ମୋ “ପୁଅକୁ ବିରଳ ରୋଗ ଟିଏ ହେଇଛି ଅତି ବେଶୀ ବର୍ଷେ ବଞ୍ଚିବ”, ତେଣୁ ଓଡିଶାବାସୀକୁ ଟିକେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ମାଆ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୋର ଗୋଟିଏ ବୋଲି ପୁଅ ଯାହାକୁ ବିରଳ ରୋଗ ହୋଇଛି , ଓଡିଶା ବାସୀ ଟିକେ ସାହାଯ୍ୟ କଲେ ମୋ ପୁଅ ବଞ୍ଚିଯିବ । ହଁ ଦର୍ଶକବନ୍ଧୁ ଏଭଳି ଦୁଃଖଦ କାହାଣୀ ଗୋଟିଏ ମା ‘ ର । ହଠାତ ଦିନେ ଡାକ୍ତର ମା ‘  ଙ୍କୁ କହିଲେ ଆପଣଙ୍କ ଛୁଆ କୁ ବିରଳ ରୋଗ ହୋଇଛି ଏବଂ ସେ ଆଉ ଅଳ୍ପ ଦିନ ବଞ୍ଚିବ ।

ଏହାକୁ ଶୁଣିଲା ପରେ ମା ‘ର ପାଦରୁ ଯେମିତି ଭୂମି ଟିଏ ଖସିଯାଇଥିଲା । ତାର ଗୋଟିଏ ବୋଲି ପୁଅ ଏବଂ ତା ଜୀବନରେ ଏତେ ବଡ କଷ୍ଟ ଦେଖୁପାରୁନି ମା ‘ କାନ୍ଦି କାନ୍ଦି  ଆଖିରି ଲୁହ ଶୁଖୁନି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵରରେ ମା ‘ ଙ୍କ ନାଁ ମୋସୁମୀ ଓ ପୁଅ ଦୀପାଙ୍ଗର । ତେବେ  ମୌସୁମୀଙ୍କ ପୁଅ ଯେବେ ଜନ୍ମ ହୋଇଥିଲା ସେ ନଅ ମାସ ଯାଏ ପାଟିରୁ ପଦେ କଥା ବାହାର କରିନଥିଲା ।

ଯାହାକୁ ନେଇ ମୌସୁମୀ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ଡାକ୍ତର କହିଲେ ପିଲାକୁ କଥାକହିବ ଶିଖାଇବା ସ୍କୁଲରେ ନାଁ ଲେଖନ୍ତୁ ଦେଖିବେ ପିଲା କଥା କହିବା ଆରମ୍ଭ କରିବ । ତେବେ ମୌସୁମୀ ପୁଅକୁ ସେହି ସ୍କୁଲରେ ଦାଖଲ କରାଇଥିଲେ କିନ୍ତୁ  ପୁଅକୁ ପାଞ୍ଚ ବର୍ଷ  ହେଲାଣି କିନ୍ତୁ କଥା କହିପାରିଲା ନାହିଁ । ପାଞ୍ଚ ବର୍ଷ ହେବା ପରେ ପୁଅଟି ଚାଲିପାରିଲା ନାହିଁ ଯାହା କହିଲେ ବି ବୁଝିବାଶକ୍ତିର ଅଭାବ ପରିଲକ୍ଷିତ ହେବାରୁ ପୁନର୍ବାର ଡାକ୍ତରଙ୍କୁ ଦେଖାଇଥିଲେ ।

ଡାକ୍ତର କହିଲେ ଆପଣଙ୍କ ପୁଅକୁ ବିରଳ ରୋଗ ହୋଇଛି ଯାହା ଏକ ଲକ୍ଷ ପିଲାମାନଙ୍କ ମଧ୍ୟରୁ ଜଣକୁ ହୋଇଥାଏ ଏବଂ ଆପଣଙ୍କ ଛୁଆ ଅତି ବେଶୀ ବର୍ଷେ ବଞ୍ଚିବ । ଏହା ଶୁଣି ମା ‘ ଦିନରାତି ଖାଲି କାନ୍ଦୁଛି ଭଗବାନ ଏକମାତ୍ର ସନ୍ତାନ ଦେଇ ତାଙ୍କୁ ଏଭଳି ରୋଗ ଦେବା ପିତାମାତା ସହିପାରୁନାହାଁନ୍ତି । ଡାକ୍ତର କହିଛନ୍ତି 33 କୋଟି ଦେଲେ ଛୁଆ ବଞ୍ଚିବାର ସମ୍ଭାବନା ରହିଛି ତେଣୁ ମୌସୁମୀ ସରକାର ଓ ଓଡିଶାବାସୀ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।

କାରଣ ଆପଣଙ୍କ ସାହାଯ୍ୟରେ ପିଲାଟିଏ ନୂତନ ଜୀବନ ଲାଭ କରିବ । ତେବେ ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *