‘ତୁମକୁ ଛାଡିକି ମୁଁ ଭୁଲ କରିଛି ହେଲେ ମତେ ଏତେ ବଡ ଦଣ୍ଡ ଦିଅନି, ମୋ ଉପରେ ରାଗି ମତେ ଛାଡି ଚାଲି ଯାଅନି…’: Pintu ଙ୍କ ପତ୍ନୀ

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ପିଣ୍ଟୁ ନନ୍ଦଙ୍କ ଠାରୁ ଡିଭୋସ ନେଇ ଅଲଗା ଜାଗାରେ ରହୁଥିବା ବେଳେ ପିଣ୍ଟୁ ନନ୍ଦଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ବେଳେ ସେ କିନ୍ତୁ ତାଙ୍କ ଶେଷ ଯାତ୍ରାରେ ସାମିଲ ହେବା ପାଇଁ ନିଜର ଦୁଇ ପୁଅଙ୍କୁ ଧରି ଆସିଥିଲେ । ବାପାଙ୍କୁ ମୁଖାଗ୍ନି ପୁଅ ଦେବାର ନିୟମକୁ ସେ ଭାଙ୍ଗି ନଥିଲେ । ହୋଇପାରେ ସ୍ଵାମୀ ସ୍ତ୍ରୀର ସମ୍ପର୍କ କାଗଜ ପତ୍ରରେ ଏବଂ ଆଇନରେ ଛିନ୍ନ ହୋଇଯାଇଛି କିନ୍ତୁ ମନରେ ସ୍ଵାମୀଙ୍କ ପ୍ରତି ଥିବା କର୍ତ୍ତବ୍ୟ ଏବଂ ଭଲ ପାଇବା ତାଙ୍କୁ ପିଣ୍ଟୁଙ୍କ ପାଖକୁ ଟାଣି ଆଣିଥିଲା ।

ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଖବର । ପିଣ୍ଟୁ ନନ୍ଦ ସବୁବେଳେ ମ-ଅଦ ପିଉଥିଲେ ବୋଲି ତାଙ୍କ ସ୍ତ୍ରୀ ତାଙ୍କୁ ବାରଣ କରୁଥିଲେ । ସ୍ଵାମୀକୁ ବାଟକୁ ଆଣିବା ପାଇଁ ଛୋଟ ମୋଟ କଳହ ମଧ୍ୟ ହେଉଥିଲା । କିନ୍ତୁ ଏହି କଳହ ଶେଷରେ ଡିଭୋସର ରୂପ ନେଲା । ଆଉ ପିଣ୍ଟୁ ନନ୍ଦଙ୍କ ଠାରୁ ଅଲଗା ରହିଲେ ତାଙ୍କ ସ୍ତ୍ରୀ । ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀଙ୍କ ପାଖରେ ତାଙ୍କର ଦୁଇ ପୁଅ ରହୁଥିଲେ । ପିଣ୍ଟୁ ନନ୍ଦଙ୍କ ସହ ସମ୍ପୂର୍ଣ ଛିନ୍ନ ଥିଲା ତାଙ୍କର ।

ତଥାପି ସେ ପିଣ୍ଟୁ ଶେଷ ଯାତ୍ରାରେ ସାମିଲ ହେଲେ ଆସି । ପୁଅକୁ ମଧ୍ୟ ନିଜ ସହ ଆଣିଥିଲେ ବାପାଙ୍କୁ ମୁଖାଗ୍ନି ଦେବାର କର୍ତ୍ତବ୍ୟ ପାଳନ କରିବା ପାଇଁ । ପିଣ୍ଟୁଙ୍କ ସ୍ତ୍ରୀ ସବୁ ରାଗ ରୁଷା ସବୁକିଛି ଭୁଲି ଦୁନିୟାକୁ ସବୁଦିନ ପାଇଁ ଛାଡି ଚାଲିଯାଇଥିବା ତାଙ୍କ ସ୍ଵାମୀଙ୍କ ଦର୍ଶନ କରିବା ପାଇଁ ଚାଲି ଆସିଥିଲେ । ଏହା ହିଁ ଆମ ହିନ୍ଦୁଧର୍ମର ନିୟମ ଅଟେ ସାମାନ୍ଯ କାଗଜରେ କେବେ ମଧ୍ୟ ସମ୍ପର୍କ ଭାଙ୍ଗି ନଥାଏ ।

ଏହି କଥାର ପ୍ରମାଣ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଦେଇଛନ୍ତି ଦୁନିଆକୁ । ନହେଲେ ଭାବନ୍ତୁ ଆପଣ ମାନେ ଡିଭୋସ ପରେ ଜଣେ କାହିଁକି ଆସିଥାନ୍ତା କାହିଁକି ମନ ଖରାପ କରିଥାନ୍ତା ଏବଂ ଅଧର୍ଜ୍ୟ ହୋଇ କାନ୍ଦିଥାନ୍ତା । ସ୍ଵାମୀକୁ ଭଲ ବାଟକୁ ଆଣିବାକୁ ଯାଇ ଦୂରେଇ ଯାଇଥିଲେ ସିନା ହେଲେ ତାଙ୍କ ହୃଦୟରୁ ସ୍ଵାମୀଙ୍କୁ କେବେ ମଧ୍ୟ ବାହାର କରିନଥିଲେ ।

ତେଣୁ ଏହା ସମାଜ ପାଇଁ ଏକ ବାର୍ତ୍ତା ଅଟେ ମରିଯାଇଥିବା ଲୋକ ସାମ୍ନାରେ କେବେ ମଧ୍ୟ ବାଦ ବିବାଦ ରାଗ ହିଂସା କଥା ମନକୁ ଆଣିବା ଉଚିତ ହୋଇନଥାଏ । ଯାହାର ଏକ ସ୍ଵତନ୍ତ୍ର ଉଦାହରଣ ହେଉଛନ୍ତି ପିଣ୍ଟୁଙ୍କ ସ୍ତ୍ରୀ । ଆଶା କରୁଛୁ ସମାଜକୁ ଏହା ଏକ ଭଲ ବାର୍ତ୍ତା ଦେବ ।

Leave a Reply

Your email address will not be published. Required fields are marked *