କରୋନା କାଳରେ ସମସ୍ତଙ୍କ ପାଇଁ ଏକ ପ୍ରେରଣା ସୃଷ୍ଟି କଲେ ଏହି ଦିବ୍ୟାଙ୍ଗ ଝିଅ, ଦୁଇ ହାତ ନାହିଁ ତଥାପି ପାଦରେ କରୁଛନ୍ତି ରୋଗୀଙ୍କର ସେବା

ଆମ୍ଭ ମାନଙ୍କ ମଧ୍ୟରୁ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କାମ ନ କରିବାର ବାହାନା ଖୋଜୁଥାନ୍ତି । ଟିକେ କିଛି ଅସୁବିଧା ହେଲେ ପଛକୁ ହଟି ଯାଆନ୍ତି । ଯେତେବେଳେ ବି ବହୁତ କମ ଲୋକ ଏମିତି ଅଛନ୍ତି ଯେଉଁମାନେ ବଡ ରୁ ବଡ ସମସ୍ୟା ଓ ବାଧା ଆସିବା ପରେ ବି ହାର ମାନନ୍ତି ନାହିଁ । ତାଙ୍କ ଭିତରେ ଥିବା ଇଛାଶକ୍ତି ଓ ପରିଶ୍ରମ ତାଙ୍କୁ ନିଜ ସ୍ଵପ୍ନ ପୁରା କରିବାରେ ସାହାର୍ଯ୍ୟ କରନ୍ତି । ଆସାମ ର ଏକ ଛୋଟ ସହର ସୋନାରୀ ରେ ରହୁଥିବା ୨୧ ବର୍ଷୀୟ ପ୍ରିନ୍ସି ଗୋଗୋଇ ଙ୍କ କାହାଣୀ ବି କିଛି ଏମିତି ଅଟେ । ଦୁଇ ହାତ ନାହିଁ ତଥାପି ପାଳୁଛନ୍ତି ପରିବାର

ପ୍ରିନ୍ସିଙ୍କର ପିଲା ଦିନରୁ ହିଁ ଦୁଇ ହାତ ନାହିଁ । କିନ୍ତୁ ଏହି କଥାରେ ଦୁଃଖୀ ହୋଇ ସେ ଘରେ ଗୋଟିଏ କୋଣରେ ବସନ୍ତି ନାହିଁ । ବରଂ ସେ ତ ଏହି କରୋନା ମହାମାରୀ ସମୟରେ ହସ୍ପିଟାଲ ରେ କାମ କରି ନିଜ ପରିବାରର ପେଟ ପୋଷୁଛନ୍ତି । ସେ ଏହି ସମୟରେ ଗୁୱାହାଟି ରେ ରହୁଛନ୍ତି ଓ ଏଠାରେ ସେ ଏକ ପ୍ରାଇଭେଟ ହସ୍ପିଟଲ ରେ ଜବ କରୁଛନ୍ତି ।

ନିଜ ସ୍ଵପ୍ନକୁ ସାକାର କରିବା ପାଇଁ ପ୍ରିନ୍ସି ପାଦକୁ ହିଁ ହାତ ବନେଇ ନେଲେ । ସେ ହସ୍ପିଟଲ ରେ ଫୋନ ଉଠାଇବା ଠାରୁ ନେଇ ରୋଗୀମାନଙ୍କ ନାମ ଲେଖିବା ପର୍ଯ୍ୟନ୍ତ ସବୁ କିଛି ନିଜ ପାଦ ସାହାର୍ଯ୍ୟରେ କରନ୍ତି । ପ୍ରିନ୍ସି ଙ୍କର ଏହି ଇଛାଶକ୍ତି ଦେଖି ବହୁତ ଲୋକ ତାଙ୍କର ପ୍ରଶଂସା କରନ୍ତି ।

ପେଣ୍ଟିଙ୍ଗ ବି ବନାନ୍ତି

ଜବ କରିବା ବ୍ୟତିତ ପ୍ରିନ୍ସି ଙ୍କୁ ଗୀତ ଗାଇବା ଓ ପେଣ୍ଟିଙ୍ଗ କରିବାର ସଉକ ଅଛି । ସେ ନିଜ ପାଦରେ ବ୍ରସ ଧରି ବହୁତ ସୁନ୍ଦର ପେଣ୍ଟିଙ୍ଗ ବନାଇ ନିଅନ୍ତି । କିଛି ଦିନ ପୂର୍ବରୁ ସେ ଗଣେଶଙ୍କର ମୂର୍ତ୍ତି ବି ବନାଇ ଥିଲେ । ଏହି ମୂର୍ତ୍ତି ୩୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା ।

ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଖୋଲିବାକୁ ଚାହାଁନ୍ତି ଆର୍ଟ ସ୍କୁଲ

ପ୍ରିନ୍ସି ଙ୍କର ଏକ ସ୍ଵପ୍ନ ଅଛି କି ସେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ଆର୍ଟ ସ୍କୁଲ ଖୋଲିବେ । ସେ ଏହି ପେଣ୍ଟିଙ୍ଗ କୁ ବିକି ଯାହା ବି ପଇସା ସେବିଙ୍ଗ କରନ୍ତି ତାହାକୁ ଏହି କାମରେ ଲଗାଇବାକୁ ଚାହାଁନ୍ତି । ତାଙ୍କର କହିବା ଅଟେ କି ଏହି ସ୍କୁଲ ରେ ପିଲାମାନେ କଳାର କୌଶଳ ଶିଖନ୍ତୁ ଓ ଏହା ଅନୁଭବ କରନ୍ତୁ ନାହିଁ କି ସେମାନେ ଦିବ୍ୟାଙ୍ଗ ଅଟନ୍ତି ।

ପରିବାର କୁ ଝିଅ ଉପରେ ଅଛି ଗର୍ବ

ପ୍ରିନ୍ସି ର ପରିବାର ଲୋକଙ୍କୁ ନିଜ ଝିଅ ଦିବ୍ୟାଙ୍ଗ ହେବାର କୌଣସି ଦୁଃଖ ନାହିଁ । ବରଂ ସେମାନେ ତ ତାଙ୍କ ଉପରେ ଗର୍ବ କରନ୍ତି କି ତାଙ୍କ କାରଣରୁ ପୁରା ପରିବାରର ଖର୍ଚ୍ଚ ଚାଲୁଅଛି । ପ୍ରିନ୍ସି ଆଜି ଯେଉଁଠି ବି ପହଞ୍ଚିଛନ୍ତି ନିଜ ଦମ ରେ ପହଞ୍ଚିଛନ୍ତି । ପାଦରେ ଲେଖି କି ହିଁ ସେ 12th ପାସ କରିଥିଲେ । ସେ କୁହନ୍ତି କି ଯେତେବେଳେ ସେ ପଞ୍ଚମ କ୍ଳାସ ରେ ଆଡମିସନ କରିବାକୁ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଏକ ମାନସିକ ରୋଗୀ କହି ସ୍କୁଲ ରୁ ବାହାର କରି ଦିଆଗଲା । ଏମିତିରେ ସେ ନିଜକୁ ଏହି କଥାରେ ଡିପ୍ରେସନ କୁ ଯିବାକୁ ଦେଲେ ନାହିଁ ଓ ଗାଁ ର ଏକ ସ୍କୁଲ ରୁ 10th ଓ 12th ପାସ କଲେ ।

ମିଳି ସାରିଛି ସମ୍ମାନ

ପ୍ରିନ୍ସି ଙ୍କର ଏହି କାମକୁ ଦେଖି ଅନେକ ସାମାଜିକ ସଂସ୍ଥା ତାଙ୍କୁ ସମ୍ମାନିତ ବି କରି ସାରିଛନ୍ତି । ସେ ଅନେକ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି । ସେ ଦୁନିଆକୁ କରି ଦେଖାଇଦେଲେ କି ଯଦି ଆପଣଙ୍କ ଭିତରେ କିଛି କରି ଦେଖାଇବାର ଇଚ୍ଛା ଅଛି ତେବେ ଆପଣଙ୍କୁ ସଫଳତା ହାସଲ କରିବାରେ କେହି ଅଟକାଇ ପାରିବେ ନାହିଁ । ଆମେ ଆଶା କରୁଛୁ କି ପ୍ରିନ୍ସି ଙ୍କର ସବୁ ସ୍ଵପ୍ନ ଜଲ୍ଦି ପୁରା ହେବ । ଯଦି ଆପଣଙ୍କୁ ପ୍ରିନ୍ସି ଙ୍କର କାହାଣୀ ଭଲ ଲାଗିଲା ତେବେ ଏହାକୁ ଅନ୍ୟମାନଙ୍କ ସହ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଏମିତି ନୂଆ ନୂଆ ପୋସ୍ଟ ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *