‘ବହୁତ ଥର ପିଣ୍ଟୁ ଭାଇକୁ ବୁଝେଇଛି ଏଗୁଡାକ କରନି, କିନ୍ତୁ ସେ ମତେ ନାଲି ଆଖି ଦେଖେଇ ଦିଅନ୍ତି, କୁହନ୍ତି ଯେତେବେଳେ ତୁ କରୁଛୁ…’ ସୋମା ଭୌମିକ

ନମସ୍କାର ବନ୍ଧୁଗଣ, ପିଣ୍ଟୁଙ୍କ ସହ କାମ କରୁଥିବା ସବୁ ଅଭିନେତ୍ରୀ ଏବଂ ଅଭିନେତା ତାଙ୍କୁ ବର୍ତ୍ତମାନ ଝୁରୁଛନ୍ତି । ସେହିଭଳି ସୋମା ଭୌମିକ ମଧ୍ୟ  ତାଙ୍କ ସହ ବହୁତ କାମ କରିଛନ୍ତି ଆଉ ତାଙ୍କ ସହ ବିତାଇଥିବା କିଛି ମୂହୁର୍ତ୍ତ ମଧ୍ୟ ସମସ୍ତଙ୍କ ସହ ବାଣ୍ଟିଛନ୍ତି । ଆଉ ବହୁତ ଦୁଃଖ ପ୍ରକାଶ କରିଛନ୍ତି ପିଣ୍ଟୁ ନନ୍ଦଙ୍କ ପରଲୋକକୁ ନେଇ । ସୋମା ବହୁତ ବୁଝାଇଥିଲେ ହେଲେ ଶୁଣି ନଥିଲେ ପିଣ୍ଟୁ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ସୋମା କହିଥିବା ପିଣ୍ଟୁଙ୍କ ସହ ଜଡିତ ଥିବା କଥା ସବୁକୁ ।

ପିଣ୍ଟୁ ନନ୍ଦ ଯେତେବେଳେ ଶୁଟିଙ୍ଗ ସେଟରେ ବସି ମ-ଅଦ ପିଅନ୍ତି ସେତେବେଳେ ସୋମା ତାଙ୍କୁ କୁହନ୍ତି ପିଣ୍ଟୁ ଭାଇ କାହିଁକି ଏତେ ମ-ଅଦ ପିଉଛ । ଏହାର ଉତ୍ତରରେ ସେ ସୋମାଙ୍କୁ ଚିଡାଇବାକୁ ଯାଇ କୁହନ୍ତି ହେ ତୋର ପିଲା ଛୁଆ ଘର ସଂସାର ଅଛି କଣ ପାଇଁ ଏତେ ମ-ଅଦ ପିଉଛୁ ଜୀବନ ନଷ୍ଟ କରୁଛୁ ବୋଲି ଓଲଟା ସୋମାଙ୍କୁ କୁହନ୍ତି ।

ଆଉ ଯଦି ସିଗାରେଟ ପିଉଥିବେ ତେବେ ମଧ୍ୟ ତାଙ୍କୁ କହିଲେ ସେ କୁହନ୍ତି ଏହେ ସୋମା କାହିଁକି ଏତେ ସିଗାରେଟ ଟାଣୁଛୁ ଛୁଆ ପିଲାଙ୍କ କଥା ଟିକେ ଭାବୁନୁ । ଏମିତି କଥା କହି ହସ ମଜାକରେ ଉଡାଇ ଦେଉଥିଲେ କଥାକୁ । ଆଉ କାହା କଥା ମଧ୍ୟ ଶୁଣିଲେନି । ସୋମା ପିଣ୍ଟୁଙ୍କ ପରଲୋକ ଖବର ରାତି 11 ଟା ପରେ ପାଇଥିଲେ କିନ୍ତୁ ତାହାକୁ ମିଛ ପ୍ରଚାର ଭାବି ଏଡାଇ ଦେଇଥିଲେ ।

କାରଣ ସେ ବହୁତ ଅଧିକ ଆଶାବାଦୀ ଥିଲେ କି ସେ ତ ଚିକତ୍ସା ହେଉଛନ୍ତି ଭଲ ହୋଇ ଫେରିବେ ତାଙ୍କର କଣ ପାଇଁ କଣ ହେବ । ହେଲେ କିଏ ଜାଣିଥିଲା ଏଭଳି ଚିକିତ୍ସିଧୀନ ଅବସ୍ତାରେ ତାଙ୍କର ବୋୟୋଗ ଘଟିବ ବୋଲି । ସୋମା ବହୁତ ମର୍ମାହତ ଥିଲେ ତାଙ୍କୁ ଲାଗିଲା ଆଜି ତାଙ୍କର ଶୁଟିଙ୍ଗ ବୋଧେ ବନ୍ଦ ରହିବ କିନ୍ତୁ ବନ୍ଦ ହେଲା ନାହିଁ ।

ଏତେବେଡ ଘଟଣା ପରେ ମଧ୍ୟ ସେମାନେ ମେକପ ନେଇ ଶୁ-ଟି-ଙ୍ଗ କରିବା ପାଇଁ ଆସିଛନ୍ତି । ତେଣୁ ସୋମା କହିଛନ୍ତି ଦୁନିଆରେ କାହା ପାଇଁ କୌଣସି କାର୍ଯ୍ୟ ଅଟକି ନଥାଏ । ସବୁବେଳେ ନିଜର ଧ୍ୟାନ ନିଜକୁ ନେବାକୁ ପଡିଥାଏ । ଆଉ କହିଛନ୍ତି ଶୁଟିଙ୍ଗ ସେଟରେ ସେ ସବୁବେଳେ ଯେଉଁ ମଜା କରନ୍ତି ସେ ସବୁକୁ ସବୁବେଳେ ସୋମା ମିସ କରିବେ । ଶେଷରେ କହିଲେ ଆଉ କାହାକୁ ମୁଁ  ବାରଣ କରିବି କହି ଆଖି ଛଳ ଛଳ କରିଦେଲେ ସୋମା ।

Leave a Reply

Your email address will not be published. Required fields are marked *