ମା’ଙ୍କ ଶେଷ ଦର୍ଶନ ସମୟରେ ମା’ଙ୍କୁ କୁଣ୍ଢେଇ କାନ୍ଦି ପକେଇଲେ PM Narendra Modi…

ବନ୍ଧୁଗଣ, ଏହା ଅତ୍ୟନ୍ତ ଭାବୁକ କ୍ଷଣ ଅଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ । ଯେଉଁ ମା’ ଙ୍କ ଆଶୀର୍ବାଦରୁ ପୁଅ ଦେଶର ପ୍ରଧାନମନ୍ତ୍ରୀ ଙ୍କ ପଦ ପର୍ଯ୍ୟନ୍ତ ପହଞ୍ଚିଲେ, ସେହି ମା’ ଙ୍କୁ ଆଜି ନତମସ୍ତକ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ନଗର ନିଜ ଆବାସ କୁ ପହଞ୍ଚିଛନ୍ତି ଏବଂ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଦୃଶ୍ୟ ସାରା ଭାରତବାସୀ ଦେଖିବାକୁ ପାଇଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ସକାଳୁ ଅହମଦାବାଦ ପହଞ୍ଚିଛନ୍ତି ।

ଏହାପରେ ମା’ ଙ୍କର ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ । ତାଙ୍କ ସହିତ ତାଙ୍କ ଭାଇ ତଥା ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ବହୁତ ବରିଷ୍ଠ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ୧୦୦ ବର୍ଷ ବୟସ ହୋଇଥିଲା । ଖବର ସୂତ୍ରରୁ ପ୍ରକାଶିତ ଯେ ଅହମଦାବାଦର ଏକ ଘରୋଇ ହସ୍ପିଟାଲ ରେ ତାଙ୍କ ମୃ-ତ୍ୟୁ ଘଟିଛି ।

୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ମା’ ଙ୍କ ସହିତ ସାକ୍ଷାତ କରିଥିଲେ ଯେତେବେଳେ ତାଙ୍କ ମା’ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତେ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କ ଆତ୍ମା କୁ ଶାନ୍ତି ମିଳୁ ତଥା ସଦଗତି ମିଳୁ । ଯେଉଁ ଦୁଃଖ ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ଆଜି ଅଛନ୍ତି ତାଙ୍କ ସହିତ ଆଜି ସମସ୍ତ ଦେଶବାସୀ ଉପସ୍ଥିତ ଅଛନ୍ତି ।

ପୂର୍ବରୁ ତାଙ୍କ ମା’ ଦେଶର ସେବା କରିବା ପାଇଁ ମୋଦି ଙ୍କୁ ଅନୁପ୍ରାଣିତ କରି ଆସୁଥିଲେ ତେବେ ବର୍ତ୍ତମାନ ମା’ ଙ୍କ ଶରୀର ଆରପାରି କୁ ଯାଇଥିଲେ ମଧ୍ୟ ସେ ତାଙ୍କ ପୁଅ ମୋଦି ଙ୍କୁ ଆଶୀର୍ବାଦ କରିବେ ଦେଶର ଅଗଣିତ ମା’ ଙ୍କ ସେବା କରିବା ନିମନ୍ତେ । ତେବେ ସେକ୍ଟର 13 ଗାନ୍ଧୀ ନଗରରେ ତାଙ୍କ ମା’ ଙ୍କ ଅନ୍ତିମ ସଂସ୍କାର କରାଯିବ ।

ମୋଦି ନିଜ ମା’ ଙ୍କ ସହିତ ବିତାଇଥିବା ସମସ୍ତ କଥା କୁ ବର୍ତ୍ତମାନ ଚିନ୍ତା କରି ଭାବୁକ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କାରଣ ମା’ ଙ୍କ ସ୍ଥାନ ସର୍ବଦା ଅପୂରଣୀୟ ଅଟେ । ତାହାକୁ କେହି ମଧ୍ୟ ପୂରଣ କରି ପାରିବେ ନାହିଁ । ଅନ୍ତିମ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଆଖିରୁ ଲୁହ ଝରିଥିବାର ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *