ମା’ଙ୍କ ଶେଷ ସମୟରେ ଛଳ ଛଳ ଆଖିରେ ମା’ଙ୍କୁ ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ Narendra Modi

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଙ୍କ ମା’ ଙ୍କର ପରୋଲୋକ ଘଟିଛି । ତାଙ୍କୁ ବର୍ତ୍ତମାନ ସୁଦ୍ଧା ୧୦୦ ବର୍ଷ ବୟସ ହୋଇଥିଲା । ଖବର ସୂତ୍ରରୁ ପ୍ରକାଶିତ ଯେ ଅହମଦାବାଦର ଏକ ଘରୋଇ ହସ୍ପିଟାଲ ରେ ତାଙ୍କ ମୃ-ତ୍ୟୁ ଘଟିଛି । ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ମା’ ଙ୍କ ସହିତ ସାକ୍ଷାତ କରିଥିଲେ ଯେତେବେଳେ ତାଙ୍କ ମା’ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ବର୍ତ୍ତମାନ ପାର୍ଥିବ ଶରୀରକୁ ଆଣିବା ପରେ ପ୍ରଧାନମନ୍ତ୍ରୀ ମୋଦି କାନ୍ଧ ଦେବାର ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା । ହସ୍ପିଟାଲରୁ ଯେତେବେଳେ ପାର୍ଥିବ ଶରୀରକୁ ନିଆଯାଉଥିଲା ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କାନ୍ଧ ଦେଇଥିଲେ । ଏହା ପରବର୍ତୀ ସମୟରେ ଅନ୍ତିମ ଦର୍ଶନ ରହିଥାଏ, ଅହମଦାବାଦର ସେକ୍ଟର ୧୩ ରେ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ।

ଅନେକ ବରିଷ୍ଠ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମା’ ଙ୍କର ଅନ୍ତିମ ଯାତ୍ରା ନିଶ୍ଚିତ ଭାବରେ ଜଣେ ପୁଅ ହିସାବରେ ପ୍ରଧାନମନ୍ତ୍ରୀ ଙ୍କୁ ନିଶ୍ଚିତ ଭାବରେ ଯେତିକି ବାଧା ଦେଉଛି ଆଜି ପ୍ରତୀଟି ଦେଶବାସୀ ଏହି କଠିନ ସମୟରେ ପ୍ରଧାନମନ୍ତ୍ରୀ ଙ୍କ ସହିତ ଏକଜୁଟ ହୋଇ ଛିଡା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଙ୍କ ମା’ ଙ୍କ ନିମନ୍ତେ ସମସ୍ତେ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କ ଆତ୍ମା କୁ ଶାନ୍ତି ମିଳୁ ତଥା ସଦଗତି ମିଳୁ ।

ଯେଉଁ ଦୁଃଖ ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ଆଜି ଅଛନ୍ତି ତାଙ୍କ ସହିତ ଆଜି ସମସ୍ତ ଦେଶବାସୀ ଉପସ୍ଥିତ ଅଛନ୍ତି । ଖବର ପାଇ ମୋଦି ଆଜି ମା’ ଙ୍କର ଶେଷକାର୍ଯ୍ୟ ପାଇଁ ଉପସ୍ଥିତ ହୋଇଛନ୍ତି । ଏହା ସହିତ ତାଙ୍କର ସମସ୍ତ ଭାଇ ଏବଂ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । ଆଜି ନରେନ୍ଦ୍ର ମୋଦି ଙ୍କ ସମସ୍ତ ପରିବାର ଦୁଃଖରେ ମ୍ରିୟମାଣ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମା’ଙ୍କୁ ମୁଖାଗ୍ନି ଦେବା ସମୟରେ ହାତଯୋଡି ନମନଃ କରିଥିଲେ ।

ତାଙ୍କ ମାତା ନିଶ୍ଚିତ ଭାବରେ ବର୍ତ୍ତମାନ ସ୍ଵର୍ଗାରୋହଣ କରିଛନ୍ତି । ପୂର୍ବରୁ ତାଙ୍କ ମା’ ଦେଶର ସେବା କରିବା ପାଇଁ ମୋଦି ଙ୍କୁ ଅନୁପ୍ରାଣିତ କରି ଆସୁଥିଲେ ତେବେ ବର୍ତ୍ତମାନ ମା’ ଙ୍କ ଶରୀର ଆରପାରି କୁ ଯାଇଥିଲେ ମଧ୍ୟ ସେ ତାଙ୍କ ପୁଅ ମୋଦି ଙ୍କୁ ଆଶୀର୍ବାଦ କରିବେ ଦେଶର ଅଗଣିତ ମା’ ଙ୍କ ସେବା କରିବା ନିମନ୍ତେ । ଅନ୍ତିମ ସଂସ୍କାର ସମୟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଯୋଡି ନିଜ ମା’ ଙ୍କୁ ଶେଷଥର ପାଇଁ ନତମସ୍ତକ ହୋଇ ଭାବୁକ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *