ପଖାଳ ଦିବସରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ପଖାଳ ଖାଇଥିବାର ଭିଡ଼ିଓ, ଦେଖନ୍ତୁ ପଖାଳକୁ ନେଇ କଣ କହିଲେ ମୁଖ୍ୟମନ୍ତ୍ରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତ ନିଶ୍ଚୟ ଜାଣିଥିବେ । ନବୀନ ସରକାର ଦୀର୍ଘ ବର୍ଷ ଧରି ଓଡିଶାରେ ରାଜୁତି କରୁଛନ୍ତି । ସେ ଜନତାଙ୍କ ମନ ଜିତି ପାରିଛନ୍ତି । ବନ୍ଧୁଗଣ ଅନେକ ସମୟରେ ନବୀନ ଜନତାଙ୍କ କଲ୍ୟାଣ ପାଇଁ ଚିନ୍ତା କରନ୍ତି ଏବଂ ସେଥିପାଇଁ ସେ ଜନସାଧାରଣଙ୍କ ଲାଭ ପାଇଁ ନୂଆ ନୂଆ ସରକାରୀ ସ୍କିମ ମଧ୍ୟ ଘୋଷଣା କରନ୍ତି ।

ତେବେ ନବୀନ ପଟ୍ଟନାୟକ ସବୁବେଳେ କିଛି ନା କିଛି କାରଣ ହେତୁ ଚର୍ଚ୍ଚାରେ ରହିଥାନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣ ମାନେ ଏହି ଭିଡିଓଟିକୁ ଦେଖିଲେ ବହୁତ ଖୁସି ହୋଇଯିବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ନବୀନ ପଟ୍ଟନାୟକଙ୍କ ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ଆମ ସମସ୍ତଙ୍କ ପ୍ରିୟ ପଖାଳ ଭାତ ଖାଉଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଆଜି ହେଉଛି ପଖାଳ ଦିବସ ।

ଗତ କାଲି ଥିଲା ହୋଲି ପର୍ବ ଓ ଆଜି ହେଉଛି ପଖାଳ ଦିବସ । ବନ୍ଧୁଗଣ ଆମ ଓଡିଆ ଘରେ ପଖାଳ ଖାଇବା ପାଇଁ ସମସ୍ତେ ବହୁତ ପସନ୍ଦ କରନ୍ତି । ଧନୀ ହେଉ ବା ଗରିବ ସମସ୍ତେ ପଖାଳ ଖାଇବାକୁ ବେସ ପସନ୍ଦ କରନ୍ତି । ତେବେ ଆଜି ପଖାଳ ଦିବସ ଉପଲକ୍ଷେ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ଏହି ଭିଡିଓରେ ନବୀନ ଦେଶୀ ଷ୍ଟାଇଲରେ କଦଳୀ ପତ୍ର ଉପରେ ପଖାଳ ଓ ଅନ୍ୟାନ୍ୟ ଖାଦ୍ୟ ରଖି ଖାଉଥିବାର ନଜର ଆସୁଛନ୍ତି ।

ପଖାଳ ଖାଉଥିବା ସମୟରେ ନବୀନ କହୁଛନ୍ତି ‘ପଖାଳ ମୋର ପସନ୍ଦ’ । ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପଖାଳ ପସନ୍ଦ ଆଉ ଏହା ଆମ ଓଡିଆ ମାନଙ୍କ ପାଇଁ ଏକ ଗର୍ବର କଥା । ତା ହେଲେ ବନ୍ଧୁଗଣ ନବୀନ ପଟ୍ଟନାୟକଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *