ମୁକେଶ ଅମ୍ବାନୀଙ୍କ ଘରର ଚାକର ମାନଙ୍କର ଦରମା କେତେ ? ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ମୁକେଶ ଆମ୍ବାନୀଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ମୁକେଶ ଆମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ବଡ ବିଜନେସ ମ୍ୟାନ । ପୂର୍ବରୁ କିଛି ଲୋକ ମୁକେଶ ଆମ୍ବାନୀଙ୍କୁ ଜାଣି ନଥିଲେ, ହେଲେ ଯେବେଠାରୁ ମୁକେଶ ଜିଓ ସିମ ଏବଂ ଜିଓ ଫୋନ ଲଞ୍ଚ କରିଲେ ସେବେଠାରୁ ତାଙ୍କୁ ଦେଶ ବିଦେଶର ସମସ୍ତ ବ୍ୟକ୍ତି ଜାଣିପାରିଲେ । ଆମ୍ବାନୀ ପରିବାରକୁ ସମସ୍ତେ ତାଙ୍କ ଦୌଲତ ପାଇଁ ଜାଣି ଥାନ୍ତି । ଦୁନିଆରେ ସର୍ବୋତ୍ତମ ଧନୀ ପରିବାର ମଧ୍ୟରୁ ଆମ୍ବାନୀ ପରିବାରର ନାମ ୫୦ ନମ୍ବର ସ୍ଥାନ ଗ୍ରହଣ କରିଛି ।

ଭାରତ ବର୍ଷର ଅଧିକାଂଶ ଲୋକ ଜିଓ ସିମ ଏବଂ ଜିଓ ଫୋନର ବ୍ୟବହାର କରୁଛନ୍ତି । ଏହି ଜିଓକୁ ଲଞ୍ଚ କରି ଆମ୍ବାନୀ ବହୁତ ଧନ ଦୌଲତ କମାଇ ସାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ଆମ୍ବାନୀ ପରିବାରରେ କାମ କରୁଥିବା ତଥା ଚାକର ମାନଙ୍କ ଦରମା ବିଷୟରେ କହିବୁ । ଆପଣ ମାନେ ଏହି ଚାକର ମାନଙ୍କ ଦରମା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ମୁକେଶ ଆମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି । ମୁକେଶ ଆମ୍ବାନୀଙ୍କ ପରିବାର ଭାରତର ସବୁଠାରୁ ମହଙ୍ଗା ଘରେ ରୁହନ୍ତି । ତାଙ୍କ ଘରର ନାମ ହେଉଛି ଏଣ୍ଟିଲିଆ । ଏହି ଘରଟି ବହୁତ ମହଙ୍ଗା ହୋଇଥିବାରୁ ଏହାର ଧ୍ୟାନ ରଖିବା ପାଇଁ ମୁକେଶ କିଛି ଚାକର ମାନଙ୍କୁ ରଖିଛନ୍ତି । ତାଙ୍କ ଘରେ ୬୦୦ ଲୋକ କାମ କରନ୍ତି । ତାଙ୍କ ଘର ମୁମ୍ବାଇରେ ଅଛି । ଏହି ଘର ୨୭ ମହଲା ହୋଇଥିଲେ ମଧ୍ୟ ଏହା ସମସ୍ତ ପ୍ରକାରର ଭୂମିକମ୍ପ ସହିପାରିବ ।

ଏହି ଘରର ସୁରକ୍ଷା ପାଇଁ ସବୁ ମାସରେ ୧୫ ଲକ୍ଷ ଟଙ୍କା ଖର୍ଚ ହୋଇଥାଏ । ଏହି ଘରକୁ ଜେଡ ପ୍ଲସ ଶିକ୍ୟୁରୀଟି ଦିଆ ଯାଇଛି । ଆମ୍ବାନୀ ନିଜ ଘରର ଚାକର ମାନଙ୍କୁ ପରିବାରର ସଦସ୍ୟ ପରି ବ୍ୟବହାର କରନ୍ତି । ଆମ୍ବାନୀ ସେମାନଙ୍କ ସହ ସେହିପରି କଥା ବାର୍ତ୍ତା ହୁଅନ୍ତି ଯେପରି ସେ ତାଙ୍କ ପରିବାର ଲୋକଙ୍କ ସହ ହୋଇଥାନ୍ତି ।

ମିଳିଥିବା ଏକ ରିପୋର୍ଟ ଅନୁସାରେ ଜଣା ପଡିଥିଲା ଆମ୍ବାନୀଙ୍କ ଘରେ କାମ କରୁଥିବା ଚାକରଙ୍କ ଦରମା ଥିଲା ୬୦୦୦ ଟଙ୍କା, ହେଲେ ସମୟ କ୍ରମେ ଏହା ବଢି ୨ ଲକ୍ଷ ଟଙ୍କା ପ୍ରତି ମାସ ହୋଇଯାଇଛି । ତାଙ୍କ ଘରେ କାମ କରୁଥିବା ଲୋକମାନଙ୍କୁ ମାଗଣା ଶିକ୍ଷା ଏବଂ ଜୀବନ ବୀମା ଆଦିର ସେବା ମଧ୍ୟ ମିଳିଥାଏ । ଏହା ଛଡା ପ୍ରତି ଚାକରର ଦୁଇଟି ଛୁଆକୁ ଆମେରିକାରେ ପଢିବାର ମଉକା ମଧ୍ୟ ମିଳିଥାଏ । ଏହି ଘରେ କାମ କରୁଥିବା ଚାକର ମାନଙ୍କ ପାଇଁ ଏତେ ସବୁ ସୁବିଧାକୁ ଦେଖି ସବୁ ବ୍ୟକ୍ତି ଏହି ସ୍ଥାନରେ କାମ କରିବା ପାଇଁ ଚାହୁଁଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *