ମା’ଙ୍କ ସଂଘର୍ଷ କାହାଣୀ କହି କାନ୍ଦିଥିଲେ ମୋଦି ! କିପରି ପୁଅ ପାଇଁ ସଂଘର୍ଷ କରିଥିଲେ ମା’ ହୀରାବେନ ଶୁଣିଲେ ଆପଣ ବି କାନ୍ଦି ପକେଇବେ…

ବନ୍ଧୁଗଣ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମା’ ଆଉ ଏହି ସଂସାରରେ ନାହାଁନ୍ତି । ମା’ଙ୍କ ସଂଘର୍ଷ କାହାଣୀ କହିଲା ବେଳେ ମୋଦିଙ୍କ ଆଖିରୁ ଝରି ପଡିଥିଲା ଲୁହ…ମୋଦିଙ୍କ ମା’ ହୀରାବେନ ମୋଦି କିପରି ମୋଦିଙ୍କୁ ଲାଳନ ପାଳନ କରିଥିଲେ…କିପରି ମୋଦିଙ୍କ ପାଇଁ ହୀରାବେନ ସଂଘର୍ଷ କରିଥିଲେ, ସେନେଇ ଏକ ସଭାରେ କହିଥିଲେ ମୋଦି । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ମୋଦି କହିଥିଲେ ଯେ ତାଙ୍କ ଜୀବନରେ ତାଙ୍କ ମାତା ପିତା ଙ୍କର ବହୁତ ବଡ ଅବଦାନ ରହିଅଛି ।

ସେ ବହୁତ ଗରିବ ପରିବାରର ଅଟନ୍ତି ତଥା ରେଲୱେ ଷ୍ଟେସନ ରେ ସେ ଚା’ ବିକ୍ରି କରୁଥିଲେ । ବାପା ଆଉ ଏହି ଦୁନିଆରେ ନାହାଁନ୍ତି ମା’ ଆମ୍ଭକୁ ପାଳିପୋଷୀ ମଣିଷ କରିଥିଲେ । ମୋଦି ଙ୍କ ମା’ ଙ୍କ ପ୍ରାପ୍ତ ବୟସ୍କା ଥିଲେ ମଧ୍ୟ ସେ ନିଜ କାମ ନିଜେ କରି ଆସୁଥିଲେ । ତାଙ୍କ ମା’ ବିଶେଷ ପାଠ ପଢିନଥିଲେ କିନ୍ତୁ ଟିଭି ଦ୍ଵାରା ଦେଶ ବିଦେଶରେ କ’ଣ ଚାଲିଛି ସେ ନେଇ ସମସ୍ତ ବିବରଣୀ ତାଙ୍କ ପାଖରେ ଥିଲା ।

ଯେତେବେଳେ ସେ ଛୋଟ ଥିଲେ ତାଙ୍କ ଗୁଜୁରାଣ ପାଇଁ ମୋଦି ଙ୍କ ମା’ ଆଖପାଖ ଘରେ ବାସନ ମାଜିବା ଠାରୁ ଆରମ୍ଭ କରି ପାଣି ରଖିବା ଭଳି କାମ କରୁଥିଲେ । ଏହାକୁ ଆପଣ ମାନେ କଳ୍ପନା କରିପାରିବେ ଯେ ଜଣେ ମା’ ନିଜ ଛୁଆ ଙ୍କୁ ବଡ କରିବା ପାଇଁ କେତେ କଷ୍ଟ କରିଛନ୍ତି । ଏହିଭଳି ପ୍ରଧାନ ମନ୍ତ୍ରୀ ନିଜ ମା’ ଙ୍କ ବିଷୟରେ କିଛି ବିଶେଷ କଥା କହି ଭାବୁକ ହୋଇଯାଇଥିଲେ ।

ତେବେ ଆଜି ମୋଦି ଙ୍କ ମା’ ତାଙ୍କୁ ଛାଡି ସବୁଦିନ ଲାଗି 100 ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ, ଯାହାକୁ କେବେ କେହି ପୂର୍ଣ୍ଣ କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମା’ ତାଙ୍କୁ ସବୁବେଳେ ଦେଶ କାମ ଲାଗି ପ୍ରେରଣା ଦେଇ ଆସୁଥିଲେ ।

ଆଜି ସେ ଭାରତବର୍ଷର ପ୍ରଧାନମନ୍ତ୍ରୀ ତାହା ସମ୍ଭବ ହୋଇପାରିଛି କେବଳ ତାଙ୍କ ମା’ ଙ୍କ ପାଇଁ । କାରଣ ମୋଦି ଙ୍କ ମା’ ଉତ୍ତମ ସଂସ୍କାର ଦେବା ସହିତ ଉତ୍ତମ ଶିକ୍ଷା ମଧ୍ୟ ଦେଇଥିଲେ । ଦେଶବାସୀ ଙ୍କ ସେବା କରିବା ନିମନ୍ତେ ସବୁବେଳେ ମୋଦି ଙ୍କୁ ଆଶୀର୍ବାଦ କରିଆସିଥିଲେ । ଆଜି ମୋଦି ଙ୍କ ମା’ ଙ୍କ ପାର୍ଥିବ ଶରୀର ନାହିଁ ଅବଶ୍ୟ କିନ୍ତୁ ତାଙ୍କ ମା’ ଙ୍କ ଆଶୀର୍ବାଦ ସବୁବେଳେ ତାଙ୍କ ପାଇଁ ରହିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *