ଆମକୁ ମରିବାକୁ ଛାଡ଼ିଦିଅନି: ସମଗ୍ର ବିଶ୍ୱ ସାମ୍ନାରେ ଆଫଗାନିସ୍ତାନର ଦୁଃଖ ଦୁର୍ଦ୍ଦଶାର କାହାଣୀ ବଖାଣିଲେ କ୍ରିକେଟର Rashid Khan

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଫଗାନିସ୍ତାନ ର ଅବସ୍ଥା କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନ ରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀ କୁ କବଜା କରୁଛି । ଏହା ସହିତ ଆମେରିକା, ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନ ରୁ ନିଜ ଦେଶ ର ଲୋକ ମାନଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି । ଏଭଳି ସମୟ ରେ ଆଫଗାନିସ୍ତାନ ର କ୍ରିକେଟର ରସିଦ ଖାଁ ଟ୍ୱିଟର ମାଧ୍ୟମରେ ବିଶ୍ଵ ର ସମସ୍ତ ନେତା ମାନଙ୍କୁ ଦୁଃଖ ଭରା ନିବେଦନ କରିଛନ୍ତି ।

କ୍ରିକେଟର ରସିଦ ଟ୍ୱିଟର ରେ ଅତ୍ୟନ୍ତ କୋହଭରା କଣ୍ଠ ରେ ନିବେଦନ କରି ଲେଖିଛନ୍ତି ଯେ, ଆମକୁ ମ-ରି-ବା-କୁ ଛାଡ଼ି ଦିଅନ୍ତୁ ନାହିଁ ।  ସୂଚନାନୁସାରେ, ବିଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ରେ ତାଲିବାନ ଆତଙ୍କବାଦୀ ଙ୍କ ଦୌରାତ୍ମ ବୃଦ୍ଧି ପାଇବାରେ ଲାଗିଛି । ତାଲିବାନ ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ର ୬ଟି ପ୍ରାଦେଶିକ ରାଜଧାନୀ ଦଖଲ କରିଛି । ଆଫଗାନିସ୍ତାନ ର ଅନେକ ସହର କୁ କବଜା କରିଥିବା ତାଲିବାନ ସେଠାକାର ଲୋକ ମାନଙ୍କୁ ଅତି ନି-ର୍ଦ୍ଦ-ୟ ଭାବରେ ହ-ତ୍ୟା କରିଛି ।

ଏହି ଘଟଣା କୁ ନେଇ କ୍ରିକେଟର ରସିଦ ଖାଁ ଟ୍ୱିଟର ରେ ଲେଖିଛନ୍ତି ଯେ, ‘ବିଶ୍ୱ ନେତା ମାନେ, ମୋ ଦେଶ ଅସୁବିଧା ରେ ଅଛି । ଏଠାରେ ହଜାର ହଜାର ଲୋକଙ୍କୁ ହ-ତ୍ୟା କରାଯାଉଛି । ମହିଳା ଓ ଶିଶୁ ମାନଙ୍କୁ ମଧ୍ୟ ହ-ତ୍ୟା କରାଯାଉଛି । ପ୍ରତିଦିନ ଆମ ଦେଶର ଲୋକ ସହିଦ ହେଉଛନ୍ତି । ଦେଶର ଘର ଓ ସମ୍ପତ୍ତି ନଷ୍ଟ ହେଉଛି । ଏଠାରେ ହଜାର ହଜାର ଦେଶବାସୀ ନିଜର ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।

https://twitter.com/rashidkhan_19/status/1425057234300641317?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1425057234300641317%7Ctwgr%5E%7Ctwcon%5Es1_&ref_url=https%3A%2F%2Fsambad.in%2Findia-and-beyond%2Frasid-khan-appeal-699363%2F

ତେଣୁ ଏଭଳି ପରିସ୍ଥିତି ରେ ଆମକୁ ଏକୁଟିଆ ଛାଡ଼ନ୍ତୁ ନାହିଁ । ଆଫଗାନିସ୍ତାନ ର ଲୋକ ମାନଙ୍କୁ ହ-ତ୍ୟା ର ଶି-କା-ର ହେବା ପୂର୍ବରୁ ରକ୍ଷା କରନ୍ତୁ । ଆମେ ଶାନ୍ତି ଚାହୁଁ । ‘ ତେବେ ଏହିଭଳି ଭାବରେ କ୍ରିକେଟର ରସିଦ ଖାଁ ନିଜ ଦେଶ ଆଫଗାନିସ୍ତାନ ର ଦୁ-ର୍ଦ୍ଦ-ଶା ର କାହାଣୀ କୁ ଟ୍ୱିଟର ମାଧ୍ୟମରେ ପ୍ରକାଶ କରିଛନ୍ତି । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *