ଆପଣଙ୍କ ବ୍ଲଡ଼ଗୃପ ଆପଣଙ୍କ ବିଷୟରେ କ’ଣ କହିଥାଏ… ବ୍ଲଡ଼ଗୃପରୁ ଜାଣନ୍ତୁ ନିଜର ସ୍ଵଭାବ !

ବନ୍ଧୁଗଣ ବ୍ୟକ୍ତିର ଜନ୍ମବାର, ନାମର ପ୍ରଥମ ଅକ୍ଷର, କଳାଜାଇ, ରାଶି, ନକ୍ଷତ୍ର ଆଦିରୁ ତାହାର ସ୍ଵଭାବ ଓ ପରିଚୟ ବିଷୟରେ କିଛି ମାତ୍ରାରେ ଜଣାପଡିଥାଏ । ହେଲେ କଣ ଆପଣ ମାନେ ଜାଣିଛନ୍ତି କି ! ବ୍ୟକ୍ତିର ବ୍ଲଡ଼ଗୃପ ବ୍ୟକ୍ତିର ସ୍ଵଭାବ ବିଷୟରେ କହିଥାଏ । ହଁ ବନ୍ଧୁଗଣ ଲୋକ ମାନଙ୍କ ଠାରେ କାହାର a, b, o ଓ କାହାର ab ବ୍ଲଡ଼ଗୃପ ରହିଥାଏ । ତେବେ ଏହି ବ୍ଲଡ଼ଗୃପକୁ ଆଧାର କରି ସେମାନେ କେଉଁ ପ୍ରକାର ସ୍ଵଭାବର ବ୍ୟକ୍ତିତ୍ବ ହୋଇଥାନ୍ତି ତାହା ଜଣାପଡିଯାଇଥାଏ । ତେବେ ଚାଲନ୍ତୁ ଏ ବିଷୟରେ ଜାଣିବା ।

A- ଯେଉଁ ଲୋକ ମାନଙ୍କର a ବ୍ଲଡ଼ଗୃପ ହୋଇଥାଏ । ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି । ଏହି ଲୋକମାନେ ଯେଉଁ କାର୍ଯ୍ୟ କରନ୍ତି । ତାହାକୁ ବହୁତ ଭାବିଚିନ୍ତି ଭଲ ଭାବେ କରିବାକୁ ସର୍ବଦା ଚେଷ୍ଟା କରିଥାନ୍ତି । ଏମାନେ କୌଣସି କଥାକୁ ଅଧିକ ଭାବିବା ଦ୍ଵାରା ବହୁତ ଶୀଘ୍ର ଷ୍ଟ୍ରେସର ଶିକାର ହୋଇଥାନ୍ତି । କାରଣ ଏମାନଙ୍କ ବ୍ଲଡ଼ରେ ଷ୍ଟ୍ରେସ ହରମୋନର ମାତ୍ରା ଅନ୍ୟ ଲୋକଙ୍କ ଠାରୁ ଅଧିକ ରହିଥାଏ । ଏମାନେ ଅଯଥା କଳିଝଗଡା ଠାରୁ ଦୂରେଇ ଶାନ୍ତିରେ ନିଜ ଜୀବନ ବଞ୍ଚିବାରେ ଭଲ ପାଇଥାନ୍ତି ।

B- ଏହି ବ୍ଲଡ଼ଗୃପର ଲୋକମାନେ କୌଣସି ନିଷ୍ପତ୍ତି ନେବାରେ ନିଜର ଅଧିକ ସମୟ ନଷ୍ଟ କରିବାକୁ ପସନ୍ଦ କରିନଥାନ୍ତି । ଏମାନେ ବହୁତ କ୍ରିଏଟିଭ ମାଇଣ୍ଡର ହୋଇଥାନ୍ତି । ସବୁବେଳେ କିଛି ନା କିଛି ନା ନୂଆ କରିବାର ଯୋଜନା ଏମାନଙ୍କ ମନକୁ ଆସିଥାଏ । ଏମାନେ ଛୋଟ ଛୋଟ କଥାକୁ ନେଇ ଚିନ୍ତା କରିବାକୁ ଜମା ରୁ ବି ପସନ୍ଦ କରନ୍ତି ନାହିଁ । ଲାଇଫକୁ ଏଞ୍ଜୟର ସହ ବଞ୍ଚିବାରେ ଇଛା ରଖିଥାନ୍ତି ।

AB- ଏହି ବ୍ଲଡ଼ଗୃପର ଲୋକମାନେ a ଓ b ବ୍ଲଡ଼ଗୃପର ମିଶ୍ରୀତ ସ୍ଵଭାବର ଅଟନ୍ତି । ଅର୍ଥାତ ଏମାନଙ୍କ ଠାରେ କିଛି a ବ୍ଲଡ଼ଗୃପର ଲୋକଙ୍କ ସ୍ଵଭାବ ଓ କିଛି b ବ୍ଲଡ଼ଗୃପର ଲୋକଙ୍କ ସ୍ଵଭାବ ମିଶାମିଶି ହୋଇ ଏମାନଙ୍କ ଠାରେ ଦେଖିବାକୁ ମିଳିଥାଏ । ହେଲେ ଏହି ଲୋକଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ । ଏମାନେ ଚାର୍ମିଙ୍ଗ ନେଚରର ହୋଇଥିବା ବେଳେ ବହୁତ ଶୀଘ୍ର ଅନ୍ୟ ମାନଙ୍କ ସହ ଫ୍ରେଣ୍ଡସିପ ମଧ୍ୟ କରିନେଇଥାନ୍ତି ।

O- ଏହି ବ୍ଲଡ଼ଗୃପର ଲୋକମାନେ ଅନ୍ୟ ବ୍ଲଡ଼ଗୃପର ଲୋକଙ୍କ ଠାରୁ ଟିକେ ନିଆରା ହୋଇଥାନ୍ତି । ଏମାନେ ନିଜ କମ ଉପରେ ଅଧିକ ଫୋକୋଷ କରିବାରେ ପସନ୍ଦ କରନ୍ତି । ଏମାନେ ଶାନ୍ତିପ୍ରିୟ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନଙ୍କ ଠାରେ ଜେଲସି ଗୁଣ ମଧ୍ୟ ରହିଥାଏ । ଏମାନେ ନିଜ କଥା କି କାମ ପ୍ରତି ବହୁତ ଲୋୟାଲ ରହିଥାନ୍ତି । ଏମାନେ ଅନ୍ୟର ମିଛ କଥାକୁ ବହୁତ ଶୀଘ୍ର ଧରିନେଇଥାନ୍ତି । ଏମାନଙ୍କୁ ଧୋକା ଦେବା ଲୋକ ବିଲକୁଲ ବି ପସନ୍ଦ ନୁହେଁ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *