ମୃତ୍ୟୁ ପରେ ୪୭ ଦିନ ଆତ୍ମା ସହ କଣ ହୋଇଥାଏ, ଆତ୍ମା ସ୍ଵର୍ଗ ନା ନର୍କକୁ ଯାଇଥାଏ… Garuda Purana

ମୃତ୍ୟୁ ଜୀବନର ସବୁଠାରୁ ବଡ ସତ୍ୟ ଅଟେ । ହେଲେ ଏହି ମୃତ୍ୟୁ ନେଇ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ମଧ୍ୟ ରହିଥାଏ । ତେବେ ଅନେକ ଲୋକଙ୍କ ମନରେ ଏହି ଗୋଟେ କଥା ସବୁବେଳେ ଉଙ୍କି ମାରୁଥାଏ । ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଏ । ତେବେ ତା’ ର ଆତ୍ମା କୁଆଡେ ଯାଇଥାଏ ? ତେବେ ମୃତ୍ୟୁ ପରେ ଆତ୍ମା ସହ କଣ ହୋଇଥାଏ ଚାଲନ୍ତୁ ଜଣାଇବା । ତେବେ ଗରୁଡ ପୁରାଣ ଅନୁଯାଇ ଏଭଳି କିଛି ତଥ୍ୟ ଏଠାରେ ଆଲୋଚନା କରାଯାଇଛି ।

ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ପାଖେଇ ଆସିଥାଏ । ସେତେବେଳେ ବ୍ୟକ୍ତିର କଥା କହିବା ଶକ୍ତି ଚାଲିଯାଇଥାଏ । ମୃତ୍ୟୁ ପରେ ଯମଲୋକରୁ 2 ଟି ଯମଦୂତ ଆସି ସେହି ବ୍ୟକ୍ତିର ଆତ୍ମାକୁ ସାଥିରେ ନେଇଯାଇଥାନ୍ତି । ତେବେ ଯେଉଁ ବ୍ୟକ୍ତିର ଆତ୍ମା ପବିତ୍ର ଥାଏ । ତେବେ ସେହି ଆତ୍ମାକୁ ନେବାକୁ ନିଜେ ପରାତ୍ମା ଆସିଥାନ୍ତି । ହେଲେ ଯଦି ବ୍ୟକ୍ତି ପାପୀ ଥାଏ । ତେବେ ତା’ ର ଆତ୍ମାକୁ ନେବା ପାଇଁ ଯମଦୂତ ମାନେ ଆସିଥାନ୍ତି ।

ତେବେ ଗରୁଡ ପୁରାଣ ଅନୁସାରେ ପାପୀ ଲୋକର ଆତ୍ମାକୁ ବହୁ ନିର୍ଯାତନା ଦେଇ ଯମଦୂତ ମାନେ ସାଥିରେ ଯମଲୋକକୁ ନେଇଥାନ୍ତି । ତାପରେ ଯମରାଜାଙ୍କ ଆଦେଶ ଅନୁଯାଇ 13 ଦିନ ପାଇଁ ନିଜର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆକାଶ ମାର୍ଗରୁ ସେହି ଆତ୍ମାକୁ ନିଜ ଘରେ ଛାଡି ଦିଆଯାଇଥାଏ । ଘରେ ପହଞ୍ଚିବା ପରେ ସେହି ଆତ୍ମାଟି ନିଜ ଶରୀରରେ ପ୍ରବେଶ କରିବାକୁ ପୁନଶ୍ଚ ଚେଷ୍ଟା କରେ ।

ହେଲେ ଯମଦୂତଙ୍କ ଫାଶରେ ବନ୍ଧା ହୋଇଥିବା କାରଣରୁ ସେ ନିଜ ଶରୀର ମଧ୍ୟରେ ପ୍ରବେଶ କରି ପାରିନଥାଏ । 12 ଦିନ ପର୍ଯ୍ୟନ୍ତ ଆତ୍ମା ତା’ ର ଘରେ ରହିଥାଏ । ତାପରେ ଆତ୍ମାକୁ ଯେଉଁ ପର୍ଯ୍ୟନ୍ତ ପିଣ୍ଡଦାନ କରାଯାଇନଥାଏ । ସେ ସେହି ପର୍ଯ୍ୟନ୍ତ ଭୋକିଲା ଓ ଶୋଷିଲା ରହିଥାଏ ।

10 ଦିନରେ ଦିଆଯାଉଥିବା ପିଣ୍ଡ ପାଇଲା ପରେ ଆତ୍ମାକୁ ଚାଲିବାକୁ ଶକ୍ତି ମିଳିଥାଏ । ତେଣୁ ହିନ୍ଦୁ ଧର୍ମରେ ପିଣ୍ଡ ଦାନ କରିବାର ବିଧି ରହିଥାଏ । ତାପରେ 13 ଦିନ ହୋଇସାରିଲା ପରେ ଯମଦୂତ ଆସି ସେହି ଆତ୍ମାକୁ ଯମଲୋକକୁ ଧରି ନେଇଯାଇଥାନ୍ତି । ଯମଲୋକକୁ ଯିବାର ଯାତ୍ରାରେ ଆତ୍ମାକୁ ବୈତରଣୀ ନଦୀ ପାର ହେବାକୁ ପଡିଥାଏ । ଭଲ ଆତ୍ମା ସହଜରେ ଏହି ନଦୀ ପାର ହୋଇଯାଉଥିବା ବେଳେ ପାପୀ ଆତ୍ମାକୁ ନଦୀ ପାର ହେବାକୁ ବହୁତ କଷ୍ଟ ଯନ୍ତ୍ରଣା ସାମ୍ନା କରିବାକୁ ପଡିଥାଏ ।

ଏହି ନଦୀକୁ ପାର ହେବାକୁ ଆତ୍ମାକୁ 34 ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ। ତାପରେ ଯାଇ ଆତ୍ମା ଯମଲୋକରେ ପହଞ୍ଚିପାରିଥାଏ । ତାପରେ ସେହି ଆତ୍ମାର ପାପ ଓ ପୂଣ୍ୟକୁ ବିଚାର କରି ତାହାକୁ ନର୍କ କି ସ୍ଵର୍ଗ ପଠାଯିବ ତାହାର ବ୍ୟବସ୍ଥା ଯମରଜା କରିଥାନ୍ତି । ପୋଷ୍ଟଟି କିପରି ଲାଗିଲା ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *