ଶେଷରେ ଭାଙ୍ଗିଲା ଶ୍ଵଶୁର ପ୍ରମୋଦ ସାହୁଙ୍କ ଗର୍ବ, ବୋହୁ Tapaswini ଙ୍କ ପାଇଁ ଖୋଲିଲେ ଘର ଗେଟ, ଦେଖନ୍ତୁ Live ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ତପସ୍ୱିନୀ ଶେଷରେ ଜିତିଲେ । ଏଣିକି ସୁମିତଙ୍କ ଘରେ ରହିବେ ତପସ୍ୱନୀ । କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଶୁଣାଇଲେ ରାୟ । ଦୀର୍ଘଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ ବୋହୂ ତପସ୍ୱନୀ । ତେବେ ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲାରେ ତପସ୍ୱିନୀଙ୍କ ବଡ଼ ବିଜୟ ହୋଇଛି । ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ରହିବେ ତପସ୍ୱିନୀ ।

ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ବଡ଼ ରାୟ ପ୍ରକାଶ କରିବା ପରେ  ଏବେ ସାରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ଚାଲିଛି । କେବଳ ଏତିକି ନୁହେଁ ବରଂ ଏହାସହ ଖର୍ଚ୍ଚ ପାଇଁ ପ୍ରତିମାସରେ ତପସ୍ୱନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ନେଇ ତପସ୍ୱନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ତେବେ ସୁମିତଙ୍କ ଆବେଦନ କୋର୍ଟ ଖାରଜ କରିଥିବା କହିଲେ ତପସ୍ୱିନୀଙ୍କ ଓକିଲ । ଏହାସହ ସ୍ୱାମୀଙ୍କ ସହ ରହିବାକୁ ୪୪ ଦିନ ଧରି ଧାରଣାରେ ବସିଥିଲେ ତପସ୍ୱିନୀ । ମଝିରେ କେବଳ ୭ ଦିନ କୋର୍ଟ ନିର୍ଦ୍ଦେଶରେ ସ୍ୱାମୀଙ୍କ ସହ ଥିଲେ । ତେବେ ସୂଚନା ଅନୁସାରେ, ସୁମିତଙ୍କ ପରିବାର ପକ୍ଷରୁ ଦାଏର ହୋଇଥିଲା ଛାଡ଼ପତ୍ର ମାମଲା । ଉଭୟଙ୍କ ଏହି ଟଣାଓଟରା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ମାମଲା ଦାୟର ହୋଇଛି ।

ନିମ୍ନ କୋର୍ଟରେ ମାମଲା ଅଗ୍ରାହ୍ୟ ହେବା ପରେ ତପସ୍ୱିନୀ ଜିଲ୍ଲା କୋର୍ଟକୁ ଯାଇଥିଲେ । ତେଣୁ ଆଜି କୋର୍ଟ କଣ ରାୟ ଦେଉଛନ୍ତି ତା ଉପରେ ନଜର ରହିଥିଲା । ତେବେ  ତପସ୍ୱିନୀ ନ୍ୟାୟ ଦାବିରେ ଆଜକୁ ମାସେ ୧୧ ଦିନ ହେବ ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଗଲି ସ୍ଥିତ ନିଜ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ୧୫ ଦିନ ହେବ ବ୍ରହ୍ମାନଗରରେ ୧୪୪ ଧାରା ଜାରି ରହିଛି ।

ତେବେ ଏହାର ବୋଧ ହୁଏ ଆଜି ଅନ୍ତ ନିଶ୍ଚିତ । ତେବେ ସେପଟେ ସୁମିତ ଙ୍କ ବାପା ଏବଂ ତପସ୍ୱିନୀ ଙ୍କ ଶଶୁର ବନ୍ଦ କରି ରଖିଥିବା ଗେଟ ଖୋଲିଲେ ଏବଂ ଆଇସିଆଇ ଏବଂ ଅନ୍ୟ ଅଫିସର ମାନଙ୍କ ସହ ଏହି ସମ୍ପର୍କରେ ଆଲୋଚନା ମଧ୍ୟ କରୁଥିଲେ । ତେବେ ସେପଟେ ତପସ୍ୱିନୀ ସଜ ହୋଇ ଗଲେଣି ନିଜ ଶାଶୂ ଘରକୁ ଯିବା ପାଇଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *