ବଙ୍ଗୋପ ସାଗରରେ ଡିପ୍ରେସନରେ ପରିଣତ ହେଲା ସୃଷ୍ଟ ଲଘୁଚାପ, ହାଇଆଲର୍ଟ ଜାରି…

ବନ୍ଧୁଗଣ ଏବେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଏହି ଖବରଟି ଆପଣ ମାନଙ୍କ ଚିନ୍ତା ମଧ୍ୟ ବଢାଇ ପାରେ । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପାଣିପାଗ ସୂଚନା ମୁତାବକ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଡିପ୍ରେସନ ହୋଇଛି ।

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପୂର୍ବ ଭୂମଧ୍ୟ ରେଖାରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି । ସୂଚନା ମୁତାବକ ଆଗାମୀ 24 ଘଣ୍ଟାରେ ଏହା ଗଭୀର ପାତର ରୂପ ନେଇପାରେ । ଆସନ୍ତା କାଲି ଠାରୁ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପାଣିପାଗ ବିଭାଗ ଅନୁସାରେ 21 ରୁ 23 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଆଣ୍ଡାମାନ ଓ ନିକୋବର ପ୍ରଶାସନ ଆବସକୀୟ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଭାରତୀୟ ତଟରକ୍ଷୀ ବାହିନୀ ମାଛ ଧରାଳି ମାନଙ୍କୁ ସତର୍କ କରୁଛି ଆଉ ଅଶାନ୍ତ ସମୁଦ୍ର ଭିତରକୁ ଯିବା ପାଇଁ ସେମାନଙ୍କୁ ମନା କରୁଛି । ଏହା ଏକ ସାଇକ୍ଳୋନିକ ଷ୍ଟର୍ମ ହୋଇଯାଇପାରେ । ଏହା କେଉଁ ଦିଗକୁ ଯିବ ତାହା ମଧ୍ୟ ସ୍ତିର ହୋଇଯାଇଛି । ଏହି ସାଇକ୍ଳୋନିକ ଷ୍ଟର୍ମ ବର୍ମାକୁ ଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସାଇକ୍ଳୋନିକ ଷ୍ଟର୍ମରେ ଯଦି ଏହା ପରିଣତ ହୁଏ ତା ହେଲେ ଏହି ବାତ୍ୟାର ନାମ ‘ଆସାନି’ ରହିବ । ଏହି ବାତ୍ୟାଟି ବର୍ମା ଆଡେ ଅଗ୍ରସର କରିବ । ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦିପ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡିଶା ଉପରେ ଏହାର କିଛି ଡାଇରେକ୍ଟ ପ୍ରଭାବ ପଡିବ ନାହିଁ । ଓଡିଶାର ଉପକୂଳ ବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ କହିଛନ୍ତି ।

ଆସନ୍ତା 21 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସମ୍ଭାବନା ଅଛି । ଗତ କାଲି ଠାରୁ କେରଳ ଓ ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯାଇଛି ଏବଂ ଓଡିଶାରେ ଏହାର ପ୍ରଭାବ ରହିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *