ମୁହଁ ଖୋଲିଲେ Tapaswini ଙ୍କ ଶ୍ଵଶୁର, ବୋହୂ Tapaswini ଙ୍କ ନାଁ ରେ ଉଗାଳିଲେ ବିଷ, ସେ ଯାହା ସବୁ କହିଲେ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ ଏହି Video 

ବନ୍ଧୁଗଣ ଗୋଟେ ମାସ ଧାରଣାରେ ବସିବା ପରେ ଏବେ ତପସ୍ଵିନୀଙ୍କୁ ଜନସାଧାରଣ ମାନଙ୍କର ସମର୍ଥନ ମିଳିଛି । ଜନସାଧାରଣଙ୍କ ସମର୍ଥନରେ ହିଁ ତପସ୍ଵିନୀ ନ୍ୟାୟର ଲଢେଇରେ ବିଜୟୀ ହେବେ । ଗତ କାଲି ପ୍ରଥମେ କିଛି ପଡୋଶୀ ମହିଳା ଧାରଣା ସ୍ଥଳକୁ ଯାଇ ସୁମିତଙ୍କ ପରିବାର ବିରୋଧରେ ଛିଡା ହୋଇଥିଲେ । ଏହା ପରେ ଧାରଣା ସ୍ଥଳରେ ସ୍ଥାନୀୟ ମହିଳା ମାନେ ଆସି ତପସ୍ଵିନୀଙ୍କୁ ସାହାସ ଦେଇଥିଲେ ।

ଗତ କାଲି ଠାରୁ କେବଳ ମହିଳା ନୁହନ୍ତୁ ବନ୍ଧୁଗଣ ପୁରୁଷ ମାନେ ବି ତପସ୍ଵିନୀଙ୍କ ସମର୍ଥନ ପାଇଁ ଛିଡା ହୋଇଛନ୍ତି । ତେବେ ପୁରୁଷ ମାନେ ସୁମିତଙ୍କୁ ଓ ତାଙ୍କ ବାପାଙ୍କୁ ଘରୁ ବାହାରିବା ପାଇଁ ବାଧ୍ୟ କରାଉଛନ୍ତି ହେଲେ ସୁମିତ ଏବଂ ତାଙ୍କ ବାପା ଛୋଟ ଭଳି ଲୁଚି ରହିଛନ୍ତି । ପୋଲିସ ଆସିଲେ ବି ପ୍ରମୋଦ ସାହୁ କୋର୍ଟ କାଗଜ ଦେଖାଇ ସେମାନଙ୍କୁ ଫେରାଇ ଦେଉଛନ୍ତି ।ତେବେ ଆଜି ସୁମିତଙ୍କ ବାପା ପ୍ରମୋଦ ସାହୁଙ୍କ ଏକ କଲ୍ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏତେ ଦିନ ପରେ ପ୍ରମୋଦ ସାହୁ ନିଜ ମୁହଁ ଖୋଲିଛନ୍ତି ଓ ସେ ସେହି କଲ୍ ରେକର୍ଡିଙ୍ଗରେ କଣ ସବୁ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ସେହି କଲ୍ ରେକର୍ଡିଙ୍ଗରେ ପ୍ରମୋଦ କହୁଛନ୍ତି-‘ମୁ ଆଗରୁ ବି ମୋ ପ୍ରତିକ୍ରିୟା ରଖିଛି ଯେହେତୁ ସବୁ ମାଟର କୋର୍ଟରେ ଅଛି, ଆମେ ନ୍ୟାୟଳୟକୁ ସମ୍ମାନ ଦେଉଛୁ, ପ୍ରଶାସନକୁ ସମ୍ମାନ ଦେଉଛୁ ।

ପ୍ରତ୍ୟକ କ୍ଷେତ୍ରରେ ଆମେ ନ୍ୟାୟଳୟ ଉପରେ ଭରସା କରୁଛୁ ସେଥିପାଇଁ ଆମେ ଗଣମାଧ୍ୟମ ସାମ୍ନାରେ କୌଣସି ଟିପ୍ପଣୀ ଦେଉ ନାହୁଁ । ଯେହେତୁ ଆମେ କିଛି ପ୍ରତିକ୍ରିୟା ଦେଇ ପାରୁ ନାହୁଁ ତେଣୁ ସେ ତାର ସୁଯୋଗ ଖୋଜି ପ୍ରତ୍ୟକ ଦିନ ମିଥ୍ୟା ଅଭିଯୋଗ କହି କହି ଚାଲି ଆସିଛନ୍ତି’ । ଆଗକୁ ପ୍ରମୋଦ କହିଛନ୍ତି-‘ତାଙ୍କ ପାଇଁ ଆମର ମାନ ସମ୍ମାନ ତଳେ ପଡୁଛି ଆମେ ଆମର ମାନସିକ ଭାରସାମ୍ୟ ବେଳେବେଳେ ହରାଇ ବସୁଛୁ ଓ ଅତ୍ୟଧିକ କଷ୍ଟ ଅନୁଭବ କରୁଛୁ ।

ମୁ ଆପଣ ମାନଙ୍କୁ ଏକ ଭାରତର ଜନସାଧାରଣ ହିସାବରେ କହୁଛି ଦେଶରେ ନ୍ୟାୟଳୟ ଅଛି ସମ୍ବିଧାନ ଅଛି ତେଣୁ ଏତେ ସବୁ ବ୍ୟବସ୍ଥା ଥାଇ ଏହି ସବୁ କଥା ଗୁଡିକ ବାହାରେ ପ୍ରକାଶ କରିବା ଉଚିତ ନୁହେଁ । ଯଦି ଆମେ ନ୍ୟାୟଳୟରେ କହୁଥିବା କଥା ଗୁଡିକ ବାହାରେ ପ୍ରକାଶ କରିବା ତା ହେଲେ ଏହା ନ୍ୟାୟଳୟର ଅସମ୍ମାନ କରିବ’ ।

ଆଗକୁ ପ୍ରମୋଦ କହିଛନ୍ତି-‘ଆଉ ଗୋଟେ କଥା ହେଉଛି ସେ ନ୍ୟାୟଳୟକୁ ଯାନ୍ତି ଯଦି ସେ ନ୍ୟାୟଳୟର ନିର୍ଦ୍ଦେଶକୁ ପାଳନ ନକରି ମୋ ଘର ସାମ୍ନାରେ ବସିବେ ତା ହେଲେ ସେଇଟା କେତେ ଉଚିତ ଓ କେତେ ଅନୁଚିତ ଆପଣ ଚିନ୍ତା କରନ୍ତୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରମୋଦ ସାହୁ ଏହି ମାମଲା ଉପରେ ଏକ ବିଶେଷ ପ୍ରତିକ୍ରିୟା ଦେଇଛନ୍ତି । ତେବେ ତାଙ୍କର ଏହି ସବୁ କଥା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *