ATM ରୁ 500 ଟଙ୍କା ଉଠାଇଲେ ବାହାରୁଛି 2500 ଟଙ୍କା, ATM ଆଗରେ ଲାଗିଲା ଲମ୍ବା ଲାଇନ…

ବନ୍ଧୁଗଣ, ସୂଚନା ଅନୁଯାୟୀ ATM ରୁ ୫୦୦ ଟଙ୍କା ଉଠାଇଲେ ମିଳୁଛି ୨୫୦୦ । ଟଙ୍କା ପାଇଁ ATM ସାମ୍ନା ରେ ଲାଗିଲା ଲମ୍ବା ଲାଇନ । ମହାରାଷ୍ଟ୍ର ନାଗପୁର ରୁ ଆସିଲା ଆଶ୍ଚର୍ଯ୍ୟ ଜନକ ଖବର । ଖବର ଅନୁଯାୟୀ ବ୍ୟକ୍ତି ଜଣକ ATM ରୁ ୫୦୦ ଟଙ୍କା ଉଠାଇଥିଲେ କିନ୍ତୁ ତାଙ୍କୁ ଗୋଟିଏ ବଦଳରେ ୫ ଟି ୫୦୦ ଟଙ୍କିଆ ନୋଟ ମିଳିଛି । ଅର୍ଥାତ ୫୦୦ ଶହ ବଦଳରେ ସେ ୨୫୦୦ ଶହ ଟଙ୍କା ପାଇଛନ୍ତି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଏହିଭଳି ଘଟଣା ମହାରାଷ୍ଟ୍ର ର ନାଗପୁର ରେ ଦେଖିବାକୁ ମିଳିଛି । ଅନ୍ୟପଟେ ଯାକପଟରେ ଖୁସି ହୋଇ ବ୍ୟକ୍ତି ଜଣଙ୍କ ସମସ୍ତଙ୍କୁ ଏହି କଥା କହିଦେଇଥିଲେ । ଏହାପାରେ ବୁଧବାର ଦିନ ନାଗପୁରର ଏକ ଘରୋଇ ବ୍ୟାଙ୍କ ର ATM ନିକଟରେ ଦେଖିବାକୁ ମିଳିଥିଲା ଲୋକଙ୍କର ଲମ୍ବା ଲାଇନ । ହଟାତ ATM ରେ ଭିଡ ଜମିବାରୁ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ସ୍ଥିତି କୁ ଯାଞ୍ଚ କରିଥିଲା ।

ତେବେ ଘଟଣା ସମ୍ପର୍କରେ ବ୍ୟାଙ୍କ କତୃପକ୍ଷ ଯାଞ୍ଚ କରିଥିଲେ ଏବନ ସେ କହିଛନ୍ତି ଯେ ବୈଶହିକ ତ୍ରୁଟି ଯୋଗୁଁ ଏପରି ହଟାତ ହେବା ଜଣା ପଡିଛି । କର୍ତ୍ତୁପକ୍ଷ ଙ୍କ ସୂଚନା ଅନୁଯାୟୀ ATM ରେ ଟଙ୍କା ଭର୍ତ୍ତି ବେଳେ ଅସାବଧନତା ପାଇଁ ଏହିପରି ଘଟିଛି । ୧୦୦ ଟଙ୍କିଆ ନୋଟ ରଖାଯାଇଥିବା ଟ୍ରେ ରେ ୫୦୦ ଟଙ୍କିଆ ନୋଟ ରଖାଯାଇଥିଲା ।

ତେଣୁ ATM ରେ ବ୍ୟକ୍ତି ଜଣକ ଯେତେବେଳେ ୫୦୦ ଟଙ୍କା ଉଠାଇବା ପାଇଁ ଚେଷ୍ଟା କରିଥିଲେ ସେତେବେଳେ ମେସିନ ୧୦୦ ଟଙ୍କିଆ ନୋଟ ହିସାବରେ ୫ ଟି ନୋଟ କୁ ରିଲିଜ କରୁଥିଲା । ଫଳରେ ତାଙ୍କୁ ୫୦୦ ଟଙ୍କା ବଦଳରେ ୨୫୦୦ ଟଙ୍କା ମିଳିଥିଲା । ଅନ୍ୟପଟରେ ଏହି ଘଟଣା କୁ ନେଇ ପୋଲିସ କୌଣସି ପ୍ରକାରର ମାମଲା ରୁଜୁ କରିନାହିଁ ।

ତେବେ ଯେଉଁ ଲୋକ ମାନେ ୫୦୦ ତାଙ୍କ ବଦଳରେ ୨୫୦୦ ଟଙ୍କା ପାଇଛନ୍ତି ସେମାନଙ୍କ ଆନନ୍ଦ ର ସୀମା କହିଲେ ନ ସରେ । ସେ ଏହି ଟଙ୍କା କୁ ଧରି ନିଜ ପରିବାର ଲୋକ ଙ୍କୁ ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ କହିବ ସହିତ ଅନ୍ୟ ପଡୋଶୀ ତଥା ସାଙ୍ଗସାଥି ମାନଙ୍କୁ ମଧ୍ୟ କହିଥିଲେ । ଯାହା ଫଳରେ ATM ବାହାରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *