କ୍ୟାମେରାମ୍ୟାନ Manas Swain ଙ୍କ ମାମଲାରେ ନୂଆ ମୋଡ, S କମ୍ପାନୀର ଭୟଙ୍କର ପ୍ଲାନ, 4 ଟି ଜିଲ୍ଲାରୁ ମିଳୁଛି ଭୟଙ୍କର ପ୍ରମାଣ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ବହୁ ଚର୍ଚ୍ଚିତ ଖବର ହେଉଛି କ୍ୟାମେରା ମ୍ୟାନ ମାନସ ସ୍ବାଇଁ ଙ୍କ ମୃତ୍ୟୁ ର ଘଟଣା । ତେବେ ଆପଣ ମାନେ ଜାଣିଥିବେ କି କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ହତୟଆ କରିବାର ମାସେ ଯାଏ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ଭୁବନେଶ୍ବରରେ ଥିଲେ । ଫେବ୍ରୁଆରି ୭ ତାରିଖରେ ମାନସଙ୍କୁ ହତୟଆ କରା ଯାଇଥିବା ବେଳେ ମାର୍ଚ୍ଚ ୭ ତାରିଖରେ ଶର୍ମିଷ୍ଠା ଓ ଝୁନା ଭୁବନେଶ୍ବରରୁ ଯାଜପୁର ପଳାଇ ଯାଇଥିଲେ ।

କିନ୍ତୁ ପୁଲିସକୁ ଭୁଆଁ ବୁଲାଇବାକୁ ନିଜ ମୋବାଇଲ୍ ଫୋନ୍‌କୁ ସୁନ୍ଦରପଦା ଜଟଣୀ ରାସ୍ତାରେ ଥିବା ଆପାର୍ଟମେଣ୍ଟରେ ଛାଡ଼ି ଦେଇଯାଇଥିଲେ ଶର୍ମିଷ୍ଠା । ସେଠୁ ଭଦ୍ରକ ଓ ପରେ ପଶ୍ଚିମବଙ୍ଗକୁ ଯାଇ ଲୁଚିଥିଲେ । ଆଜି ଦ୍ବିତୀୟ ଦିନର ଜେରାରୁ କ୍ରାଇମବ୍ରାଞ୍ଚ ଆଜି ଏଭଳି ସ୍ପଷ୍ଟ ସୂଚନା ହାସଲ କରିଛି । ଅନ୍ୟପଟେ ମାନସ ନାଁରେ ଝୁନା ବେହେରା ଲେଖିଥିବା ଏକ ଜାଲ୍‌ ଅଣ୍ଡର୍‌ଟେକିଂ କ୍ରାଇମବ୍ରାଞ୍ଚ ଜବତ କରି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଥିବା ସୂଚନା ମିଳିଛି ।

ତେବେ ବର୍ତ୍ତମାନ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତୟଆ ମାମଲାକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ସବୁ ସତ ଓଗାଳିଥିବା ସୂଚନା ଦେଲା କ୍ରାଇମବ୍ରାଞ୍ଚ । ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପ୍ରଥମେ ମାନସଙ୍କୁ ପଳାସପୁରରୁ ଅପହରଣ କରିଥିଲେ । ପରେ ତାଙ୍କୁ ଦୟାଲ ଆଶ୍ରମକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ନିରଞ୍ଜନ ଓ ଅନ୍ୟମାନେ ମାନସଙ୍କୁ ନିସ୍ତୁକ ପିଇଟିଇଥିଲେ ।

ପିଟିବା ପରେ ମାନସଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ହେବାପରେ ମୃତଦେହକୁ ଲୁଚାଇବା ପାଇଁ ପୁଣି ଚାଲିଥିଲା ଅଭିଯୁକ୍ତଙ୍କ ଷଡ଼ଯନ୍ତ୍ର । ତେବେ ପରେ ମୃତଦେହକୁ ଏକ ଅଖାରେ ଲୁଚାଇ ଶର୍ମିଷ୍ଠାଙ୍କ କାର୍‌ରେ ନୟାଗଡ଼ର ରଣପୁରକୁ ନିଆଯାଇଥିଲା । ରଣପୁର ଅଞ୍ଚଳରେ ମାନସଙ୍କ ମୃତଦେହ ପୋତିବା ପରେ ସେଠାରୁ ଫେରିଥିଲେ ଅଭିଯୁକ୍ତ ମାନେ । ଫେରିବା ପରେ ଚଣ୍ଡିଖୋଲ ନିକଟରେ ମାନସଙ୍କ ରହିଥିବା କିଛି ଜିନିଷପତ୍ର ପୋଡ଼ିଥିଲେ ।

ଏନେଇ ସମସ୍ତ କଥା ଟିକନିଖ୍‌ ଭାବେ କ୍ରାଇମବ୍ରାଞ୍ଚକୁ ରଞ୍ଜନ କହିବା ପରେ ଘଟଣାସ୍ଥଳକୁ ରଞ୍ଜନକୁ ନେଇ କ୍ରାଇମବ୍ରାଞ୍ଚ ପ୍ରମାଣ ସଂଗ୍ରହ କରିଥିଲା । ଚଣ୍ଡିଖୋଲରୁ ମାନସଙ୍କ ଦରପୋଡ଼ା ଇୟର ଫୋନ୍‌, ଚପଲ, କୋଦାଳ, କଇଁଚି ଏବଂ ଶବ ନେଇଥିବା ଅଖା ଜବତ କରିଛି । ତେବେ ଗତ ଦୁଇଦିନ ହେଲା ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ  କ୍ରାଇମବ୍ରାଞ୍ଚ ଜେରା କରିବା ସହ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରୁଛି । ଆଜି ଏହି ଘଟଣା ସମ୍ପର୍କରେ ମଧ୍ୟ ୨ଟି ଗାଡ଼ିରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଚଣ୍ଡିଖୋଲ ନେଇଥିଲା ।

ସେଠାରେ ଏସବୁ ସତ ରଞ୍ଜନ ଓଗାଳିଥିବା କ୍ରାଇମବ୍ରାଞ୍ଚ କହିଛି । ଆସନ୍ତାକାଲି ଅଭିଯୁକ୍ତ ମାନଙ୍କ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ହେବ ବୋଲି ସୂଚନା ଦିଆଯାଇଛି । ଗତକାଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅଭିଯୁକ୍ତଙ୍କୁ କ୍ରଇମବ୍ରାଞ୍ଚ ଘନଘନ ଜେରା କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତା ଶାର୍ମିଷ୍ଠା କ୍ରାଇମବ୍ରାଞ୍ଚର ପ୍ରଶ୍ନରେ ଘଇଲା ହୋଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *