ସମୁଦ୍ର କୂଳରେ ଏ କ’ଣ ? ଦେଖି କି ଭୟଭୀତ ହେଲେ ସ୍ଥାନୀୟ ଲୋକ, ଦେଖନ୍ତୁ video

ବନ୍ଧୁଗଣ ସୋସିଆଲ ମିଡିଆ ମଧ୍ୟରେ ଆମେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛୁ । ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ବିଷୟରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ସମୁଦ୍ର ମଧ୍ୟରେ ପାଣି ଜାହାଜ ହେଉ ବା ମତ୍ସ୍ୟଜୀବୀ ମାନଙ୍କୁ ଦିଗ ନିର୍ଣ୍ଣୟ ପାଇଁ ଆଙ୍କର ଦ୍ୱାରା ଲଗା ଯାଇଥିବା ଫ୍ଲୋଟିଂ ବଏ ବା ଭାସମାନ ଦିଗନିର୍ଣ୍ଣୟ ଯନ୍ତ୍ର ଆଜି ସକାଳୁ ଅସ୍ତରଙ୍ଗ ଉପକୂଳ ଅଣକଣ ତଣ୍ଡାରେ ଲାଗିଥିବା ଦେଖାଯାଇଛି ।

ପୂର୍ବରୁ କେବେ ଏଭଳି ବିଶାଳ ଭାସମାନ ଯନ୍ତ୍ର ଦେଖିନଥିବା ସ୍ଥାନୀୟ ଲୋକେ ଆଜି ସକାଳୁ ସମୁଦ୍ରକୂଳରେ ଏହି ବଏ ଦେଖି  ଭୟଭୀତ ହୋଇଯାଇଥିଲେ । ସ୍ଥାନୀୟ ଲୋକ ମାନଙ୍କ ମତରେ, ସେମାନେ ଆଜି ଏହି ବଏକୁ ଦେଖିଛନ୍ତି ଆଉ ଏହା ବାରମ୍ବାର ଆସି କୁଳରେ ଲାଗୁଛି । ଏହା ବୋଟ ଆଉ ଜାହାଜ ମାନଙ୍କ ଦିଗ ନିର୍ଣ୍ଣୟ କରେ । ଏହି ବଏକୁ ଦେଖି ସ୍ଥାନୀୟ ଲୋକମାନେ ସରପଞ୍ଚ ଓ ବନ ବିଭାଗକୁ ସୂଚନା ଦେଇଥିଲେ ।

ଏହାର ଉଚିତ ପଦକ୍ଷେପ ନେଲେ ଲୋକ ଖୁସି ହେବେ କାରଣ ଏହାକୁ ଦେଖି ଲୋକ ଭୟବିତ ହେଉଛନ୍ତି । ଦୁଇ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରେ ଏହି ବଏ ଦେଖା ଯାଉ ନଥିଲା ହେଲେ ରାତି 1.30ରେ ଏହା କୁଳରେ ଲାଗିଛି । ଏହା ପରେ ତେଲେଙ୍ଗା ଲୋକ ଭୟବିତ ହୋଇ ଦେଖିବାକୁ ଆସିଲେ ।

ଏହି ବଏ ଚୋରୀ ହେବନି ସ୍ଥାନୀୟ ଲୋକେ ଏହାକୁ ସୁରକ୍ଷିତ ଭାବେ ରଖିଛନ୍ତି ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବଏଟିକୁ ଦେଖି ସ୍ଥାନୀୟ ଲୋକ ମାନେ ଭୟବିତ ହୋଇଯାଇଛନ୍ତି । ଆଉ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *