ଶାଶୁଘରେ ରହିବେ ନାହିଁ Tapaswini, ତେବେ ସେ କେଉଁଠି ରହିବେ, ଦେଖନ୍ତୁ ଏ ନେଇ ମିଡିଆ ଆଗରେ କଣ କହିଲେ Tapaswini, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁର ଡାକ୍ଟର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ବିବାହ ମାମଲାରେ ହାଇକୋର୍ଟଙ୍କ ବଡ଼ ଶୁଣାଣି । ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ ସୁମିତ ନେଇଥିବା ଭଡ଼ାଘରର ଏକ ଭିଡିଓ ପ୍ରସ୍ତୁତ କରିବାକୁ ମଧ୍ୟ ଉଭୟଙ୍କୁ କୁହା ଯାଇଛି ।


ସେହି ଘରଟି ରହିବା ଯୋଗ୍ୟ କି ନୁହେଁ । ତାହା କୋର୍ଟକୁ ଜଣାଇବେ ଉଭୟ ପତିପତ୍ନୀ । ସେହପରି ସୁମିତ ସରକାରୀ କ୍ୱାଟର ପାଇଛନ୍ତି କି ନାହିଁ । ତାହା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ ନେଇ ପୂର୍ବରୁ ତଳ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ ।

ହେଲେ ସେତେବେଳେ ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ଏହାକୁ ନେଇ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତ୍ । ଆଉ ଶେଷରେ ହାଇକୋର୍ଟ ସୁମିତଙ୍କ ପକ୍ଷରୁ ଦିଆ ଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଥିଲେ । ତପସ୍ୱିନୀଙ୍କୁ ମାସିକ ୧୭ ହଜାର ନୁହେଁ ୧୦ ହଜାର ଟଙ୍କା ଦେବେ ସୁମିତ୍ ବୋଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା ।

ତେବେ ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ । ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ,ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ । ତେବେ ଶେଷରେ ସ୍ୱାମୀ ଓ ସ୍ତ୍ରୀଙ୍କ କଳି କୋର୍ଟରେ ପହଞ୍ଚିଥିଲା । ଏସଡ଼ିଜେଏମ ମାମଲାକୁ ବିଚାର କରି ଡାକ୍ତର ସୁମିତ ଓ ତପସ୍ୱିନୀ ୭ ଦିନ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।


ଘରଠାରୁ ବାହାରେ ରହିବା ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଉଭୟ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ୭ ଦିନ ଧରି ରହିଥିଲେ । ହେଲେ କଳି ସମାଧାନ ହୋଇନଥିଲା । ୭ ଦିନ ପରେ ହଠାତ୍‌ ସୁମିତ କେଉଁ ଆଡ଼େ ଚାଲି ଯାଇଥିଲେ । ଯାହାକୁ ନେଇ ତପସ୍ୱିନୀ ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜା ଖୋଜି ପରେ ସୁମିତଙ୍କ ପତ୍ତା ମିଳିଥିଲା । ଏହା ପରେ ମାମଲା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟକୁ ଯାଇଥିଲା ।

କୋର୍ଟ ମାମଲାକୁ ବିଚାର କରି ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦକୁ ୧୭୦୦୦ ଟଙ୍କା ଓ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ ଡାକ୍ତର ସୁମିତ ସାହୁ । ତେବେ ଏହା ପରେ ମଧ୍ୟ ତପସ୍ୱିନୀ ଙ୍କ ତରଫରୁ ଏହା ଅଭିଯୋଗ ଆସୁଥିଲା କି ତପସ୍ୱିନୀ ଙ୍କୁ ମାସକୁ ୧୭ ହଜାର ଟଙ୍କା ଅଣ୍ଟିବନି ଏବଂ ସୁମିତ ଙ୍କ ଷ୍ଟାଟସ ଅନୁସାରେ ତପସ୍ୱିନୀ ଙ୍କୁ ଆହୁରି ଅଧିକ ଟଙ୍କା ଦିଆ ଯାଉ ବୋଲି ଦାବି କରାଯାଉ ଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *