‘ମିଡିଆ ମୋ ପରିସ୍ଥିତି ମଜା ନଉଛି, ଯେତେବେଳେ ମୁଁ…’ Live ଭିଡିଓରେ ନିଜ ଦୁଃଖ କହି କାନ୍ଦି ପକେଇଲେ Anubhav Mohanty, ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ସେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାଦକୁ ନେଇ ଗତ କିଛି ଦିନ ହେବ ଅନୁଭବ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ଅନୁଭବ ନିଜର ଏକ ଭିଡିଓ ଅପଲୋଡ କରିଛନ୍ତି । ଏହି ଭିଡିଓରେ ସେ ବର୍ଷାଙ୍କୁ ଭଲ ପାଇବାଟା ତାଙ୍କର ସବୁଠାରୁ ବଡ ଭୁଲ ବୋଲି କହିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅନୁଭବଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଅନୁଭବ ଏହି ଭିଡିଓରେ କହୁଛନ୍ତି-‘ମୋ ମାନ୍ୟବର ଗଣମାଧ୍ୟମ ଯାହା ଦେଖେଇବେ ସେଇଟା ସତ । ପ୍ରକୃତରେ ଯାହା ମୁ, ମୋ ପରିବାର, ମୋ ଶୁଭ ଚିନ୍ତକ ଓ ମୋ ସମର୍ଥକ ମାନେ ଯେଉଁ ସତ ଜାଣିଛନ୍ତି ମୁଁ ଯେଉଁ 14 ବର୍ଷ ହେବ ଯାହା ଭୋଗୁଛି ଗଣମାଧ୍ୟମ ତାର କେବେ କଣ କହିବି ଇମାଜିନେସନ ବି କରିପାରିବ ନାହିଁ । ଯେଉଁ ଭାଇ ମାନେ ଗଣମାଧ୍ୟମରେ କାମ କରୁଛନ୍ତି ଯେଉଁ ଭଉଣୀ ମାନେ ଗଣମାଧ୍ୟମରେ କାମ କରୁଛନ୍ତି ସମସ୍ତଙ୍କୁ କେବେ ହେଲେ କହିବି ନାହିଁ ।

କାରଣ ସେମାନଙ୍କ ଭିତରୁ ଅନେକ ଜଣ ହେଉଛନ୍ତି ପ୍ରକୃତରେ ମଣିଷ । ଯିଏ ଜାଣୁଛନ୍ତି ବୁଝୁ ଛନ୍ତି ଯେ, ସତ୍ୟ ଘଟଣା ହେଉଛି ଏହା ମିଛ ହେଉଛି ଏହା । କିନ୍ତୁ ତାହା ସତ୍ବେ ବି କିଛି କରିପାରୁ ନାହାନ୍ତି କାରଣ ସେମାନେ ବିଚରା କଣ କରିବେ । ଯଦି ଗୋଟେ ବଡ ପାୱାର ନିଷ୍ପତ୍ତି ନେଇ ସାରିଛି ଜଣଙ୍କୁ ତଳିତଳାନ୍ତ କରିବା ପାଇଁ ଜଣଙ୍କୁ ବଦନାମ କରିବା ପାଇଁ ସେଥିରେ ସେମାନେ ବା କଣ କରିପାରିବେ ।

ବହୁତ କଷ୍ଟରେ ସେମାନେ ନ୍ୟୁଜ କଭର କରୁଛନ୍ତି ଅନେକ ସମୟରେ ମୁଁ ଜାଣିଛି । କିନ୍ତୁ ଯେଉଁ ଗଣମାଧ୍ୟମର ଭାଇ ଭଉଣୀ ମାନେ ମଜା ନେଉଛନ୍ତି ନା ଭଗବାନ କରନ୍ତୁ ସେମାନେ ବି ଆ ଠାରୁ ବି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତୁ ବା ସେମାନଙ୍କର ଅତି ପ୍ରିୟଜନ ଏଭଳି ପରିସ୍ଥିତିରେ ସମ୍ମୁଖୀନ ହୁଅନ୍ତୁ’ । ତା ହେଲେ ବନ୍ଧୁଗଣ ଅନୁଭବଙ୍କର ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *