‘ଓଡିଶାକୁ ପୁରା କଳଙ୍କିତ କରି ଦେଲେଣି, ମୋ ପୁଅ ଥିଲେ ବି ତାକୁ ବାନ୍ଧ…’ Archana ଙ୍କ ଗ୍ରାହକ ଲିଷ୍ଟକୁ ନେଇ କଣ କହିଲେ Sura Routray…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଅର୍ଚ୍ଚନା ନାଗ ଯେଉଁପରି ଜାଲ ବିଛାଇଛନ୍ତି ବହୁ ନେତା ତଥା ବହୁ ଅଫିସର ଙ୍କ ନାମ ଆସୁଛି । କଂଗ୍ରେସ ହେଉ କି ବିଜେଡି ର ହେଉ କି ତାଙ୍କ ପୁଅ ଙ୍କର ମଧ୍ୟ ନାମ ଆସୁ ତଥା କେଉଁ ମନ୍ତ୍ରୀ MLA ର ନାମ ଆସୁ, କେଉଁ ପଦାଧିକାରୀ ତଥା IAS, IPS ର ନାମ ଉଠୁଛି OAS ଙ୍କର ନାମ ଉଠୁଛି, ଇଞ୍ଜିନିୟର ଙ୍କର ନାମ ଉଠୁଛି, ତେବେ ଅଳ୍ପ ଦିନରେ ସେ ପ୍ରଚୁର ପଇସା ଉପାର୍ଜନ କରିଛନ୍ତି ତାହା ପୁଣି ଇଲିଗାଲ ୱେ ରେ ।

ଉଭୟଙ୍କ ବିରୁଦ୍ଧରେ ଏକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଉଭୟ ଙ୍କୁ ଆରେଷ୍ଟ କରାଯାଇଛି ତଥା କେସ କରାଯାଇଛି ସେଥି ନିମନ୍ତେ ସରକାରଙ୍କୁ ଧନ୍ୟବାଦ । ମାତ୍ର ଏଥିରେ ସନ୍ତୁଷ୍ଟି ଆଦୌ ନୁହେଁ । ଗୋଟିଏ କ୍ରାଇମ ଇଙ୍କ୍ୱାରୀ ନିଶ୍ଚିତ ଭାବରେ କରାଯାଉ, କିଏ ଏଥିରେ ଇନଭଲ୍ବ ତଥା କେଉଁ ଦଳ ଏଥିରେ ଇନଭଲ୍ବ ? କଂଗ୍ରେସ, ବିଜେଡି କି ବିଜେପି ତଥା କେଉଁ ଦଳ ଲୋକ ଅଛନ୍ତି ?

ସେ ଯେ ହେଇଥାଉ ମୁଁ ହେଇଥାଉ କି ମୋ ପୁଅ ହେଇଥାଉ ଯାହା ଇଙ୍କ୍ୱାରୀରେ ଆସିବ ପନିସମେଣ୍ଟ ହେବା ନିହାତି ଭାବରେ ଦରକାର । କଠୋର ଦଣ୍ଡ ହେବା ଦରକାର, ଏହା ନିତ୍ୟାନ୍ତ ଆବଶ୍ୟକ । ଓଡିଶା ସଂପୂର୍ଣ୍ଣ ଭାବରେ କଳଙ୍କିତ ହେଇଯାଉଛି ତଥା ନିନ୍ଦିତ ହେଇଯାଉଛି । ଓଡିଶା ବଦନାମ ହେଇଯାଉଛି, ଆମେ ସବୁ ୫୦ ବର୍ଷ ର ବିଧାୟକ ଏତେ କଳଙ୍କିତ ସମାଜକୁ କରିବା ଉଚିତ ହେବନାହିଁ ।

ମାତ୍ର ସମାଜ କୁ ରଖି ଯାହା କରାଯିବ । ସମାଜକୁ କଳଙ୍କିତ କରିଦେଲେ ତାହା ଖରାପ ହୋଇଯିବ ସଂପୂର୍ଣ୍ଣ ଭାବରେ । ଏହାର ପ୍ରତିକାର କରିବେ କ୍ରାଇମ ଇଙ୍କ୍ୱାରୀ ହେଉ କେଉଁମାନେ ଏଥିରେ ଇନଭଲ୍ବ ? ଏମାନଙ୍କ ନାମ ଲୋକ ଲୋଚନକୁ ଅଣାଯାଉ । ପନିସମେଣ୍ଟ ଦିଆଯାଉ, ଆରେଷ୍ଟ କରାଯାଉ, ତଥା ଜେଲ ପଠାଯାଉ ।

ତା’ ହେଲେ ଯାଇ ସୁର ରାଉତରାୟ ସନ୍ତୁଷ୍ଟ ହେବେ ବୋଲି କହିଛନ୍ତି । ସେ କହିଛନ୍ତି ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଏଭଳି ଭାବରେ ପ୍ଳାନ କରି ଆଗକୁ ଆଗେଇ ଏତେ ବଡ ଲୋକ ହୋଇଗଲେ ମାତ୍ର ଏକୁଟିଆ ଏ ସବୁ କାର୍ଯ୍ୟ କୁ ଆଗକୁ ନେଇ ଯିବା ଏତେ ସହଜ ନୁହେଁ ଏଥିରେ ନିଶ୍ଚିତ ଭାବରେ କାହାର ବିଶେଷ ହାତ ରହିଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *