ଆରମ୍ଭ ହେବାକୁ ଯାଉଛି ନୂତନ ଶିକ୍ଷାବର୍ଷ, ଦ୍ଵନ୍ଦରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ Students, କିନ୍ତୁ କଣ ପାଇଁ ? ଦେଖନ୍ତୁ ଏହି Special Report

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆସନ୍ତା କାଲି ଠାରୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ । ହେଲେ ସରକାରୀ ସ୍କୁଲ ରେ ପିଲା ପଢ଼ିବେ ପୁରୁଣା ପାଠ । ହୋଇ ନାହିଁ ପରୀକ୍ଷା ମିଳିନି କ୍ଳାସ ପ୍ରମୋସନ । ନବମ ଓ ଦଶମ ଶ୍ରେଣୀ କୁ ଛାଡ଼ି ଦେଲେ ପ୍ରଥମ ରୁ ଅଷ୍ଟମ ଛାତ୍ରଛାତ୍ରୀ ଙ୍କ କୌଣସି ପରୀକ୍ଷା ହୋଇ ନାହିଁ । ସରକାର ମଧ୍ୟ ସ୍ପଷ୍ଟ କରି ନାହାନ୍ତି ଯେ, ପରୀକ୍ଷା ହେବ ଅଥବା ନୁହେଁ । ବିନା ପରୀକ୍ଷା ରେ କ୍ଳାସ ପ୍ରମୋସନ ମିଳିବ କି ପିଲା ଙ୍କୁ ?

ଏଭଳି ଅନେକ ପ୍ରଶ୍ନ ଏବଂ ଦ୍ଵନ୍ଦ ଭିତରେ ଅଭିଭାବକ ଓ ଛାତ୍ରଛାତ୍ରୀ । ବିଭାଗ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ କେବଳ ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ ଖୋଲିବାକୁ ନିର୍ଦେଶ ଦିଆଯାଇଛି । ପିଲାଙ୍କ କ୍ଳାସ ପ୍ରମୋସନ କିପରି ହେବ ସେ ନେଇ କିନ୍ତୁ କୌଣସି ସୂଚନା ନାହିଁ । ଅନ୍ୟ ପକ୍ଷରେ ଘରୋଇ ସ୍କୁଲ ଗୁଡ଼ିକରେ ନୂଆ କ୍ଲାସ ରୁମ ଏବଂ ନୂଆ ପାଠପଢ଼ା ଆରମ୍ଭ କରିବେ ଛାତ୍ରଛାତ୍ରୀ ।

ଯେଉଁ କାରଣରୁ ସରକାରୀ ସ୍କୁଲ ରେ ପଢ଼ୁଥିବା ପିଲା ପଛରେ ପଡ଼ି ଯିବାର ଆଶଙ୍କା ଦେଖା ଦେଲାଣି । ସେପଟେ ନୂତନ ଶିକ୍ଷା ନୀତି ଅନୁଯାୟୀ ପ୍ରଥମ ଶ୍ରେଣୀ ରେ ନାମ ଲେଖା ବୟସ ସୀମା ଛଅ ବର୍ଷ ହୋଇଛି । ଏହି ବର୍ଷ ଏହି ବୟସ ସୀମା ଲାଗୁ ହେବ ନା ନାହିଁ ତାକୁ ମଧ୍ୟ ଉଲ୍ଲେଖ କରି ନାହାନ୍ତି ସରକାର । କୋରନା ପ୍ରଭାବିତ ଶିକ୍ଷା ବର୍ଷ କୁ ସଠିକ ଟ୍ରାକ କୁ ଆଣିବା ଲାଗି ଗଣ ଶିକ୍ଷା ବିଭାଗ ପ୍ରୟାସ କରୁଥିବା କହିଛି ।

କିନ୍ତୁ ବିଳମ୍ବିତ ନିଷ୍ପତ୍ତି ଲାଗି ପିଲାମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଶିକ୍ଷା ବର୍ଷ ସହିତ ତାଳ ଦେଇପାରୁ ନାହାନ୍ତି । ଏପଟେ ବିଭାଗ ର ଯୁକ୍ତି ହେଲା କୋରନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ଥିଲା । ପ୍ରାଥମିକ ଶ୍ରେଣୀ ର ପିଲା ପାଠ ନପଢ଼ି ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପିଲା ମାନଙ୍କ ବୌଦ୍ଧିକ ବିକାଶ ମଧ୍ୟ ହୋଇନାହିଁ । ଏହି କାରଣରୁ ସରକାର ପୁରୁଣା ପାଠକୁ ନେଇ ସ୍ୱତନ୍ତ୍ର ପୁସ୍ତିକା ପ୍ରଚଳନ କରି ପିଲା ମାନଙ୍କୁ ପଢ଼ାଇବେ ।

ଏହି ସମ୍ବନ୍ଧରେ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ତେବେ ଠିକ ସମୟରେ ଶିକ୍ଷା ବର୍ଷ ଆରମ୍ଭ କରି ପୁରୁଣା ପାଠ ଲାଗି ସ୍ୱତନ୍ତ୍ର ପୁସ୍ତକ ପ୍ରଚଳନ କରିଥିଲେ ହୁଏତ ପିଲା ଙ୍କ କ୍ୟାରିୟର ପ୍ରଭାବିତ ହୋଇ ନଥାନ୍ତା ବୋଲି ବିଭିନ୍ନ ମହଲ ରେ ମତ ପ୍ରକାଶ ପାଇଛି । ତେବେ କେତେ ଶୀଘ୍ର ସରକାର ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *