକପ୍ଟର ରେ ଲକ୍ଷ୍ନୌ ଅଭିମୁଖେ ବାହାରିଥିଲେ । କାଶିବିଶ୍ଵନାଥ ଏବଂ ଅନ୍ୟ କୌଣସି ମନ୍ଦିରର ସମୀକ୍ଷା ପାଇଁ ଗତକାଲି ଯୋଗୀ ବାରଣାସୀ ଯାଇଥିଲେ ।

ଏ ନେଇ ଯୋଗୀ ସେଠାରେ ଥିବା ସର୍କିଟ ହାଉସ ରେ ଜନ ପ୍ରତିନିଧି ଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ତେବେ ଯୋଗୀ ଙ୍କ ସହଯୋଗୀ ଭଗବାନ ଙ୍କୁ ଧନ୍ୟବାଦ ଦେଇଥିଲେ ଯେ ବିଶେଷ କିଛି ଅଘଟଣ ଘଟିନାହିଁ ବରଂ ଅଘଟଣ ଘଟିବା ଆଗରୁ ବର୍ତ୍ତିଗଲେ । ଉତ୍ତର ପ୍ରଦେଶ ର ଲୋକେ ଏହାକୁ ନେଇ ସ୍ଥାନେ ସ୍ଥାନେ ଚର୍ଚ୍ଚା କରିବାର ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *