75 ତମ ସ୍ୱାଧୀନତା ଦିବସ ଅବସରରେ ବଡ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ, ସମସ୍ତଙ୍କୁ ମିଳିବ ଚାକିରୀ, ଖର୍ଚ୍ଚ ହେବ ୧୦୦ ଲକ୍ଷ କୋଟି ଟଙ୍କା

ଭାରତବର୍ଷ ରେ ବେକାର ସମସ୍ୟା ଦିନକୁ ଦିନ ବଢି ଚାଲିଛି । ଫଳରେ ଖୁବ କମ ବୟସର ଶିକ୍ଷିତ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଅନେଇତିକ କାର୍ଯ୍ୟ କଳାପ ଭିଆଇବାରେ ପଛଘୁଞ୍ଚା ଦେଉ ନାହାନ୍ତି । ଦେଶରେ ଦିନକୁ ଦିନ କୁ-କାର୍ଯ୍ୟ କଳାପ ବଢିବାରେ ଲାଗିଛି । କାରଣ ଆଜିଭଳି ଦିନରେ ନିଜର ଜୀବିକା ନିର୍ବାହ କରିବା ନିମନ୍ତେ ଧନ ଅଥବା ଟଙ୍କା ଦରକାର । ମାତ୍ର ଏହି ଟଙ୍କା ଆସିବ କେଉଁଠାରୁ ? ବହୁତ କଷ୍ଟ କରି ମାତା ପିତା ମାନେ ନିଜର ସନ୍ତାନ କୁ ପାଠ ପଢାଇ ଶିକ୍ଷିତ କରିଲା ବେଳକୁ ଆମ ଦେଶରେ ଚାକିରୀର ଘୋର ଅଭାବ ଦେଖିବାକୁ ମିଳୁଅଛି ।

ଫଳରେ ନିଜର ଭାରସାମ୍ୟ ହରାଇ ଯୁବାପିଢୀ ମାନେ ଦିନକୁ ଦିନ ବିଗିଡିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ “ନରେନ୍ଦ୍ର ମୋଦୀ” ୭୫ ତମ ସ୍ଵାଧୀନତା ଦିବସ ରେ ଦେଶବାସୀ ଙ୍କୁ ଏକ ବଡ ଉପହାର ପ୍ରଦାନ କରିଛନ୍ତି । ଲାଲ କିଲ୍ଲାରେ ପ୍ରଧାନ ମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନା ଦେଲା ବେଳେ ଏକ ବଡ ଘୋଷଣା କରିଛନ୍ତି । ପ୍ରଧାନ ମନ୍ତ୍ରୀ “ନରେନ୍ଦ୍ର ମୋଦୀ”, ପ୍ରଧାନ ମନ୍ତ୍ରୀ ଗତିଶକ୍ତି ନ୍ୟାସନାଲ ପ୍ଲାନ ଯୋଜନା ଘୋଷଣା କରିଛନ୍ତି ।

ଏହି ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ଯୋଜନା ଅନୁଯାୟୀ ଯୁବକ ମାନଙ୍କୁ ରୋଜଗାର ସହିତ ଦେଶର ଭିତ୍ତିଭୂମି ମଧ୍ୟ ବିକାଶ ପାଇବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଧୁନିକରଣ ସହିତ ଭାରତକୁ ଏହାର ଭୀତି ଭୂମି ବିକାଶ ପାଇଁ ଚାରିଆଡେ ବିକାଶ କରିବାକୁ ହେବ । ଖୁବ ଶୀଘ୍ର ଗତିଶକ୍ତି ନ୍ୟାସନାଲ ମାଷ୍ଟରପ୍ଲାନ ଘୋଷଣା କରାଯିବ ।

୧୦୦ ଲକ୍ଷ କୋଟି ଖର୍ଚ୍ଚରେ ଲାଗୁଥିବା ଏହି ଯୋଜନା କେବଳ ବେକାର ଯୁବକ ମାନଙ୍କୁ ରୋଜଗାର ଯୋଗାଇବ ନାହିଁ, ମାତ୍ର ଏହା ଭିତ୍ତିଭୂମି ର ସର୍ବାଦଳୀୟ ବିକାଶ ମଧ୍ୟ କରାଇବ । ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ, ଏହିଭଳି ପଦକ୍ଷେପ ସହିତ ସ୍ଥାନୀୟ ଉତ୍ପାଦକ ମାନେ ମଧ୍ୟ ଆମକୁ ବିଶ୍ଵ ସ୍ତରରେ ପ୍ରତିଦ୍ୱନ୍ଦିତା କରିବାକୁ ସକ୍ଷମ ହେବେ । ଏହା ସହିତ ଭବିଷ୍ୟତରେ ନୂତନ ଅର୍ଥନେଇତିକ କ୍ଷେତ୍ର ବିକାଶର ସମ୍ଭାବନା ମଧ୍ୟ ରହିବ । ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ, ୭ ବର୍ଷ ଭାରତରେ ୮ ବିଲିୟନ ଡଲାର ମୂଲ୍ୟର ମୋବାଇଲ ଆମଦାନୀ ହୋଇଥିଲା ।

କିନ୍ତୁ ବର୍ତ୍ତମାନ ଭାରତ ପ୍ରତିବର୍ଷ ୩ ବିଲିୟନ ଡଲାରର ମୋବାଇଲ ଫୋନ ରପ୍ତାନୀ କରିଅଛି । ପ୍ରଧାନ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ଵ ସ୍ତରୀୟ ଉତ୍ପାଦନ କରୁଥିବା ଦେଶ ଭାବରେ ଆମକୁ ନିଜର ଚିହ୍ନ କରିବାକୁ ହେବ । ଆମ ଦେଶ ଭାରତ ଏକ ଦେଶ ଭାବରେ ଉଭା ହେବ ଯାହା ସର୍ବୋତ୍ତମ ଉଦ୍ଭାବନ ସହିତ ନୂତନ ଯୁଗର ପ୍ରଯୁକ୍ତି ବିଦ୍ୟାର ବିକାଶ କରିବ । ବନ୍ଧୁଗଣ ଏହି ସୂଚନା ଅନୁଯାୟୀ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଏହା ସହିତ ଦେଶ ବିଦେଶର ସମସ୍ତ କହବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *