ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. ଗ୍ରାମ ପଞ୍ଚାୟତର ମୁଖ୍ୟ କିଏ ?
ଉତ୍ତର-ଗ୍ରାମ ପଞ୍ଚାୟତର ମୁଖ୍ୟ ହେଉଛନ୍ତି ସରପଞ୍ଚ ।
୨. ୱାର୍ଡର ମୁଖ୍ୟ କିଏ ?
ଉତ୍ତର- ୱାର୍ଡର ମୁଖ୍ୟ ହେଉଛନ୍ତି ୱାର୍ଡ ମେମ୍ବର ।
୩. ସରପଞ୍ଚଙ୍କ ଅନୁପସ୍ଥିତିରେ କିଏ ତାଙ୍କ କାମ ଚଳେଇ ପାରିବେ ?
ଉତ୍ତର-ସରପଞ୍ଚଙ୍କ ଅନୁପସ୍ଥିତିରେ ନାଏବ ସରପଞ୍ଚ ତାଙ୍କ କାମ ଚଳେଇ ପାରିବେ ।
୪. ଭାରତରେ ପ୍ରଥମେ କେବେ ଆଧାର କାର୍ଡ ପଞ୍ଜୀକରଣ ହୋଇଥିଲା ?
ଉତ୍ତର- ଭାରତରେ ପ୍ରଥମେ ୨୦୧୦ରେ ଆଧାର କାର୍ଡ ପଞ୍ଜୀକରଣ ହୋଇଥିଲା ।
୫. କିଏ କେବେବି ଭାରତରେ ଦଣ୍ଡିତ ହେଇ ନାହିଁ ?
ଉତ୍ତର- ରାଷ୍ଟ୍ରପତି କେବେବି ଭାରତରେ ଦଣ୍ଡିତ ହୋଇ ନାହାନ୍ତି ।
୬. କେଉଁ ପଶୁ ଆଖି ବନ୍ଦ କରି ମଧ୍ୟ ଦେଖିପାରେ ?
ଉତ୍ତର- ଓଟ ଆଖି ବନ୍ଦ କରି ମଧ୍ୟ ସବୁ କିଛି ଦେଖିପାରେ ।
୭. ଟ୍ରେନକୁ ଅଟକାଇବା ପାଇଁ କେଉଁ ରଙ୍ଗ ବ୍ୟବହାର କରାଯାଏ ?
ଉତ୍ତର- ଟ୍ରେନକୁ ଅଟକାଇବା ପାଇଁ ନାଲି ରଙ୍ଗ ବ୍ୟବହାର କରାଯାଏ ।
୮. ରାସ୍ତାରେ ଚାଲିବା ବେଳେ କେଉଁ ଦିଗରେ ଚାଲିବା ଉଚିତ ?
ଉତ୍ତର- ରାସ୍ତାରେ ଚାଲିବା ବେଳେ ବାମ ଦିଗରେ ଚାଲିବା ଉଚିତ ।
୯. ଡ୍ରାଇଭିଙ୍ଗ ଲାଇସେନ୍ସ ସାଧାରଣତଃ କେତେ ବୟସରେ କରାଯାଇଥାଏ ?
ଉତ୍ତର- ଡ୍ରାଇଭିଙ୍ଗ ଲାଇସେନ୍ସ ସାଧାରଣତଃ ୧୮ ବୟସରେ କରାଯାଇଥାଏ ।
୧୦. ଗୋଟିଏ ବର୍ଷରେ ସାଧାରଣତଃ କେତେ ଥର ଧାନ ଫସଲ କରାଯାଇଥାଏ ?
ଉତ୍ତର- ଗୋଟିଏ ବର୍ଷରେ ସାଧାରଣତଃ ୨ ଥର ଧାନ ଫସଲ କରାଯାଇଥାଏ ।
୧୧. ଶ୍ରୀ ଜଗନ୍ନାଥ ମନ୍ଦିରରେ କେତୋଟି ଦ୍ଵାର ରହିଛି ?
ଉତ୍ତର- ଶ୍ରୀ ଜଗନ୍ନାଥ ମନ୍ଦିରରେ ଚାରୋଟି ଦ୍ଵାର ରହିଛି ।
୧୨. ଶ୍ରୀ ମନ୍ଦିର କେଉଁ ଦେବୀଙ୍କ ନିର୍ଦ୍ଦେଶରେ ଚାଲିଥାଏ ?
ଉତ୍ତର- ଶ୍ରୀ ମନ୍ଦିର ବିମଳା ଦେବୀଙ୍କ ନିର୍ଦ୍ଦେଶରେ ଚାଲିଥାଏ ।
୧୩. କେଉଁ ପ୍ରାଣୀ ଅଣ୍ଡିରା ହେଲେବି ଛୁଆ ଜନ୍ମ କରିଥାଏ ?
ଉତ୍ତର- ସାମୁଦ୍ରି ଘୋଡା ଅଣ୍ଡିରା ହେଲେବି ଛୁଆ ଜନ୍ମ କରିଥାଏ ।
୧୪. ଭାରତ କେତୋଟି ପ୍ରାକୃତିକ ପ୍ରଦେଶରେ ବିଭାଜିତ ଅଟେ ?
ଉତ୍ତର- ଭାରତ ଚାରୋଟି ପ୍ରାକୃତିକ ପ୍ରଦେଶରେ ବିଭାଜିତ ଅଟେ ।
୧୫. ବଗିଚାର ସହର କାହାକୁ କୁହାଯାଏ ?
ଉତ୍ତର- କପୁରଥଲାକୁ ବଗିଚାର ସହର କୁହାଯାଏ ।