ସିରିୟଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ର ଛୋଟ ନକ୍ସ, ଏବେ ଦେଖା ଯାଉଛି ବହୁତ ହ୍ୟାଣ୍ଡସମ, ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନ ସିରିୟଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ ନିଶ୍ଚୟ ଦେଖିଥିବେ । ଏହି ସିରିୟଲଟି ୨୦୦୯ରେ ପ୍ରସାରିତ ହୋଇଥିଲା । ଏହି ସିରିୟଲର ୩୦୦୦ ଏପିସୋଡ ଟିଭିରେ ପ୍ରସାରିତ ହୋଇସାରିଛି । ଏହି ସିରିୟଲଟି ବହୁତ ଲୋକପ୍ରିୟତା ହାସଲ କରିଥିଲା । ବନ୍ଧୁଗଣ ଏହି ସିରିୟଲକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରୁଥିଲେ ।

ଏହି ସିରିୟଲରେ ଥିବା ସମସ୍ତ ଭୂମିକା ବହୁତ ଭଲ ଥିଲା । ହେଲେ ବନ୍ଧୁଗଣ ଆପଣ ମାନେ ଏହି ସିରିୟଲର ନକ୍ସ ନାମକ ଏକ ବାଲ୍ୟ ଅଭିନେତାକୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣଙ୍କୁ ଏହି ଶିଶୁ କଳାକାରଙ୍କ ବିଷୟରେ କହିବୁ । ଏହି ସିରିୟଲରେ ନକ୍ସ ର ଭୂମିକା କରିଥିବା ଶିଶୁର ନାମ ହେଉଛି ଶିବାନ୍ସ କୋଟିଆ । ଶିବାନ୍ସ ଏକ ଭାରତୀୟ ଶିଶୁ କଳାକାର ଅଟନ୍ତି ।

ଶିବାନ୍ସଙ୍କ ଜନ୍ମ ୧ ମେ ୨୦୦୫ ରେ ମୁମ୍ବାଇରେ ହୋଇଥିଲା । ଶିବାନ୍ସ ନିଜର ପ୍ରଥମ ଶୋ ୨୦୧୨ରେ ପ୍ରସାରିତ ହୋଇଥିବା ‘ମିସେସ ତେନ୍ଦୁକଲ’ ଦ୍ଵାରା ନିଜ କ୍ୟାରିୟର ର ଆରମ୍ଭ କରିଥିଲେ । ଏହା ପରେ ସେ ଷ୍ଟାରପ୍ଲସର ଲୋକପ୍ରିୟ ସିରିୟଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ ରେ ନକ୍ସ ର ଭୂମିକା କରିଥିଲେ । ଶିବାନ୍ସ ନିଜର ଫିଲ୍ମ କ୍ୟାରିୟରର ଆରମ୍ଭ ୨୦୧୨ରେ ଆସିଥିବା ‘ବସ୍’ ଫିଲ୍ମରୁ କରିଥିଲେ । ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଓ ମିଥୁନ ଚକ୍ରବର୍ତ୍ତୀ ଥିଲେ ।


ଏହି ଫିଲ୍ମରେ ଶିବାନ୍ସଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ସେ ‘କ୍ରିସ ୩’ ରେ ମଧ୍ୟ ନଜର ଆସିଥିଲେ । ଏହା ପରେ ସେ ଶ୍ରୀଦେବୀଙ୍କ ଫିଲ୍ମ ‘ଇଂଲିସ ଭିଙ୍ଗ୍ଲିଶ’ ରେ ମଧ୍ୟ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଶ୍ରୀଦେବୀଙ୍କ ପୁଅର ଭୂମିକା କରିଥିଲେ । ବହୁତ କମ ବୟସରେ ଏହି ଶିଶୁ କଳାକାର ଜଣକ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ କରିଛନ୍ତି । ବର୍ତ୍ତମାନ ଶିବାନ୍ସ ବଡ ହୋଇସାରିଛନ୍ତି ଏବଂ ପୂର୍ବରୁ ଅଧିକ ସ୍ମାର୍ଟ ଏବଂ କ୍ୟୁଟ ଦେଖା ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *