‘ମତେ ମୋ ସ୍ତ୍ରୀ ପୁରା Freedom ଦେଇଛି କହିଛି ଗେଟ ବାହାରେ ମୋର ଆଉ ଗେଟ ଭିତରେ ତା’ର, ମୁଁ କେବେ ବି ଘରେ…’: Sura Routray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମତେ ମୋ ସ୍ତ୍ରୀ ପୁରା ଫ୍ରୀଡମ ଦେଇଛି । କହିଛି ଗେଟ୍ ବାହରେ ମୋର ଆଉ ଗେଟ୍ ବାହାରେ ତାର । ତେବେ ହଁ ବନ୍ଧୁଗଣ ଏପରି କିଛି ରୋଚକପୂର୍ଣ୍ଣ କଥା ବିରୋଧୀ ଦଳ ବିଧାୟକ ସୁର ରାଉତଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ସୁର ରାଉତଙ୍କ କହିବା ଆଧାରରେ ମୋର ମୋ ବାପାଙ୍କ ଅମଳରେ ଘର ପ୍ରସ୍ତାବରେ ବାହାଘର ହୋଇଥିଲା । ସେତେବେଳେ ଆମେ ୫ ଭାଇ ଯାକ ସମସ୍ତେ ବାପାଙ୍କର ପ୍ରସ୍ତାବରେ ରାଜି ହୋଇ ବିବାହ ହୋଇଥିଲୁ ।

ଜଣେ ବି କିଛି ଯୌତୁକ ନେଇନଥିଲୁ । ତାପରେ ମୋର ଆଉ ମୋ ଧର୍ମପତ୍ନୀଙ୍କ ବୈବାହିକ ଜୀବନ ଆଜି ପର୍ଯ୍ୟନ୍ତ ସୁଖ ଓ ଦୁଃଖରେ ଭଲ ଭଲରେ ଚାଲିଛି । ଯାହା ହେଉ ସେ ମତେ କିନ୍ତୁ ସବୁ ପ୍ରକାର ଫ୍ରୀଡମ ଦେଇଛନ୍ତି । ମୋ ଧର୍ମପତ୍ନୀ ମୋତେ ସବୁ କାମ ପାଇଁ ମନବଳ ଦୃଢ କରାଇ ସାହସ ଦିଏ । ଆମ ଘର ପରିବାରର ଯେତେ ସବୁ ଘରୋଇ କଥା ସେ ସବୁ ବୁଝିସୁଝି ଦାୟିତ୍ଵ ତୁଲାଇ ଦିଏ ।

ଆମ ଦାମ୍ପତ୍ୟ ଜୀବନରେ ଯେତେ ଛୋଟ ବଡ ସମସ୍ଯା ଆସିଥାଏ । ଆମେ ଉଭୟ ମିଶି ତାହାକୁ ଠିକ କରିଦେଉ । ସେଥିପାଇଁ ଆମ ସଂସାର ରଥ ଆଜି ପର୍ଯ୍ୟନ୍ତ ମଧ୍ୟ ଭଲରେ ଭଲରେ ଚାଲିଛି । ତେବେ ବିଧାୟକ ସୁର ରାଉତ ନିଜର ବ୍ୟକ୍ତିଗତ ପସନ୍ଦ ନାପସନ୍ଦ ବିଷୟରେ ମଧ୍ୟ କିଛି ପ୍ରତିକ୍ରିୟା ରଖିଥିଲେ । ତେବେ ତାଙ୍କ କହିବା ଅନୁଯାଇ ଖାଇବା ଉପରେ ମୋତେ ଆମ ଓଡିଆ ଘରର ପଖାଳ, ଶାଗ ତ ବହୁତ ପସନ୍ଦ ଲାଗିଥାଏ ।

ନିରାମିଷ ଅପେକ୍ଷା ଆମିଷ ଖାଇବାକୁ ମୁଁ ଟିକେ ଅଧିକ ପସନ୍ଦ କରିଥାଏ । ତେଣୁ ଆମ ଘରେ ପ୍ରାୟ ସମୟରେ ଆମିଷ ରୋଷେଇ ହୋଇଥାଏ । ତେବେ ବିଧାୟକ ସୁର ରାଉତ ଗଣ ମାଧ୍ୟମ ଦ୍ଵାରା ଯୁବ ସମାଜ ପ୍ରତି ମଧ୍ୟ କିଛି ମେସେଜ ଦେଇଛନ୍ତି । ତେବେ ସୁର ରାଉତଙ୍କ କହିବା ଆଧାରରେ ଆଜି କାଲିର ଯୁବପିଢୀ ନିଶାଗ୍ରସ୍ତ ହୋଇ କ୍ଯାରିଅରକୁ ନଷ୍ଟ କରିଦେଉଛନ୍ତିନ୍ତି ।

ତେଣୁ ପିଲାମାନେ ପାଠ ପ୍ରତି ଧ୍ୟାନ ଦିଅନ୍ତୁ । ନିଜର ଶାରୀରିକ ବିକାଶ ଓ ଉତ୍ତମ ସ୍ଵାସ୍ଥ ପାଇଁ ଖେଳ କସରତ ମଧ୍ୟ କରନ୍ତୁ । କୌଣସି ପ୍ରକାର ନିଶା ପ୍ରତି ଯୁବସମାଜ ଜମାରୁ ମଧ୍ୟ ଆଶକ୍ତ ହୁଅନ୍ତୁ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *